ମାରୁତି ସୁଜୁକିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୪।୮ (ଅଭୟ ଦାଶ):ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ଲୋକପ୍ରିୟ ମଡେଲ ‘ଅଲ୍‌ଟୋ’ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଏକ ଐତିହାସିକ ରେକର୍ଡ ସହ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି, ଏପରିକି ଭାରତର ସର୍ବାଧିକ ବିକ୍ରି ହେଉଥିବା ଯାନ (କାର୍‌)ର ଗୌରବ ଲାଭ କରିଛି। ଏହା ସହ ଅଲ୍‌ଟୋ ୪୫ ଲକ୍ଷରୁ ଅଧିକ ହାପି କଷ୍ଟମର (ସନ୍ତୁଷ୍ଟ ଗ୍ରାହକ) ମଧ୍ୟ ସୃଷ୍ଟି କରିପାରିଛି।
ଉଲ୍ଲେଖଯୋଗ୍ୟ, ମାରୁତି ସୁଜୁକି ଅଲ୍‌ଟୋ ହେଉଛି ଏକ ଆଇକୋନିକ ବ୍ରାଣ୍ଡ୍‌ ଯାହାକି କ୍ରମାଗତ ଭାବେ ସଫଳତା ସହ ଉପତ୍ାଦରେ ମଧ୍ୟ ନୂତନତା ଆଣିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରୁଛି ଓ ଏହା ସୁନିଶ୍ଚିତ କରୁଛି ଯେ ଯେପରି ଏହା ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିପାରିବ। ଏହା ଏଣ୍ଟ୍ରି ହ୍ୟାଚ୍‌ବ୍ୟାକ୍‌ ସେଗ୍‌ମେଣ୍ଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ଯଥା ଇଲେକ୍ଟ୍ରୋନିକ ପାୱାର ଷ୍ଟିୟରିଂ, ଫ୍ରଣ୍ଟ ପାୱାର ଓି୍ବଣ୍ଡୋ, ଅଟୋ ଗିୟର ସିଫ୍ଟି (ଏଜିଏସ୍‌) ବିକଳ୍ପ ରହିଛି। ସେହିଭଳି ଦୁଇଟି ଏୟାରବ୍ୟାଗ୍‌, ଆଣ୍ଟିି-ଲକ୍‌ ବ୍ରେକିଂ ସିଷ୍ଟମ(ଏବିଏସ୍‌), ଫ୍ୟାକ୍ଟ୍ରିରେ ଫିଟ୍‌ ହୋଇଥିବା ସିଏନ୍‌ଜି ସିଷ୍ଟମ ଭଳି ଆହୁରି ଅନେକ ବୈଶିଷ୍ଟ୍ୟ ସାମିଲ ରହିଛି।
ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ଏବଂ ସେଲସର ସିନିୟର ଏକ୍‌ଜିକ୍ୟୁଟିଭ ଅଫିସର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ବିଗତ ୨ ଦଶନ୍ଧି ଧରି ଅଲ୍‌ଟୋର ଅସଂଖ୍ୟ ଗ୍ରାହକଙ୍କ ସହିତ ଏକ ଦୃଢ଼ ଆବେଗିକ ସମ୍ପର୍କ ସ୍ଥାପନ ହୋଇଛି। ଏପରିକି ଆମେ ଅଲ୍‌ଟୋର ଏହି ଅତୁଳନୀୟ ଯାତ୍ରା ପାଇଁ ଅତ୍ୟନ୍ତ ଗର୍ବିତ। ଏହି ୪୫ ଲକ୍ଷ ଗ୍ରାହକଙ୍କ ମାଇଲଖୁଣ୍ଟ ହାସଲ କରିବା ହେଉଛି ଆମର ଗ୍ରାହକମାନଙ୍କର ଆମ ଉପରେ ରହିଥିବା ବିଶ୍ୱାସ ଓ ଭଲପାଇବାର ଏକ ପ୍ରମାଣ। ଏହା ହେଉଛି ଏପରି ଏକ ମାଇଲଖୁଣ୍ଟ ଯାହାକୁ ଅନ୍ୟ କୌଣସି କାର୍‌ ନିର୍ମାତା ଆଜି ପଯର୍‌ୟନ୍ତ ହାସଲ କରିପାରି ନାହାନ୍ତି। ଅପରପକ୍ଷରେ ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ ଗ୍ରାହକମାନଙ୍କ ମଧ୍ୟରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏଥିରେ ସମସାମୟିକ ପେପି ଷ୍ଟାଇଲିଂ, ଅଧିକ ଇଣ୍ଟେରିୟର ସ୍ଥାନ ଓ ଆରାମ ଏବଂ ଦୀର୍ଘସ୍ଥାୟିତ୍ୱ ରହିଛି। ଅଲ୍‌ଟୋ ନେମ୍‌ପ୍ଲେଟ୍‌ ହେଉଛି ଯୁବ ଗ୍ରାହକ, ନୂଆ କାର୍‌ ବ୍ୟବହାରକାରୀ ଓ ଅତିରିକ୍ତ କ୍ରେତାମାନଙ୍କର ପ୍ରଥମ ପସନ୍ଦ। ଅଲ୍‌ଟୋରେ ରହିଥିବା ଏହିସବୁ ବୈଶିଷ୍ଟ୍ୟ ଯେକୌଣସି ସ୍ଥାନକୁ ଯିବାର କ୍ଷମତା, ସ୍ବତନ୍ତ୍ର ଡିଜାଇନ, ଉକତ୍ୃଷ୍ଟ ଇନ୍ଧନ ଦକ୍ଷତା, ଅତୁଳନୀୟ ବିଶ୍ୱାସନୀୟତା ଓ କାଯର୍‌ୟଦକ୍ଷତା ହେତୁ ଭାରତର ପ୍ରିୟ କାର୍‌ ହୋଇପାରିଛି। ଏହାକୁ ୨୦୦୦ ମସିହାରେ ଶୁଭାରମ୍ଭ କରାଯାଇଥିଲା ଏବଂ ୨୦୦୪ ବେଳକୁ ଏହା ଭାରତର ଏକ ନମ୍ବର ବିକ୍ରି ହେଉଥିବା କାର୍‌ରେ ପରିଣତ ହୋଇଥିଲା। ୨୦୨୩ରେ ଅଲ୍‌ଟୋ କେ୧୦ ମଧ୍ୟ ଭାରତର ପସନ୍ଦର କାର ଭାବେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?