ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା

ଅନୁଗୋଳ,୮ା୩(ଅମିତ କୁମାର ସାମଲ): ଅନୁଗୋଳରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଲାଇବ୍ରେରି ବ୍ଲାକ ଡାଇମଣ୍ଡ। ହରିମୌରି ଛକ ନିକଟରେ ନିର୍ମିତ ଏହି ଲାଇବ୍ରେରି ଗତ ଡିସେମ୍ବର ୮ରେ ଉଦ୍‌ଘାଟିତ ହୋଇଥିଲା। ହେଲେ ଉଦ୍‌ଘାଟନ ପରଠାରୁ ଏହାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଏପରି କି ମାତ୍ର ୩ ମାସରେ ଏହି ବିଲ୍‌ ୧୯ ଲକ୍ଷ ୯୧ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଦାୟିତ୍ୱରେ ଥିବା ଜିଲା ନିଜାରତ ବିଭାଗ ବିଲ୍‌ ପୈଠ ନ କରିବାରୁ ଗୁରୁବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହି ବିଶ୍ୱସ୍ତରୀୟ ଲାଇବ୍ରେରୀର ସଂଯୋଗ କାଟି ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜିଲା ପ୍ରଶାସନକୁ ସାଧାରଣରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଖବରପାଇ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ ଯାଇଥିଲେ। ତେବେ ତାଗିଦ କରିବା ବେଳେ ବିଦ୍ୟୁତ୍‌ କାର୍ଯ୍ୟାଳୟର କର୍ମଚାରୀମାନେ ବିଲ୍‌ ନେଇ ବାରମ୍ବାର ନୋଟିସ ଦିଆଯାଇଥିବାର ପ୍ରମାଣ ଦେଖାଇବା ପରେ ଅତିରିକ୍ତ ଜିଲାପାଳ ଖୁବଶୀଘ୍ର ବିଲ୍‌ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବ୍ଲାକ ଡାଇମଣ୍ଡକୁ ପୁନଃ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି, ବିଜୁଳି ବିଲ୍‌ ବକେୟା ନାହିଁ। ବିଦ୍ୟୁତ୍‌ ବିଭାଗ ପୂର୍ବରୁ କୌଣସି ନୋଟିସ ଦେଇନାହିଁ। ବିଦ୍ୟୁତ୍‌ ବିଭାଗ ସରକାରଙ୍କ ଏକ ଅଙ୍ଗ। ତେବେ ବିଭାଗର ଆଭ୍ୟନ୍ତରଣୀୟ ଘଟଣା ହୋଇଥିବାରୁ ଅଧିକ କିଛି କହି ହେବ ନାହିଁ। ଅପରପକ୍ଷରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି, ବିଲ୍‌ ବକେୟା ଥିବା ବିଷୟରେ ବାରମ୍ବାର ନୋଟିସ ଦିଆଯାଇଥିଲା। ବିଲ୍‌ ପୈଠ କରା ନ ଯିବାରୁ ସଂଯୋଗ କାଟି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ବିଭିନ୍ନ ସମସ୍ୟା ସମାଧାନ ଦାବି

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ସୋମବାର ଗୌଡ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବିଡ଼ିଓ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri