ପ୍ରଶାସନ ଚକ୍ରବ୍ୟୁହରେ ଭିଜିଲାନ୍ସ ମାମଲା

ଗତ ମେ’ମାସର ଅନ୍ତିମ ୨ ଦିନରେ ୨ଜଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବକରିବା ଭିଜିଲାନ୍ସ ବିଭାଗର ସ୍ବାଗତଯୋଗ୍ୟ ପଦକ୍ଷେପ। ମେ ୩୦ରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ମାସର ଶେଷ ତାରିଖରେ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ। ସଂଯୋଗବଶତଃ ଉଭୟଙ୍କର ଚାକିରିରୁ ଅବସର ତାରିଖ ଥିଲା ମେ ୩୧ । ଜଣେ ଉଚ୍ଚପଦସ୍ଥ ଯନ୍ତ୍ରୀ ଅବସର ନେବାର ପୂର୍ବଦିନ ଓ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ଦିନ ଭିଜିଲାନ୍ସ କବଳିତ ହେବା, ପୂର୍ବ ସରକାରଙ୍କର ବହୁ ପ୍ରଚାରିତ ସ୍ବଚ୍ଛ ପ୍ରଶାସନ ଓ ଶୂନ୍ୟ ସହନଶୀଳତା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ଅପରପକ୍ଷରେ ଯେଉଁଦିନ ଯନ୍ତ୍ରୀଦ୍ବୟ କାର୍ଯ୍ୟାଳୟରୁ ସସମ୍ମାନେ ବିଦାୟ ନେଇଥାନ୍ତେ ସେଇଦିନ ଜେଲକୁ ପ୍ରେରିତହେବା ଭାଗ୍ୟ ନୁହେଁ ବରଂ କର୍ମଫଳକୁ ହିଁ ସାବ୍ୟସ୍ତ କରୁଛି। ମେ’ ମାସ ସେଇ ୨ ଜଣ ଯନ୍ତ୍ରୀଙ୍କ ଚାକିରିର ଅନ୍ତିମ ମାସ ଥିବାରୁ ସ୍ବଭାବବଶତଃ ସମସ୍ତ ବାକିଆ କମିଶନି ଆଦାୟ ସହ ଅନେକ ମିଥ୍ୟା ବିଲ୍‌ ନିଶ୍ଚିତ ହୋଇଥିବ। ଅବଶ୍ୟ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେବା ପରଠାରୁ ୨୦୨୫ର ପ୍ରଥମ ୫ମାସ ମଧ୍ୟରେ ୨୦ରୁ ଅଧିକ ଭିଜିଲାନ୍ସ ମାମଲା ହୋଇ ଅନେକ ଆୟ ବହିର୍ଭୂତ ସମ୍ପତ୍ତି ଠାବହୋଇଛି। ମାତ୍ର ଏଇ ସଂଖ୍ୟା କେବେ ବି ସନ୍ତୋଷଜନକ ନୁହେଁ। କାରଣ ଏବେ ରାଜ୍ୟର ସମସ୍ତ ବିଭାଗ ସହ ଅଶୀ ଶତାଂଶ କର୍ମଚାରୀ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି। ନିକଟ ଅତୀତରେ ଧର୍ମଗଡ଼ ଉପଜିଲାପାଳ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତି କିଭଳି କାୟା ବିସ୍ତାର କରିସାରିଛି ତାହା ଅନୁମେୟ। ଚାକିରିର ପ୍ରଥମ ପାହାଚରେ ଏଭଳି ଚରିତ୍ରର ବ୍ୟକ୍ତି ଯେ କେବଳ ଚକ୍‌ମା ତାହା ନୁହେଁ। ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଶାସନର ମୂଳରୁ ଶୀର୍ଷ ପର୍ଯ୍ୟନ୍ତ ଏବେ ବି ନିଶ୍ଚିତ ଅଛନ୍ତି। କିନ୍ତୁ ସେମାନଙ୍କୁ ଭିଜିଲାନ୍ସ ଧରିପାରୁ ନ ଥିବାର କାରଣ ଅନାଲୋଚିତ ହେଲେ ବି ତନ୍ମଧ୍ୟରୁ ପାରସ୍ପରିକ ଦାପ୍ତରିକ ସହଯୋଗ ଏବଂ ଉପର ସ୍ତରର ଚାପ ଭଳି ଅନେକ ଲୁକ୍କାୟିତ କାରଣ ରହିଛି।
ଭିଜିଲାନ୍ସ ମାମଲାରେ ଏଯାବତ୍‌ ଯେଉଁମାନେ ଛନ୍ଦିହୋଇଛନ୍ତି ସେମାନଙ୍କର ଏକାଧିକ ଘର, ଗାଡ଼ି, ଜାଗା ସହ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ଓ ସୁନା ଠାବ ହୋଇଛି। ଦୁର୍ନୀତିରେ ଅର୍ଜିତ ଆୟ ଗୋପନ ସହ ଭବିଷ୍ୟତ ଲାଭ ପାଇଁ ତାହା ଏବେ ପ୍ରକୃଷ୍ଟ ମାଧ୍ୟମ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ରୋଜଗାର ନ ଥିବା ସେମାନଙ୍କ ସ୍ତ୍ରୀ,ପରିବାର ସଭ୍ୟଙ୍କ ନାମରେ ଏକାଧିକ ବାସୋପଯୋଗୀ ବା ବ୍ୟବସାୟିକ ଜମି ଥିବା ସୂଚନା ମିଳୁଛି। ସେମାନଙ୍କୁ ମଧ୍ୟ ତତ୍କାଳ ଗିରଫ କରାଯିବା ସହ ଖରିଦ ସମସ୍ତ ସମ୍ପତ୍ତିର ବଜାର ଦରରେ ମୂଲ୍ୟାୟନ କରାଗଲେ ବିକ୍ରେତା ଅଧିକ ମୂଲ୍ୟରେ ବିକ୍ରିକରି କମ୍‌ ମୂଲ୍ୟ ଦର୍ଶାଇ ରାଜସ୍ବ କ୍ଷତି ପାଇଁ ଅଭିଯୁକ୍ତ ହୋଇପାରିବେ। ୧୯୯୦ ପର୍ଯ୍ୟନ୍ତ ଅଧିକାଂଶ ସରକାରୀ କର୍ମଚାରୀ ବା ଅଧିକାରୀ ନିଜ ଜାଗା କେବଳ ସରକାରୀ ଋଣରେ କିଣୁଥିଲେ। ଏବେ କିନ୍ତୁ କଳାଧନ ଅଧିକ ଯୋଗୁ ଜାଗା, ସୁନା ସହ ବିଭିନ୍ନ ଲାଭଜନକ ସଂସ୍ଥାରେ ଅର୍ଥ ବିନିଯୋଗ କରୁଛନ୍ତି।
ଏହା ସତ୍ୟ ଯେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା କର୍ମଚାରୀ ଭିଜିଲାନ୍ସ ମାମଲାରେ ଛନ୍ଦିହେବା ପରେ ପ୍ରାଥମିକ ଅବସ୍ଥାରେ ଯେତିକି ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥାଏ ତଦନ୍ତ ପରେ ତାହାର ପରିମାଣ ବହୁ ଗୁଣରେ ବଢ଼ିଥାଏ। ଦୀର୍ଘ ତଦନ୍ତ ଓ ବିବିଧ କାରଣରୁ କୋର୍ଟରେ ଅଭିଯୋଗ ପତ୍ର ଦାଖଲରେ ବିଳମ୍ବ ହୁଏ। ଏତଦ୍‌ବ୍ୟତୀତ ଆମର ବିଚାର ବ୍ୟବସ୍ଥା ଏତେ ନମନୀୟ ଯେ ଅପରାଧୀ ବିରୋଧରେ ନବେ ଶତାଂଶ ପ୍ରମାଣ ସତ୍ତ୍ୱେ ଦଶ ଶତାଂଶ ଅସଙ୍ଗତ ତଥ୍ୟକୁ ଗୁରୁତ୍ୱ ଦିଆଯାଏ। ତାହା ପୁଣି ସାକ୍ଷୀଙ୍କ ବୟାନ ବଦଳ, ସରକାରୀ ଓକିଲଙ୍କ ଅବହେଳା ସହ ଯଥାର୍ଥ କାଗଜାଦି ଠିକ୍‌ ସମୟରେ ଉପସ୍ଥାପନ ନ ହେବା ନତୁବା ରହିଥିବା ଆଇନର ଗଳାବାଟ ମାଧ୍ୟମରେ। ବାରମ୍ବାର ଅଦାଲତି ମହଲତ ମଧ୍ୟ ମାମଲାକୁ ଦୁର୍ବଳକରେ। ଫଳତଃ ଅନେକ ମାମଲା ଅଭିଯୁକ୍ତଙ୍କ ସପକ୍ଷରେ ଯାଇଥାଏ ବା ବିଚାର ଶେଷ ବେଳକୁ ଅଭିଯୁକ୍ତ ସଂସାର ତ୍ୟାଗ କରିଥାଏ।
