ଜବରଦଖଲ ଉଚ୍ଛେଦ ପାଇଁ ଆକ୍‌ସନ ମୋଡ୍‌ରେ ପ୍ରଶାସନ

ବାଉଁଶୁଣୀ,୨୨।୧୦(ଡି.ଏନ୍‌.ଏ.):  ବୌଦ୍ଧ ଜିଲା ବାଉଁଶୁଣୀ ବଜାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ଆକ୍‌ସନ ମୋଡ଼ରେ ପ୍ରଶାସନ ରହିଛି। ଫଳରେ ଦୋକାନକରି ପରିବାର ଚଳାଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାଉଁଶୁଣୀ ବଜାର ରାସ୍ତା କଡ଼ରେ ଅନେକ ବର୍ଷ ହେଲା ଛୋଟ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ ଅନେକ ଦୋକାନୀ। ଗତ ସୋମବାର ଆମ୍ବଝରି ପଞ୍ଚାୟତରେ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ସମାପ୍ତ କରି ଫେରିବା ବାଟରେ ଅଚାନକ ବାଉଁଶୁଣୀ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ହସ୍‌ପିଟାଲ ସାମ୍ନାରେ ଥିବା ଦୋକାନଗୁଡ଼ିକ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ତୁରନ୍ତ ସେହି ଦୋକାନଗୁଡ଼ିକୁ ହଟାଇବା ପାଇଁ ଜିଲାପାଳ ସତ୍ୟରଞ୍ଜନ ସାହୁ ବାଉଁଶୁଣୀ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବାଉଁଶୁଣୀ ବସଷ୍ଟାଣ୍ଡରୁ ଗୁନ୍ଦୁଲିଆ ରାସ୍ତା, ଥାନା ରୋଡ ସହିତ ଏନ୍‌ଏଚର ଦୁଇ କଡରେ ଜବରଦଖଲ କରି ରହିଥିବା ଦୋକାନଗୁଡ଼ିକୁ ୭ ଦିନ ମଧ୍ୟରେ ହଟାଇବାକୁ କହିଥିଲେ। କିନ୍ତୁ ବ୍ୟବସାୟୀମାନେ ଘର ଭାଙ୍ଗିବାକୁ କିଛି ଦିନ ସମୟ ମାଗିଥିଲେ। ହେଲେ କୌଣସି ଅଧିକାରୀ ଶୁଣି ନ ଥିଲେ। ଯାହାକି ନିରାଶ ହୋଇ ଉଠାଦୋକାନୀମାନେ ଜାଗା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗୁରୁବାର ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ମିଳିତ ଭାବେ ସରକାରୀ ସ୍ଥାନକୁ ନାଲିଗାର ଟାଣି ଚିହ୍ନଟ କରିଥିଲେ। ସେହି ସମୟରେ କିଛି ଲୋକ ଆମେ ଭାଙ୍ଗିବା ପାଇଁ ରାଜି ଅଛୁ, ଆମକୁ ଦୀପାବଳି ପର୍ଯ୍ୟନ୍ତ ସମୟ ଦିଅନ୍ତୁ ବୋଲି ନେହୁରା ହୋଇଥିଲେ। ହେଲେ ଆମକୁ ଜିଲାପାଳ ଯେଉଁ ଦିନଠୁ ସମୟ ଦେଇଛନ୍ତି ସେହିଦିନଠାରୁ ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ପଡ଼ିବ ବୋଲି ଅତିରିକ୍ତ ତହସିଲଦାର କହିଥିଲେ। ସେହି ଦିନଠୁ ହିସାବ କଲେ ଦୀପାବଳି ପୂର୍ବ ଦିନ ପଡୁଛି। ଯାହାକି ଏବର୍ଷ ଦୀପାବଳି ଫିକା ପଡ଼ିପାରେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ଅସ୍ଥାୟୀ ଭାବେ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ପ୍ରଶାସନର ଏପରି ତରବରିଆ ନିଷ୍ପତ୍ତି ଯୋଗୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ କୌଣସି ସୂଚନା ନ ଦେଇ ହଠାତ ଉଚ୍ଛେଦକୁ ବ୍ୟବସାୟୀମାନେ ସମାଲୋଚନା କରିଛନ୍ତି। ତୁରନ୍ତ ଉଠାଦୋକାନୀଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଜନସାଧାରଣରେ ଦାବି ହେଉଥିବାବେଳେ ବାରମ୍ବାର ଟ୍ରାଫିକ ସମସ୍ୟା ଉପୁଜୁ ଥିବାରୁ ପୂର୍ବରୁ ଜବରଦଖଲ ଉଚ୍ଛେଦ ପାଇଁ ବାଉଁଶୁଣୀ ନାଗରିକ କମିଟି ଅନେକ ଥର ଦାବି କରୁଥିଲେ। ଯାହାକି ଏବେ ତାହା ସଫଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri