ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ ସ୍ମାର୍ଟଫୋନ୍‌ କିମ୍ବା ଇଣ୍ଟରନେଟ ସୁବିଧା ଅଭାବରୁ କୋଓ୍ବିନ ଡିଜିଟାଲ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ କରିପାରୁ ନାହାନ୍ତି ଓ ଟିକା ନେବା ପାଇଁ ଆପଏଣ୍ଟମେଣ୍ଟ ପାଉନାହାନ୍ତି, ସେମାନେ ଏଣିକି ସରକାରୀ ଟିକାକେନ୍ଦ୍ରରେ ସିଧାସଳଖ ନାମ ପଞ୍ଜୀକରଣ କରିପାରିବେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସୁବିଧା ଅଳ୍ପ କେତେଜଣଙ୍କୁ ଉପଲବ୍ଧ। ଅର୍ଥାତ୍‌ ଯେଉଁମାନେ ପୂର୍ବରୁ ନାମ ପଞ୍ଜୀକରଣ କରି ଟିକା ନେବା ଦିନ ଆସୁନାହାନ୍ତି, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକାକୁ ତତ୍କାଳ ପଞ୍ଜୀକରଣ କରିଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଟିକା ଅପଚୟ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିଷ୍ପତ୍ତିକ୍ରମେ ଏହା କାର୍ଯ୍ୟକାରୀ ହେବ। ତେବେ ଘରୋଇ କୋଭିଡ୍‌ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କଂଗ୍ରେସ ବିଧାୟକଙ୍କୁ ଲହୁଲୁହାଣ କଲେ ଯୁବକ

ବେଙ୍ଗାଲୁରୁ,୧୮।୧୧:କର୍ନାଟକର ଜଣେ ବିଧାୟକଙ୍କ ଉପରକୁ ଛୁରିରେ ଆକ୍ରମଣ ହୋଇଛି। ନରସିହ୍ମାରାଜାର ବିଧାୟକ ତନବୀର ସୈତ୍‌ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଏଭଳି ଆକ୍ରମଣ...

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି।...

ରାଜ୍ୟରେ ୧୭ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୧୫ ଜିଲାରୁ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୬୩ କରୋନା ସଂକ୍ରମିତ ୧୫ ଜିଲାର। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨ ରହିଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୧୧,...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ଯୋଧପୁର,୧୫।୪:ରାଜସ୍ଥାନର ଯୋଧପୁର ନିକଟ ବିଲାରାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବୋଲେରା ଟ୍ରକ ମାଡିଯିବା ଏହି...

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

ବିହାର ନିର୍ବାଚନ: ୬ ମେଣ୍ଟ ମଧ୍ୟରେ ଲଢ଼େଇ !

ପାଟନା, ୩୦।୯: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ରାଜ୍ୟରେ ନିର୍ବାଚନରେ ୬ଟି ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏନ୍‌ଡିଏ ଏବଂ ଆର୍‌ଜେଡ଼ି ମେଣ୍ଟ ମୁଖ୍ୟ...

ସିବିଆଇ ହାତରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଗଠନ ହେଲା ଯାଞ୍ଚ ଟିମ୍‌

ଲକ୍ଷ୍ନୌ,୨୪ ।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଯାଞ୍ଚ ସିବିଆଇ ନେଇଛି । କେନ୍ଦ୍ର ସରକାର ଏହି...

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ...

Advertisement
Archives

Model This Week