ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ ଚାଲିଯାଇଛନ୍ତି ।ଫଳରେ ଏବେ ବେସାହାରା ହୋଇପଡିଛନ୍ତି ମାନସିକବିକାରଗ୍ରସ୍ତ ୨ ପୁଅ। ଏହାକୁ ନେଇ ସାହିବାସିନ୍ଦାଙ୍କ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ତିନିଦିନ ବିତିଥିଲେ ସୁଦ୍ଧା କାହାରି ହେଲେ ଦେଖାମିଳିନି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସହାୟତାର ହାତ ବଢାଇଛନ୍ତି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରା ।

ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକ ଦୀର୍ଘ ୪୦ବର୍ଷ ତଳେ ପୁରୁଷୋତ୍ତମପୁରକୁ ଶିକ୍ଷକତା କରିବାକୁ ଆସି ରଥସାହିରେ ଘରଦ୍ବାର କରି ପତ୍ନୀ ଇନ୍ଦିରା(୭୫)ଙ୍କ ସମେତ ଦୁଇପୁଅ ଶୁଶାନ୍ତ (୫୫) ଓ ପ୍ରଶାନ୍ତ(୫୨)ଙ୍କୁ ନେଇ ବସବାସ କରୁଥିଲେ । ଇତି ମଧ୍ୟରେ ଦୁଇପୁଅ ମାନସିକ ବିକାରଗ୍ରସ୍ତ ହୋଇପଡିଥିବା ବେଳେ ଚନ୍ଦ୍ରଶେଖରଙ୍କ ଗତ ବର୍ଷେତଳେ ମୃତ୍ୟୁ ଘଟିଥିଲା। ବୃଦ୍ଧା ମହିଳା ଇନ୍ଦିରା ବହୁକଷ୍ଟରେ ମାନସିକ ବିକାରଗ୍ରସ୍ଥ ଦୁଇପୁଅଙ୍କୁ ନେଇ ଚଳାଉଥିବାବେଳେ ସେ କୌଣସି କାରଣରୁ ମୃତ୍ୟୁବରଣ କରି ଦୀର୍ଘ ଦିନଧରି ଘରେ ପଡିରହିଥିଲେ ।ହେଲେ ଦୁଇପୁଅ ମାନସିକ ବିକାରଗ୍ରସ୍ତ ଯୋଗୁ ମାଙ୍କ ମରଶରିର ନିକଟରେ ରହି ମଧ୍ୟ ମୃତ୍ୟୁ ସମ୍ପର୍କରେ ଆଦୌ ଜାଣି ପାରିନଥିଲେ ।

ଶେଷରେ ସୋମବାର ଘରୁ ଦୁର୍ଗନ୍ଧ ବାହାରିବାରୁ ସାହିପଡିଶାଲୋକେ ସନ୍ଦେହ କରି ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ । ହେଲେ ବୃଦ୍ଧା ଇନ୍ଦିରାଙ୍କ ପରିବାର ଓ ସମ୍ପର୍କୀୟମାନେ କୁକୁଡାଖଣ୍ଡି ଗ୍ରାମରୁ ଆସି ମୃତଦେହକୁ ଦେଖି ମୁହଁ ଫେରାଇ ଚାଲିଯାଇଥିଲେ। ଶେଷରେ ରଥସାହିର ଯୁବଗୋଷ୍ଠୀ, ପୁରୁଷୋତ୍ତମପୁର ଆଇଆଇସି କୁଳମଣି ସେଠୀ ଓ ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା। ଦୁଇପୁଅ ମାନସିକ ବିକାରଗ୍ରସ୍ତ ହୋଇଥିବା ହେତୁ ଏମାନେ ବଞ୍ଚିବା ଲାଗି ସରକାର ଓ ଜିଲାପ୍ରଶାସନ ସହାୟତାର ହାତବଢାଇ ଏମାନଙ୍କୁ ଥଇଥାନଲାଗି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଥିବା ବେଳେ ଏହାକୁ ତିନିଦିନ ବିତିଥିଲେ ସୁଦ୍ଧା କୌଣସି ହେଲେ ପ୍ରଶାସନର ଦେଖାମିଳିନି । ଯାହାଦ୍ବାରା ଦୁଇପୁଅ ବେସାହାରା ହୋଇ ଭୋକଉପାସରେ ପଡିଛନ୍ତି। ଏହାକୁ ନେଇ ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରା ତାଙ୍କ ଘରନିକଟକୁ ଯାଇ ଦୁଇପୁଅଙ୍କୁ ସହାୟତାର ହାତ ବଢାଇଥିବା ବେଳେ ଏହାକୁ ନେଇ ବିଧାୟକକୁ ଜଣାଇ ଏମାନଙ୍କ ଯେପରି ଥଇଥାନ ହୋଇପାରିବା ସହ ସେମାନେ କିପରି ମୁଠାଏ ଖାଇ ବଞ୍ଚିପାରିବେ ସେଥିନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?