ସମାନ ହିତାଧିକାରୀଙ୍କୁ ଏକାଧିକ ଥର ଗୃହ ଆବଣ୍ଟନ

ସୋନପୁର,୪।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଉଲ୍ଲଂଘନ କରି ହିତାଧିକାରୀ ଚୟନ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଗୋଟିଏ ଘର ମିଳିବାର ନିୟମ ଥିବା ବେଳେ ସମାନ ଲୋକଙ୍କୁ ଏକାଧିକ ଥର ଗୃହ ଆବଣ୍ଟନ ହୋଇଛି। ଏପରିକି ପ୍ରଥମ କିସ୍ତି ବାବଦରେ ୨ଥର ହିତାଧିକାରୀଙ୍କ ଭିନ୍ନ ଭିନ୍ନ ଆକାଉଣ୍ଟକୁ ୪୦ହଜାର ଟଙ୍କା ଲେଖାଏ ଟ୍ରାନ୍ସଫର କରାଯାଇଛି। ଏହି ବେଆଇନ କାର୍ଯ୍ୟ ଜରିଆରେ ସରକାରୀ ଅର୍ଥ ହଡ଼ପ ହୋଇଛି। ଏଥିରେ ବ୍ଲକର କେତେଜଣ ସରକାରୀ କର୍ମଚାରୀ ସାମିଲ ଅଛନ୍ତି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ପିଏମ୍‌ ଆବାସ ଯୋଜନାରେ ଏଭଳି ଦୁର୍ନୀତି ହୋଇଛି। ସୁନାପାଲି ପଞ୍ଚାୟତ ପହଣ୍ଡି ଗ୍ରାମର ବାସନ୍ତୀ ସାହୁ ଆବାସ ଯୋଜନାରେ ଦୁଇଟି ଘରର କାର୍ଯ୍ୟାଦେଶ ପାଇଛନ୍ତି। ଏପରିକି ତାଙ୍କୁ ପ୍ରଥମ କିସ୍ତି ଟଙ୍କା ୪୦ହଜାର ଲେଖାଏ ଦୁଇଥର ପ୍ରଦାନ କରାଯାଇଛି। ସେହିପରି ରାମପୁର ପଞ୍ଚାୟତ ରାମପୁର ଗ୍ରାମର ମୁନା ମହାନନ୍ଦ ଓ ଦୀପାଞ୍ଜଳି ଭରାସାଗରଙ୍କୁ ଆବାସ ଯୋଜନାରେ ଦୁଇ ଥର ଘର ମିଳିଛି। ପ୍ରଥମ କିସ୍ତି ଟଙ୍କା ମଧ୍ୟ ଦୁଇଥର ଲେଖାଏ ପ୍ରଦାନ କରାଯାଇଛି। ଟ୍ୟାଗ୍‌ ଅଫିସର ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌ ଏବଂ ବ୍ଲକ ପ୍ରଶାସନର କେତେଜଣ ଅଧିକାରୀଙ୍କ ଭୂମିକା ସନ୍ଦେହଘେରରେ ରହିଛି। କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବ୍ଲକ ନୋଡାଲ ଅଫିସର କାଗଜପତ୍ର ଠିକ୍‌ ଭାବେ ତନଖି କରି ନ ଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଅନ୍ୟପକ୍ଷେ ଦୋଷୀ ଅଧିକାରୀ ଓ ହିତାଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଚଞ୍ଚକତା ପାଇଁ ବେଆଇନ ଭାବେ ହିତାଧିକାରୀଙ୍କ ନାମରେ ୨ଟି ଲେଖାଏ ଏମ୍‌ଜିଏନ୍‌ଆରଇଜିଏସ୍‌ ଜବ୍‌କାର୍ଡ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଇଛି। ଏ ସମ୍ପର୍କରେ ଡୁଙ୍ଗୁରିପାଲି ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ନିୟମ ଅନୁଯାୟୀ ଜଣେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୋଟିଏ ଘର ଓ ଗରିବ ଲୋକଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗୋଟିଏ ଜବ୍‌କାର୍ଡ ମିଳିବା କଥା। ବେଆଇନ କାର୍ଯ୍ୟର ପ୍ରମାଣ ମିଳିଲେ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri