ଅଧିକ ଟେଷ୍ଟ ପାଇଁ ପରାମର୍ଶ

ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍‌ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ ଆସି କୋଭିଡ୍‌ ସମ୍ପର୍କୀତ ବିଭିନ୍ନ ସମୀକ୍ଷା କରି ଫେରିଛନ୍ତି। ଜିଲାରେ ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ ଛୁଇଁଥିବା, ୪ ଜଣ ମୃତ୍ୟୁବରଣ କରିଥିବା, ୨୧,୩୬୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବା ବର୍ତ୍ତମାନ ସୁଦ୍ଧା ୬୨୫ ଜଣ ସୁସ୍ଥ ହୋଇଥିବା ଓ ୨୨୬ ଜଣ ଚିକିସତ୍ାଧିନ ଥିବା ଜିଲା ପ୍ରଶାସନ ସୂଚନା ଦେଇଥିଲା। ଜିଲାରେ ଅଧିକରୁ ଅଧିକ ସନ୍ଦିଗ୍ଧଙ୍କ ଯେଭଳି ପରୀକ୍ଷା କରାଯାଇପାରିବ ସେନେଇ ସଚିବ ଗୁରୁତ୍ୱାରୋପ କରିଥିଲେ। ଜିଲାରେ ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି କୋଭିଡ୍‌ କେୟାର ସେଣ୍ଟର ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପ୍ରତି ବ୍ଲକ ମୁଖ୍ୟାଳୟ, ସହରାଞ୍ଚଳମାନଙ୍କରେ ଭ୍ରାମ୍ୟମାଣ ଟେଷ୍ଟିଂ କ୍ୟାମ୍ପ କରି ଉଠା ଦୋକାନୀ ଓ ବଜାରକୁ ଆସୁଥିବା ଗ୍ରାହକଙ୍କ ସ୍ବାବ୍‌ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଧାମନଗର ସ୍ଥିତ କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ ମହାପାତ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ଦାସଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ତାଙ୍କ ମିଛ ଧରିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।...

ଯୁକ୍ତ୨ କରେସ୍‌ପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ୧୯ରୁ ଆବେଦନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଯୁକ୍ତ୨ ପ୍ରଥମ ବର୍ଷ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୧୯ ତାରିଖ ପୂର୍ବାହ୍ନ...

ଓଡ଼ିଶାରୁ ଦୁଇ ଜଣଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯-୨୦ ପାଇଁ ଶୁକ୍ରବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି। ଏହା ରାଷ୍ଟ୍ରପତି ଭବନରେ ଭର୍ଚୁଆଲରେ ଆୟୋଜିତ ହୋଇଥିଲା।...

ଅବହେଳାରୁ ଅଟିକିଛି ‘ସିଟିଜ୍‌ ପ୍ରକଳ୍ପ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବାକୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟସିଟି...

ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି...

‘ରାଧାମୋହନଙ୍କ ଜୈବିକ ଚାଷ ପଦ୍ଧତି ସମାଜ ପାଇଁ ବରଦାନ’

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସମାଜର ବିଭିନ୍ନ ସ୍ରୋତରେ ନିଜକୁ ସାମିଲ କରି କୁସଂସ୍କାର ଦୂର କରିଥିଲେ ପ୍ରଫେସର ରାଧାମୋହନ। ସମାନତା ଆଣିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।...

ବଜାର କରିଦେଲେ ଜାମ

ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

Advertisement
Archives

Model This Week