ଅନ୍ୟପକ୍ଷରେ ଆମର ପ୍ରଚଳିତ ବିଧି ବ୍ୟବସ୍ଥାରେ ଭିଜିଲାନ୍ସ ଏକ ସ୍ବୟଂ ସମ୍ପୂର୍ଣ୍ଣ ସ୍ବାଧୀନ ସଂସ୍ଥା ନୁହେଁ ବରଂ ସରକାରୀ ନିୟନ୍ତ୍ରଣାଧୀନ। ସେଥିପାଇଁ କୌଣସି ‘କ’ ବର୍ଗର ଅଧିକାରୀଙ୍କ ନାମରେ ମାମଲା ପାଇଁ ସରକାରଙ୍କ ପୂର୍ବାନୁମତି ଆବଶ୍ୟକ। ବିଗତ ସରକାରଙ୍କ ସମୟରେ ଭିଜିଲାନ୍ସ ବିଭାଗର ୨ଶହରୁ ଅଧିକ ଆବେଦନପତ୍ର ମଞ୍ଜୁର ପାଇଁ ଯାଇଥିଲା, ଯାହାକୁ ନୂଆ ସରକାର ମଞ୍ଜୁରୀ ଦେବାରେ କୌଣସି ପ୍ରତିବନ୍ଧକ ନ ଥିଲା। କିନ୍ତୁ ଦାପ୍ତରିକ ଓ ପାରସ୍ପରିକ ସହଯୋଗ ଭିତ୍ତିରେ ସେଥିରୁ ଅନେକ ମାମଲା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିଲା। ସେଥିରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମଧ୍ୟ ସାର୍ବଜନୀନ ହେଉନାହିଁ।
ସରକାର ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମାକରି ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ସହାୟତା କରିପାରନ୍ତି ତାହା ଅର୍ଥ ବିଭାଗର ବିଜ୍ଞପ୍ତି ନଂ. ୧୦୬୨୮ ତା୨୯ା୫ା୨୦୨୫ରୁ ସ୍ପଷ୍ଟ କରୁଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ କୌଣସି ସରକାରୀ ଅଧିକାରୀ ଅବସର ନେବା ଦିନ ଯଦି କୌଣସି ଭିଜିଲାନ୍ସ ମାମଲା ବିଚାରପତିଙ୍କ ଦ୍ବାରା ଗୃହୀତ ହୋଇ ନ ଥାଏ ତେବେ ତାଙ୍କର ସମସ୍ତ ଅବସରକାଳୀନ ଅର୍ଥ ମଞ୍ଜୁର କରାଯିବ। ତେଣୁ ମେ ମାସ ଶେଷ ୨ଦିନ ଭିଜିଲାନ୍ସ ଦ୍ବାରା ଧରାପଡ଼ିଥିବା ଯନ୍ତ୍ରୀ ଦ୍ବୟ ଅବସର ଦିନ କୋର୍ଟରେ ମାମଲା ନ ଥିବାରୁ ସମସ୍ତ ଅବସରକାଳୀନ ପ୍ରାପ୍ୟ କଡ଼ାଗଣ୍ଡାରେ ପାଇବେ। ମାମଲା ବିଚାର ପରେ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ସେହିଦିନଠାରୁ ପେନ୍‌ସନର ମାତ୍ର ୨୫ ଶତାଂଶ ସରକାର ପ୍ରତ୍ୟାହାର କରିପାରିବେ। ତତ୍କାଳୀନ ମୂଲ୍ୟସୂଚୀରେ ତାହା ନଗଣ୍ୟ ଥିବ। ଏଯାବତ୍‌ ଅନେକ ପ୍ରାପ୍ୟ ମଧ୍ୟ ଆଇନ ବିଭାଗର ଗୋଟିଏ ସ୍ପଷ୍ଟୀକରଣ ମାଧ୍ୟମରେ ମାମଲାରେ ଜଡ଼ିତ ଅନେକଙ୍କୁ ଦିଆଯାଇ ସାରିଛି। ଭବିଷ୍ୟତରେ ଦିଆଯିବ ମଧ୍ୟ। ସକରାର ଏଥିରେ ଅବଗତ ଅଛନ୍ତି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ରାଜ୍ୟ ସେବା ସଂହିତାରେ ସ୍ପଷ୍ଟ ଲିଖିତ ଅଛି ଯେ କୌଣସି ଅଧିକାରୀ ବା କର୍ମଚାରୀ ଫୌଜଦାରି ମାମଲାରେ ସଂଶ୍ଳିଷ୍ଟ ହୋଇ ୪୮ ଘଣ୍ଟାରୁ ଅଧିକ ପୋଲିସ ବା ଜେଲ ହାଜତରେ ରହିଲେ କାର୍ଯ୍ୟରୁ ନିଲମ୍ବିତ ହେବେ ଏବଂ ତାଙ୍କ ନାମରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଭିଜିଲାନ୍ସ ମାମଲା ଫୌଜଦାରି ଦଫାରେ ହୁଏ। ମାମଲାର ନିଷ୍ପତ୍ତି ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଚାର କରାଯିବ। ଏବେ ନିଲମ୍ବନର କିଛି ମାସ ପରେ ଆଦେଶ ପ୍ରତ୍ୟାହୃତ ହୋଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। ଫଳତଃ ସେମାନେ ପ୍ରମାଣ ନଷ୍ଟ ପାଇଁ ସୁଯୋଗ ପାଉଛନ୍ତି। ଯଦି ସମ୍ପୃକ୍ତ ବ୍ୟକ୍ତି ମାମଲା ବିଚାର ପୂର୍ବରୁ ଅବସର ନେଉଥାନ୍ତି ତେବେ ଅବସର ଦିନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶେଷ ହେବାର ନିୟମ ରହିଛି। ସେତେବେଳେ ମାମଲା ବିଚାର ଶେଷ ପର୍ଯ୍ୟନ୍ତ ତାଙ୍କର ଅବସରକାଳୀନ ପ୍ରାପ୍ୟ ବନ୍ଦ ରଖାଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ମାତ୍ର ଦୁର୍ନୀତିକୁ ମୂଳୋତ୍ପାଟନ ପରିବର୍ତ୍ତେ ସୂଚିତ ବିଜ୍ଞପ୍ତି ଯେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରକ୍ଷାକବଚ ଏବଂ ଭିଜିଲାନ୍ସ ମାମଲାର ତଦନ୍ତ ଏକ ଦୀର୍ଘମିଆଦୀ କାର୍ଯ୍ୟ ତାହା ବୋଧହୁଏ ସରକାର ଅବଗତ ନୁହନ୍ତି। ନୂତନ ସରକାର ଯଦି ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେବାକୁ ଅଙ୍ଗୀକାରବଦ୍ଧ ତେବେ ଉପରୋକ୍ତ ବିଜ୍ଞପ୍ତି ପଛର ଦାପ୍ତରିକ ଅଭିସନ୍ଧି ଅନୁଭବକରି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ପାଇଁ କଠୋର ନିୟନ୍ତ୍ରିତ ଆଇନ ପ୍ରଣୟନ କରନ୍ତୁ। ଭିଜିଲାନ୍ସ ବିଭାଗକୁ ଅଧିକ ସକ୍ରିୟ ଓ ସମୟ ଭିତ୍ତିକ ବିିଚାର ପାଇଁ ପଦକ୍ଷେପ ନେବା ସହ ମାମଲାରେ ସରକାର ହାରିଗଲେ ଉତ୍ତର ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ଜରୁରୀ ମନେହୁଏ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri