Posted inଜାତୀୟ

ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ

କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ବିଚାରପତି ସଞ୍ଜିବ ବାନାର୍ଜୀ ଏବଂ ଅରଜିତ୍‌ ବାନାର୍ଜୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ପଶ୍ଚିମବଙ୍ଗ ନଦିଆ ଜିଲାର ଦୁର୍ଗାପୁର ଗାଁରେ ଜଣେ ଯୁବତୀ କାହାକୁ କିଛି ନ କହି ଘରୁ ପଳାଇଥିଲେ। ଘରେ ବହୁ ଖୋଜା ଖୋଜି କରିଥିଲେ। ତେବେ ଦୁଇଦିନ ପରେ ସେ ଜଣେ ମୁସଲମାନ୍‌ ଯୁବକଙ୍କୁ ବିବାହ କରିବା ସହିତ ନିଜର ନାମ ପରିବର୍ତ୍ତନ କରିଥିବା ଘରଲୋକେ ଜାଣିପାରିଥିଲେ। ତାଙ୍କ ଝିଅଙ୍କ ଉପରେ ଚାପ ପକାଇ ଏଭଳି କରାଯାଇଥିବା ଘର ଲୋକେ କୋର୍ଟରେ ଅଭିଯୋଗ କରିଥିଲେ। ତେବେ ଏହାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ସାବାଳକ ଧର୍ମପରିବର୍ତ୍ତନ ଏବଂ ନିଜ ପସନ୍ଦର ଜୀବନସାଥୀ ଚୟନ କରିବା ଲାଗି ସ୍ବତନ୍ତ୍ର। ଏଥିରେ କେହି ପ୍ରତିବନ୍ଧକ ସାଜି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସନ୍ଧ୍ୟା...

ଜମ୍ମୁ ଶାନ୍ତି ସମ୍ମିଳନୀରେ ରାଜ ବବର କହିଲେ ଆମେ ଜି ୨୩ ନୁହେଁ ଗାନ୍ଧୀ ୨୩

ଜମ୍ମୁ,୨୭ ।୨: ଜମ୍ମୁରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥବା କଂଗ୍ରେସ ନେତା ରାଜ ବବର କହିଛନ୍ତି ଆମକୁ ଜି-୨୩ କହୁଛନ୍ତି ହେଲେ ମୁଁ କହୁଛି...

ପ୍ରଶ୍ନ ପଚାରିବାରରୁ ଆର୍‌ଟିଆଇ କର୍ମୀଙ୍କ ହାତଗୋଡ଼ ହାଣିଦେଲେ

ରାମନଗର(କର୍ନାଟକ), ୧୫।୭: ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଦ୍ୱାରା କର୍ନାଟକ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମାଗିଥିଲେ ଜଣେ ବ୍ୟକ୍ତି। ଏଥି ଯୋଗୁ କିଛି ଦୁର୍ବୃତ୍ତ...

ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର...

କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ...

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୮ ଦିନରେ ୭ଥର ବଢିଲା ଦର

ନୂଆଦିଲ୍ଲୀ,୨୯।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୭୦ ପଇସା ମହଙ୍ଗା ହୋଇଛି। ଏହାସହ...

୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ...

Advertisement
Archives

Model This Week