ପ୍ରଶାସନର ଦାୟିତ୍ୱହୀନତା, ଅନ୍ଧକାର ଜଗନ୍ନାଥ ମନ୍ଦିର:ଅସୁରକ୍ଷିତରେ ହବିଷ୍ୟାଳୀ

ପୁରୁଷୋତ୍ତମପୁର,୨୫।୧୦ (ସବିତା ମିଶ୍ର) ସରକାର ଓ ପ୍ରଶାସନ ମହିଳା,ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାର କଥା କହିବା ସହ ପୂରୀ ଜଗନ୍ନାଥଙ୍କ ନିକଟକୁ ଆସୁଥିବା ହବିଷ୍ୟାଳୀଙ୍କ ଲାଗି ସୁବିଧା ସୁଯୋଗ ଯୋଗାଇ ଦେଉଥିବାର କହୁଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ଅସୁରକ୍ଷିତ ହୋଇପଡିଛନ୍ତି।
ଅପରପକ୍ଷରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସନ୍ଧ୍ୟା ସମୟ ଓ ବଡିଭୋରରୁ ଦର୍ଶନ ଲାଗି ଆସୁଥିବା ହବିଷ୍ୟାଳୀ ଓ ମହିଳାମାନେ ସମ୍ପୁର୍ଣ୍ଣ ଅସୁରକ୍ଷିତ ହୋଇପଡିଥିଲେ ମଧ୍ୟ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁ ନ ଥିବା ଚିନ୍ତାର ବିଷୟ ପାଲଟିଛି। ମନ୍ଦିର ପରିଷରରେ ଏନଏସି ପ୍ରଶାସନ ପକ୍ଷରୁ ଦୁଇଗୋଟି ସ୍ଥାନରେ ଲଗାଯାଇଥିବା ମିନି ହାଇମାକ୍ସ ଲାଇଟ ମାନ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସମ୍ପୂର୍ଣ୍ଣ ଅନ୍ଧକାର ପରିବେଶ ହୋଇ ରହିଛି। ଏହି ମନ୍ଦିର ପରିସରରେ ବିଭିନ୍ନ ବିଷଧର ସାପମାନ ବୁଲୁଛନ୍ତି। ଅନ୍ଧାର ପରିବେଶରେ ଅସାମାଜିକ କାର୍ଯ୍ୟକଳାପ ଘଟିବା ଆଶଙ୍କାକୁ ବଢିଛି। ମହିଳାମାନେ ଭୟଭୀତ ହୋଇ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କେବଳ ଭଗବାନଙ୍କ ଭରସାରେ ପୂଣ୍ୟ ଅର୍ଜିବା ଆଶାରେ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଛନ୍ତି।

ଅପରପକ୍ଷରେ ଏହି ମନ୍ଦିର ପରିସରର ପଛ ପାଶର୍‌ବରେ କୋମଳମତି ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଆମୋଦପ୍ରମୋଦ ଓ ମନୋରଞ୍ଜନ ଲାଗି ମୁକ୍ତ ବ୍ୟାୟାମ ସ୍ଥଳ ଓ ପାର୍କ ଏନସି ପକ୍ଷରୁ ନିର୍ମାଣ କରାଯାଇଛି। ହେଲେ ଏହି ସ୍ଥାନଟି ମଧ୍ୟ ଦୀର୍ଘ ଦିନ ହେଲା ଅନ୍ଧକାର ମଧ୍ୟରେ ଅଛି। ଅନ୍ଧକାର ମଧ୍ୟରେ ବିପଦଜନକ ଭାବରେ କୁନିକୁନି ଶିଶୁମାନେ ଖେଳୁଥିବା ସାଙ୍ଗକୁ ବରିଷ୍ଠ ନାଗରିକମାନେ ବ୍ୟାୟାମ କରୁଛନ୍ତି। ଏହି ଅନ୍ଧାର କାରଣରୁ କେତେବେଳେ କାହାର କିଛି ଅଘଟଣ ଘଟିବ କହିବା କଷ୍ଟକର ହୋଇପଡିଛି। ଏହାକୁ ନେଇ ଜନସାଧାରଣ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଗୁରୁତ୍ୱ ଦେଇନାହାନ୍ତି। ଅଭିଯୋଗ କଲେ କେବଳ ଲାଇଟ ଲଗାଇବାର ଦାୟିତ୍ୱ ନେଇଥିବା ସଂସ୍ଥାକୁ କୁହାଯାଇଛି, ଲାଇଟ ପଠାଇବାକୁ ମେଲ କରାଯାଇଥିଲେ ମଧ୍ୟ ଏନଏସି କର୍ତ୍ତୁପକ୍ଷଙ୍କଠାରୁ କୌଣସି ଉତ୍ତର ମିଳୁଥିବାର ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହିଳା ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି କୌଣସି ମହିଳା,ଶିଶୁଙ୍କ କୌଣସି ଅଘଟଣ ଘଟିଲେ ଏନଏସି ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏଣୁ ମହିଳା ଓ ଶିଶୁଙ୍କ ସୁରକ୍ଷା ଦୃଷ୍ଟିକୁ ଗୁରୁତ୍ୱଦେଇ ରାଜ୍ୟ ସରକାରଙ୍କ ସଂସ୍କୁତି ବିଭାଗୀୟ ମନ୍ତ୍ରୀ, ପ୍ରଶାସନ, ନଗର ଉନ୍ନୟନ ବିଭାଗୀୟ ଅଧିକାରୀ, ଗଞ୍ଜାମ ଜିଲାପାଳ ଓ ନୂତନ ଭାବରେ ଦାୟିତ୍ୱ ନେଇଥିବା ଏନଏସି ନିର୍ବହୀ ଅଧିକାରୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେଇ ଅଚଳ ହୋଇପଡିଥିବା ଲାଇଟକୁ ଲଗାଇବାର ବ୍ୟବସ୍ଥା କରିବା ସହ ମନ୍ଦିର ପରିଷରକୁ ଆଲୋକୀକରଣ କରିବା ଲାଗି ସହରବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?