ପ୍ରଜ୍ଞାପନ ମେଢ଼: ଚିଠି ଆସିଲାନି

ଭୁବନେଶ୍ୱର, ୩।୧(ସୁନିତ୍‌ ମିଶ୍ର): ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀସ୍ଥିତ ରାଜପଥରେ ହେଉଥିବା ପରେଡ୍‌ରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ(ଟାବ୍‌ଲୋ) ପ୍ରଦର୍ଶିତ ହୋଇଥାଏ। ପ୍ରତିବର୍ଷ କେଉଁସବୁ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ ସେନେଇ ପ୍ରତିରକ୍ଷା ଏବଂ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଚୟନ କରିଥାଆନ୍ତି। ହେଲେ ଗତ ୩ବର୍ଷ ଅର୍ଥାତ୍‌ ୨୦୨୧, ୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ଚୟନ ତାଲିକାରୁ ବାଦ୍‌ ପଡିଆସୁଛି। ଶେଷଥର ଲାଗି ୨୦୨୦ ଜାନୁଆରୀ ୨୬ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା। ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିବ ନା ନାହିଁ ସେନେଇ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ସୂଚନା ଆସିନାହିଁ। କେବଳ ଯାହା ମୌଖିକ ଭାବେ ଏଥର ଓଡିଶାକୁ ସୁଯୋଗ ମିଳିବ ବୋଲି କେନ୍ଦ୍ରର ଯେଉଁ କମିଟି ଚୟନ କରୁଥିଲେ ସେମାନେ କହିଛନ୍ତି। ଜାନୁଆରୀ ୨ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଆସିବ ବୋଲି ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ୩ତାରିଖ ଅର୍ଥାତ୍‌ ବୁଧବାର ରାଜ୍ୟ ସରକାରଙ୍କ ଅଧିକାରୀମାନେ ନୂଆଦିଲ୍ଲୀ ଗସ୍ତ କରିବେ ଏବଂ ଗୁରୁବାର ସେମାନଙ୍କୁ ମେଢ଼ ପ୍ରସ୍ତୁତି ଲାଗି ଆବଶ୍ୟକ ଟ୍ରାକ୍ଟର ଏବଂ ଟ୍ରଲର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କହିଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କୌଣସି ଚିଠି ନ ଆସିବା ଯୋଗୁ ଗତ ୩ ବର୍ଷ ଭଳି ଏଥର ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ଉପୁଜିପାରେ ବୋଲି ସନ୍ଦେହ କରାଯାଉଛି। ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଲାଗି ଗତ ଡିସେମ୍ବରରେ ୪ଟି ବୈଠକ ସରିଛି। ପ୍ରଥମେ ଭାରତକୁ ମୋଟ ୬ଟି ଜୋନ୍‌ରେ ଭାଗ କରାଯାଇଥିଲା। ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ, କେନ୍ଦ୍ର ଓ ଉତ୍ତରପୂର୍ବ ଜୋନ୍‌। ଏହି ସବୁ ଜୋନ୍‌ରୁ ମୋଟ ୧୪ଟି ଟାବ୍‌ଲୋ ଏଥର ପ୍ରଦର୍ଶିତ ହେବାର ଅଛି। ପୂର୍ବ ଜୋନ୍‌ରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଛନ୍ତି। ସେଥିରୁ ପଶ୍ଚିମବଙ୍ଗ ଏବଂ ବିହାରକୁ କେନ୍ଦ୍ର କାଟି ସାରିଛି। ଓଡ଼ିଶାର ବିକଶିତ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବା ନେଇ ୪ଟି ପର୍ଯ୍ୟାୟ ବୈଠକରେ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ହେଲେ ଯେଉଁ ସମୟ ସୁଦ୍ଧା ଓଡ଼ିଶା ସରକାରଙ୍କୁ ଖବର ଦେବା ଲାଗି କେନ୍ଦ୍ର କହିଥିଲା, ସେହି ସମୟ ଅତିକ୍ରମ ହୋଇସାରିଥିବାରୁ ଏନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। ତେବେ କେନ୍ଦ୍ର କୌଣସି କାରଣ ନ ଜଣାଇ ଗତ ୩ ବର୍ଷ ଧରି ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖାନ କରିଆସୁଛି। ଲଗାତର ଗତ ୩ ବର୍ଷକୁ ଦେଖିଲେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ହେୟଜ୍ଞାନ କରାଯାଉଛି। ଫଳରେ ଓଡ଼ିଶାର ଉଭୟ ପଶ୍ଚିମ ଓ ଉପକୂଳବର୍ତ୍ତୀ ଅଞ୍ଚଳର କଳା, ସଂସ୍କୃତି, ସଙ୍ଗୀତ, ସ୍ଥପତିକୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଉପସ୍ଥାପନ କରାଯାଇ ପାରୁନାହିଁ। ସ୍ବୀକାର କରିବାକୁ ହେବ ଯେ, ୨୬ ଜାନୁଆରୀ ଦିନ ଦିଲ୍ଲୀର ରାଜପଥରେ ବୁଲି ଆସୁଥିବା ପ୍ରଜ୍ଞାପନ ମେଢ଼ରୁ ଓଡ଼ିଶା ବାଦ୍‌ ପଡ଼ିଲେ ରାଜ୍ୟର କୌଣସି କ୍ଷତି ଘଟେ ନାହିଁ। ତେବେ ଅନ୍ୟ ଦିଗକୁ ଦେଖିଲେ ଏହି ପ୍ରଦର୍ଶନରୁ ବଞ୍ଚତ୍ତ ହେଲେ ମନେହୁଏ ଯେପରି ଓଡ଼ିଶାକୁ ଭାରତର ଏକ ଅଂଶ ଭାବେ ଧରାଯାଉ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ବର୍ଷରେ ଓଡ଼ିଶା ତାର ଟାବ୍‌ଲୋ ପ୍ରଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥିବା ବେଳେ ପୂର୍ବରୁ ଏହା କେବେ ଘଟି ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୨ତାରିଖ ଅଫିସ କାର୍ଯ୍ୟକାରୀ ସମୟରେ କେନ୍ଦ୍ରରୁ ସ୍ବୀକୃତି ପତ୍ର ଆସି ପହଞ୍ଚିବାର ଥିଲା। ଅନ୍ୟ ରାଜ୍ୟଗୁଡ଼ିକୁ ଗତ ଡିସେମ୍ବର ମାସରେ ଏହି ପତ୍ର ପହଞ୍ଚତ୍ ସାରିଛି। ପୂର୍ବରୁ ମଧ୍ୟ ଏହିଭଳି ବିଳମ୍ବ ଘଟାଇ ଶେଷ ସମୟରେ କେନ୍ଦ୍ର ତାହାର ଚିଠି ପଠାଇ ନ ଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ହୋଇପାରିନାହିଁ। ୨୦୨୪ରେ ମଧ୍ୟ ସେହିଭଳି ଘଟିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହାର ପ୍ରତିକାର କିଭଳି କରାଯାଇପାରେ ବୋଲି ପଚାରିବାରୁ ନିଜ ନାମ ଉଲ୍ଲେଖ ନ କରିବା ପାଇଁ କହି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଧରିତ୍ରୀକୁ କହିଛନ୍ତି ଯେ, ପ୍ରତିକାର କେବଳ ରାଜନୈତିକ, ସାମାଜିକ ଚାପରୁ ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri