ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ ପକ୍ଷରୁ ବିସ୍ଥାପନ କରାଯିବାର ପ୍ରୟାସ କରାଯାଇଥିଲା। ତେବେ କୁମିଆପାଲି ଗାଁର ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ଧନୁତୀର, ଖଣ୍ଡା, ତଲୱାର, ପ୍ଲାକାର୍ଡ ଧରି ଗାଁ ରାମଜୀ ମଣ୍ଡପରେ ଶାନ୍ତିିପୂର୍ଣ୍ଣ ଧାରଣା ଦେଇଥିଲେ। କୌଣସି ପରିସ୍ଥିତିରେ ସେମାନେ ବିସ୍ଥାପିତ ହେବେ ନାହିଁ କି ପ୍ରଶାସନକୁ ସହାୟତା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ମହିଳା, ପୁରୁଷ, ପିଲାଛୁଆ, ବୃଦ୍ଧାବୃଦ୍ଧଙ୍କ ମିଳିତ ପ୍ରତିବାଦରେ ପ୍ରଶାସନ ଅଡୁଆରେ ପଡ଼ିଥିଲା। ଲୋୟର ସୁକ୍‌ତେଲ ପ୍ରକଳ୍ପ ଟିମ୍‌ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଗଁାର ଗୋଟିଏ ବି ଘର ଉଚ୍ଛେଦ କରିପାରି ନ ଥିଲେ। ଗଁାର ରାମଜୀ ମଣ୍ଡପରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଧାରଣାରେ ବସି ରହିଥିବାରୁ ପ୍ରଶାସନ କୌଣସି ପ୍ରକାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାରେ ସଫଳ ହୋଇ ନ ଥିଲା। କେବଳ ପ୍ରାୟ ୩ ବର୍ଷ ତଳ ବନ୍ଦ ହୋଇ ପଡ଼ିଥିବା ସରକାରୀ ସ୍କୁଲ କୋଠାକୁ ଜେସିବି ମେଶିନ ସହାୟତାରେ ଭାଙ୍ଗିଦେଇଥିଲେ।
ମଙ୍ଗଳବାର ସକାଳୁ କୁମିଆପାଲି ଗାଁର ଆଦିବାସୀମାନେ ସେମାନଙ୍କ ପରମ୍ପରା ଅନୁଯାୟୀ ଅସ୍ତ୍ରଶସ୍ତ୍ର, ଖଣ୍ଡା, ତଲୱାର ଧରି ଗଁା ମଣ୍ଡପରେ ଗ୍ରାମ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଉପଯୁକ୍ତ ସର୍ଭେ କରା ନ ଯାଇ ଏବଂ ପ୍ରକଳ୍ପ ପ୍ରଭାବିତ ଏହି ଗଁାର ୮୬ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ନ ଦେଇ ପ୍ରଶାସନ କିଭଳି ଭାବେ ସେମାନଙ୍କ ଘର ଭାଙ୍ଗିବାକୁ ଏବଂ ବିସ୍ଥାପିତ କରିବାକୁ ଆସିଛି ବୋଲି ପ୍ରଶ୍ନ କରିଥିଲେ। ୧୦ ଦଫା ଦାବି ପୂରଣ କଲେ ଏବଂ ସେମାନଙ୍କ ନ୍ୟାୟୋଚିତ ଦାବି ପୂରଣ କଲେ ସେମାନେ ନିଜେ ଗଁା ଛାଡ଼ିଦେବେ ବୋଲି କହିଥିଲେ। ପ୍ରଶାସନ ଜୋରଜବରଦସ୍ତି କଲେ ମରିଯିବେ ପଛେ ଘର ଗଁା ଛାଡିବେ ନାହିଁ ବୋଲି କହିଥିଲେ। ଅନ୍ୟପଟେ ଲୋୟର ସୁକ୍‌ତେଲ ପ୍ରକଳ୍ପ ଡ୍ୟାମ୍‌ ଠେଲାପାଣି କୁମିଆପାଲି ଗଁା ମୁଣ୍ଡକୁ ଚାଲିଆସିଲାଣି। ପ୍ରକଳ୍ପ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁକ୍‌ତେଲ ଜଳଭଣ୍ଡାରରେ ଦ୍ରୁତଗତିରେ ଜଳସ୍ତର ବଢ଼ୁଛି। ଜଳସ୍ତର ପ୍ରାୟ ୧୯୯ ମିଟରକୁ ଛୁଇଁଲାଣି। ଜଳସ୍ତର ୨୦୦ ମିଟର ଛୁଇଁଲେ କୁମିଆପାଲି ଗାଁ ଭିତରକୁ ପାଣି ମାଡ଼ିଆସିବ। ଏଭଳି ସମୟରେ ଲୋକଙ୍କ ଧନଜୀବନ ବଞ୍ଚାଇବା ପାଇଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଜରୁରୀ ହୋଇପଡିଛି ବୋଲି ଲୋୟର ସୁକ୍‌ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଲୋକଙ୍କୁ ବୁଝାଇଥିଲେ। କୁମିଆପାଲିରେ ୯ ପ୍ଲାଟୁନ୍‌ ପୋଲିସ ଫୋର୍ସ ପହଞ୍ଚତ୍ଥିଲା। ବଲାଙ୍ଗୀର ତହସିଲଦାର ଲଗ୍ନଜିତ ବେହେରା ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଉପସ୍ଥିତ ଥିଲେ। ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁଶୀଳ କୁଅଁର, ସଦର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ରାଜକୁମାର ବିଶ୍ୱାଳ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆଦିବାସୀ ନେତା ପ୍ରେମରାଜ ବରିହା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଯାଇଥିବା ଜଣାପଡିଥିଲା। ଗଁାର କେଶବ ସାହୁଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରଶାସନ ସଫଳ ହୋଇ ନ ଥିଲା। କୁମିଆପାଲିର ପ୍ରସିଦ୍ଧ ଧବଳେଶ୍ୱର ଶିବମନ୍ଦିର ଜଳବନ୍ଦୀ ଅବସ୍ଥାରେ ରହିଛି। ତେନ୍ତୁଳିପଡ଼ାକୁ ଜଳ ଘେରିସାରିଛି। ମାଳିପଡ଼ାକୁ ପାଣି ଛୁଇଁବାକୁ ଅଳ୍ପ ବାକି ରହିଛି। ବର୍ଷା ହେଉଥିବାରୁ ଜଳସ୍ତର ବଢ଼ି ଗଁା ଭିତରକୁ ପାଣି ପଶିବା ଭୟ ଲାଗିରହିଛି। ପ୍ରଶାସନ ଲୋକଙ୍କ ଥଇଥାନ ଓ କ୍ଷତିପୂରଣ ସମସ୍ୟାର ସମାଧାନ ନ କରି କେବଳ ବିସ୍ଥାପନ କଥା କହୁଥିବାରୁ ଗ୍ରାମବାସୀ ବିରୋଧ କରୁଥିବା କହିଛନ୍ତି। ସନ୍ଧ୍ୟା ସୁଦ୍ଧା କୌଣସି ଉଚ୍ଛେଦ ଅଭିଯାନ ହୋଇ ନ ଥିବାରୁ ପ୍ରଶାସନ ପକ୍ଷରୁ ବୁଧବାର ପୁଣି ଥରେ ବିସ୍ଥାପନ ଉଦ୍ୟମ କରାଯିବ ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଲାଞ୍ଚ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri