‘ରତ୍ନଭଣ୍ଡାର ପ୍ରସଙ୍ଗରେ ଜାଣିଶୁଣି ପଛଘୁଞ୍ଚା ଦେଉଛି ପ୍ରଶାସନ’

ପୁରୀ ଅଫିସ,୧୭ା୩: ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ସତ୍ୟପାଠ ଦାଖଲ କରିନାହିଁ। ରତ୍ନଭଣ୍ଡାର ପ୍ରସଙ୍ଗରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଦୂରେଇ ରହିବାକୁ ଚେଷ୍ଟା କରୁଛି। ଯଦି ରତ୍ନଭଣ୍ଡାରର ସ୍ଥିତି ଠିକ୍‌ ରହିଛି, ତେବେ ସତ୍ୟପାଠ ଦାଖଲ କରିବାରେ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ଜଗନ୍ନାଥପ୍ରେମୀ ପ୍ରଶ୍ନ କରିଛନ୍ତି। ଏପରିକି ଦୁଇଦିନ ପୂର୍ବେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ରତ୍ନଭଣ୍ଡାର ସମ୍ପର୍କରେ ପଦୁଟିଏ ଆଲୋଚନା ନ ହେବା ପରିଚାଳନା କମିଟି ସଦସ୍ୟମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ୨୦୧୮ ଏପ୍ରିଲ ୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସେତେବେଳେ ମନ୍ଦିର ପ୍ରଶାସନ ଅଣଦେଖା କରିଥିବା ସାଧାରଣରେ ଅଭିଯୋଗ ଉଠିଥିଲା। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି।
ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ୨୦୨୨ ଅକ୍ଟୋବରରେ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ସ୍ଥିତି ଓ ଖୋଲିବା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସେ ନେଇ ତତ୍ପରତା ଦେଖାଇ ନ ଥିଲା କି ଆଗ୍ରହ ପ୍ରକାଶ କରି ନ ଥିଲା। ପୁଣି ଚଳିତବର୍ଷ ଜାନୁୟାରୀ ୫ରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମାର୍ଚ୍ଚ ୧୬ (ଗୁରୁବାର) ଏହାର ଶୁଣାଣି ରହିଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିନାହିଁ। ତେଣୁ ଜୁନ୍‌ ୨୬ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୧୦ରେ ଶୁଣାଣି ରହିଛି। ଏଠାରେ ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାର ପ୍ରସଙ୍ଗରେ କ’ଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଦିନ ଗଡ଼ାଇ ଚାଲିଛି। ଏନେଇ ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ୨୦୧୮ ଏପ୍ରିଲ ୪ ତାରିଖଠାରୁ ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ନେଇ ୧୭ଜଣିଆ ପ୍ରତିନିଧି କମିଟି ଜାଣିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ସମସ୍ତ ତଥ୍ୟ ପାଇବା ପରେ ଓ ରତ୍ନଭଣ୍ଡାର ସ୍ଥିତି ଜାଣିବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଛନ୍ତି। ଏହାର ମୁଖ୍ୟ ରହସ୍ୟ ହେଉଛି ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷିତ ନାହିଁ। ରତ୍ନଭଣ୍ଡାରୁରୁ ରତ୍ନ ସବୁ ଲୁଟ୍‌ ହୋଇଥିବା ନେଇ ଅନେକ ବର୍ଷ ଧରି ସେବାୟତ ଓ ଭକ୍ତମାନେ ଅଭିଯୋଗ କରି ଆସୁଛନ୍ତି। ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ରତ୍ନଭଣ୍ଡାର ମରାମତି କରିବାକୁ ହେଲେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିବାକୁ ପଡ଼ିିବ। ରତ୍ନଅଳଙ୍କାର ସ୍ଥାନାନ୍ତର କରିବା ସମୟରେ ଅଳଙ୍କାର ଗୁଡ଼ିିକର ଗଣତି ମଣତି କରିବାକୁ ପଡ଼ିବ। ଫଳରେ ଅଳଙ୍କାର ପୂର୍ବ ତାଲିକା ଅନୁଯାୟୀ ନ ମିଳିଲେ ବା କମିଗଲେ ସରକାର ଭାଙ୍ଗିଯିବାର ଭୟ ରହିଛି। ତେଣୁ ସରକାର ଜାଣିଶୁଣି ରତ୍ନଭଣ୍ଡାର ମରାମତି କରିବାକୁ ଚାହୁଁନାହାନ୍ତି। ଜାଣିଶୁଣି ତାରିଖ ପରେ ତାରିଖ ଗଡ଼ାଉଛନ୍ତି ବୋଲି ବରାଳ ଅଭିଯୋଗ କରିଛନ୍ତି। ଅନେକ ଜଗନ୍ନାଥପ୍ରେମୀ ଅନୁରୂପ ମତ ରଖି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେବା ସହ ତୁରନ୍ତ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri