ଦୁଃସାହସିକ ଅଭିଯାତ୍ରୀ

ବିସ୍ମୟ ବିଶ୍ୱ। ତା’ମଧ୍ୟରେ ଗୋଟିଏ ଗ୍ରହ ପୃଥିବୀ ଯେଉଁଠାରେ ମାନବସତ୍ତା ରହିଛି। ତେଣୁ ମଣିଷର ଅଭିଯାନ ଭୂମିଠାରୁ ଅନ୍ତରୀକ୍ଷ ଯାଏ ଅହରହ ଚାଲିଛି। ଅଦ୍ଭୁତ ଭୂଖଣ୍ଡ ଓ ପ୍ରକୃତି କୋଳରେ ଏଭଳି ସବୁଅଞ୍ଚଳ ରହିଛି, ଯାହାକୁ ସାଧାରଣ ଲୋକ ପହଞ୍ଚତ୍ବା କଷ୍ଟକର ହୋଇଥାଏ। ଯେଉଁମାନେ ସେଠାରେ ପହଞ୍ଚତ୍ଥାଆନ୍ତି ସେମାନଙ୍କୁ କୁହାଯାଇଥାଏ ଦୁଃସାହସିକ ଅଭିଯାତ୍ରୀ। ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଶିଖ୍‌ ଆର୍ମି ଅଫିସର କ୍ୟାପଟେନ୍‌ ହର୍‌ପ୍ରୀତ୍‌ ସାଉଥ୍‌ ପୋଲ ବା ଦକ୍ଷିଣ ମେରୁରେ ପହଞ୍ଚତ୍ ଗୌରବ ଅର୍ଜନ କରିଛନ୍ତି। ୩ ଜାନୁୟାରୀ ୨୦୨୨ରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିବା ପରେ ତାଙ୍କ ଦୁଃସାହସିକ ଅଭିଯାନ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଉତ୍କଣ୍ଠା ରହିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ ଯେ, ପୃଥିବୀର ଅକ୍ଷ ଘୂର୍ଣ୍ଣନ କରି ପୃଷ୍ଠଭୂମିକୁ ପରସ୍ପର ଛେଦ କରୁଥିବା ଦୁଇଟି ବିନ୍ଦୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ ମେରୁ। ପୃଥିବୀର ଦକ୍ଷିଣଶେଷ ବିନ୍ଦୁରେ ଦକ୍ଷିଣ ମେରୁଥିବା ବେଳେ ଏହାର ବିପରୀତରେ ରହିଛି ନର୍ଥ ପୋଲ୍‌ ବା ଉତ୍ତର ମେରୁ। ରେନାଲ୍ଡ ଅମୁଣ୍ଡସେନ୍‌ଙ୍କ ନେତୃତ୍ୱରେ ନରଓ୍ବେର ଏକ ଅନୁସନ୍ଧାନକାରୀ ଦଳ ୧୪ ଡିସେମ୍ବର ୧୯୧୧ରେ ପ୍ରଥମେ ଦକ୍ଷିଣ ମେରୁରେ ପହଞ୍ଚତ୍ଥିଲେ।
ହର୍‌ପ୍ରୀତ ୭ ଫେବୃୟାରୀ ୧୯୮୯ରେ ବିଟ୍ରେନ୍‌ର ଡେର୍‌ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ସେଣ୍ଟ ଜର୍ଜରୁ ସେ ୨୦୧୨ରେ ଫିଜିଓଥେରାପିରେ ବିଏସ୍‌ସି କରିଥିଲେ। ପରେ ଇଂଲଣ୍ଡର କୁଇନ୍‌ ମେରୀ ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ସ୍ପୋର୍ଟସ୍‌ ଆଣ୍ଡ୍‌ ଏକ୍ସରସାଇଜ୍‌ ମେଡିସିନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ମା’ଙ୍କୁ ଯେତେବେଳେ ୩୫ ବର୍ଷ ସେତେବେଳେ ପିତା ଛାଡ଼ପତ୍ର ଦେଇ ପଳାଇଥିଲେ। ତାଙ୍କ ଉପରେ ଦୁଇ ଭାଇ ପରଦୀପ୍‌ ସିଂ ଓ ଜାଗ୍‌ ଚାଣ୍ଡି ଅଛନ୍ତି। ପାରିବାରିକ ସମସ୍ୟା ଥାଇବି ହର୍‌ପ୍ରୀତ କ୍ୟାରିୟର ଗଢ଼ିବାରେ ହେଳା କରିନାହାନ୍ତି। ଅର୍ଥ ଉପାର୍ଜନ କରିବା ଲାଗି ସେ ୨୦୧୩ରେ ନଟିଙ୍ଗହାମ୍‌ର ନ୍ୟାଶନାଲ ହେଲ୍‌ଥ ମିଶନରେ ଜଣେ ଫିଜିଓଥେରାପିଷ୍ଟ ଭାବେ ଯୋଗ ଦେଇଥିଲେ। ସେଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ବ୍ରିଟିଶ୍‌ ଆର୍ମିରେ ଓସି ପିସିଆର୍‌ଏଫ୍‌ (ଅଫିସର କମାଣ୍ଡିିଂ ପଲିସି ଆଣ୍ଡ୍‌ ଚାର୍ଜିଂ ରୁଲ୍ସ ଫଙ୍କସନ) ଭାବେ ନିଯୁକ୍ତ ହୋଇଥିଲେ। ସେହିଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ଦକ୍ଷିଣ ସୁଦାନରେ ଜାତିସଂଘ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଥିଲେ। ଏହା ପରେ ସେ ବ୍ରିଟେନର ପ୍ରିଷ୍ଟୋନ୍‌ରେ କ୍ଲିନିକାଲ ଟ୍ରେନିଂ ଅଫିସର ଭାବେ କାର୍ଯ୍ୟ କଲା ବେଳେ ବହୁ ଯୁଦ୍ଧ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ। ୨୦୨୧ରେ ସେ ଆଣ୍ଟାର୍କଟିକା ଅଭିଯାନ ଲାଗି ନିଜକୁ ପ୍ରସ୍ତୁତ କଲେ। ୭ ନଭେମ୍ବର ୨୦୨୧ରେ ଦକ୍ଷିଣ ମେରୁରେ ପହଞ୍ଚତ୍ବା ଲକ୍ଷ୍ୟ ନେଇ ୧,୧୨୭ କିଲୋମିଟର ଏକ ସ୍ଲେଜ୍‌ରେ ନିଜ୍‌ କିଟ୍‌ ଧରି ୪୦ ଦିନ ଏକକୀ ଯାତ୍ରା କରିଥିଲେ। ସ୍ବପ୍ନ ସାକାର କରିବା ଲାଗି ତାଙ୍କ ଯାତ୍ରାରେ ବହୁ ପ୍ରତିକୂଳ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ସେଠାରେ ହାରାହାରି ତାପମାତ୍ରା ମାଇନସ୍‌ ୫୦ ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ଥିଲା ବୋଲି ହର୍‌ପ୍ରୀତି ତାଙ୍କ ବ୍ଲଗରେ ଉଲ୍ଲେଖ କରିଛନ୍ତି। ଏହି ଦୁଃସାହସିକ ଯାତ୍ରା କରିବା ଲାଗି ଫ୍ରାନ୍ସର ଆଲ୍ପସ୍‌ରେ କ୍ରେଭାସି (ଗଭୀର ଓ ଖୋଲା ଫାଟ) ତାଲିମ ନେଇଥିଲେ। ଏପରି ସେ ଆଇସ୍‌ଲାଣ୍ଡର ଲାଙ୍ଗଜୋକୁଲ୍‌ ଗ୍ଲେସିଆର୍‌ରେ ଟ୍ରେକିଂ କରିବା ସହ ଗ୍ରୀନ୍‌ଲାଣ୍ଡର ଆଇସ୍‌କ୍ୟାପ୍‌ରେ ୨୭ ଦିନ ରହିଥିଲେ।
ହର୍‌ପ୍ରୀତଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ଇଂଲଣ୍ଡର ସୁଟୋନ୍‌ ଟେନିସ୍‌ ଏକାଡେମୀରେ ଯୋଗ ଦେଇଥିଲେ। ପରେ ଚେକ୍‌ ରିପବ୍ଲିକ୍‌ ଯାଇ ନୋଭାକ୍‌ ଟେନିସ୍‌ ଏକାଡେମୀରେ ଦୁଇ ବର୍ଷ ପ୍ରଶିକ୍ଷଣ ନେଇଥିଲେ। ଆର୍ମି ଟେନିସ୍‌ ଚାମ୍ପସ୍‌ ଆଓ୍ବାର୍ଡ ପାଇବା ପରେ ଅନ୍ୟାନ୍ୟ କଷ୍ଟକର ଯାତ୍ରାରେ ଯିବାକୁ ନିଜକୁ ପ୍ରସ୍ତୁତ କରିଥିଲେ। ହର୍‌ପ୍ରୀତ ବିଭିନ୍ନ ମାରାଥନ୍‌ରେ ଅଂଶ ଗ୍ରହଣ କରି ନିଜ ଶାରୀରିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ତାଙ୍କ ଶ୍ରେଷ୍ଠ ଅଭିଯାନ ଦକ୍ଷିଣ ମେରୁରେ ପ୍ରଦର୍ଶିତ ହୋଇଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri