ଜବରଦଖଲ ଉଚ୍ଛେଦ ପାଇଁ ଆକ୍‌ସନ ମୋଡ୍‌ରେ ପ୍ରଶାସନ

ବାଉଁଶୁଣୀ,୨୨।୧୦(ଡି.ଏନ୍‌.ଏ.):  ବୌଦ୍ଧ ଜିଲା ବାଉଁଶୁଣୀ ବଜାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ଆକ୍‌ସନ ମୋଡ଼ରେ ପ୍ରଶାସନ ରହିଛି। ଫଳରେ ଦୋକାନକରି ପରିବାର ଚଳାଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାଉଁଶୁଣୀ ବଜାର ରାସ୍ତା କଡ଼ରେ ଅନେକ ବର୍ଷ ହେଲା ଛୋଟ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ ଅନେକ ଦୋକାନୀ। ଗତ ସୋମବାର ଆମ୍ବଝରି ପଞ୍ଚାୟତରେ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ସମାପ୍ତ କରି ଫେରିବା ବାଟରେ ଅଚାନକ ବାଉଁଶୁଣୀ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ହସ୍‌ପିଟାଲ ସାମ୍ନାରେ ଥିବା ଦୋକାନଗୁଡ଼ିକ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ତୁରନ୍ତ ସେହି ଦୋକାନଗୁଡ଼ିକୁ ହଟାଇବା ପାଇଁ ଜିଲାପାଳ ସତ୍ୟରଞ୍ଜନ ସାହୁ ବାଉଁଶୁଣୀ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବାଉଁଶୁଣୀ ବସଷ୍ଟାଣ୍ଡରୁ ଗୁନ୍ଦୁଲିଆ ରାସ୍ତା, ଥାନା ରୋଡ ସହିତ ଏନ୍‌ଏଚର ଦୁଇ କଡରେ ଜବରଦଖଲ କରି ରହିଥିବା ଦୋକାନଗୁଡ଼ିକୁ ୭ ଦିନ ମଧ୍ୟରେ ହଟାଇବାକୁ କହିଥିଲେ। କିନ୍ତୁ ବ୍ୟବସାୟୀମାନେ ଘର ଭାଙ୍ଗିବାକୁ କିଛି ଦିନ ସମୟ ମାଗିଥିଲେ। ହେଲେ କୌଣସି ଅଧିକାରୀ ଶୁଣି ନ ଥିଲେ। ଯାହାକି ନିରାଶ ହୋଇ ଉଠାଦୋକାନୀମାନେ ଜାଗା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗୁରୁବାର ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ମିଳିତ ଭାବେ ସରକାରୀ ସ୍ଥାନକୁ ନାଲିଗାର ଟାଣି ଚିହ୍ନଟ କରିଥିଲେ। ସେହି ସମୟରେ କିଛି ଲୋକ ଆମେ ଭାଙ୍ଗିବା ପାଇଁ ରାଜି ଅଛୁ, ଆମକୁ ଦୀପାବଳି ପର୍ଯ୍ୟନ୍ତ ସମୟ ଦିଅନ୍ତୁ ବୋଲି ନେହୁରା ହୋଇଥିଲେ। ହେଲେ ଆମକୁ ଜିଲାପାଳ ଯେଉଁ ଦିନଠୁ ସମୟ ଦେଇଛନ୍ତି ସେହିଦିନଠାରୁ ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ପଡ଼ିବ ବୋଲି ଅତିରିକ୍ତ ତହସିଲଦାର କହିଥିଲେ। ସେହି ଦିନଠୁ ହିସାବ କଲେ ଦୀପାବଳି ପୂର୍ବ ଦିନ ପଡୁଛି। ଯାହାକି ଏବର୍ଷ ଦୀପାବଳି ଫିକା ପଡ଼ିପାରେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ଅସ୍ଥାୟୀ ଭାବେ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ପ୍ରଶାସନର ଏପରି ତରବରିଆ ନିଷ୍ପତ୍ତି ଯୋଗୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ କୌଣସି ସୂଚନା ନ ଦେଇ ହଠାତ ଉଚ୍ଛେଦକୁ ବ୍ୟବସାୟୀମାନେ ସମାଲୋଚନା କରିଛନ୍ତି। ତୁରନ୍ତ ଉଠାଦୋକାନୀଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଜନସାଧାରଣରେ ଦାବି ହେଉଥିବାବେଳେ ବାରମ୍ବାର ଟ୍ରାଫିକ ସମସ୍ୟା ଉପୁଜୁ ଥିବାରୁ ପୂର୍ବରୁ ଜବରଦଖଲ ଉଚ୍ଛେଦ ପାଇଁ ବାଉଁଶୁଣୀ ନାଗରିକ କମିଟି ଅନେକ ଥର ଦାବି କରୁଥିଲେ। ଯାହାକି ଏବେ ତାହା ସଫଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri