ପ୍ରଶାସନ ଚକ୍ରବ୍ୟୁହରେ ଭିଜିଲାନ୍ସ ମାମଲା

ଗତ ମେ’ମାସର ଅନ୍ତିମ ୨ ଦିନରେ ୨ଜଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବକରିବା ଭିଜିଲାନ୍ସ ବିଭାଗର ସ୍ବାଗତଯୋଗ୍ୟ ପଦକ୍ଷେପ। ମେ ୩୦ରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ମାସର ଶେଷ ତାରିଖରେ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ। ସଂଯୋଗବଶତଃ ଉଭୟଙ୍କର ଚାକିରିରୁ ଅବସର ତାରିଖ ଥିଲା ମେ ୩୧ । ଜଣେ ଉଚ୍ଚପଦସ୍ଥ ଯନ୍ତ୍ରୀ ଅବସର ନେବାର ପୂର୍ବଦିନ ଓ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ଦିନ ଭିଜିଲାନ୍ସ କବଳିତ ହେବା, ପୂର୍ବ ସରକାରଙ୍କର ବହୁ ପ୍ରଚାରିତ ସ୍ବଚ୍ଛ ପ୍ରଶାସନ ଓ ଶୂନ୍ୟ ସହନଶୀଳତା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ଅପରପକ୍ଷରେ ଯେଉଁଦିନ ଯନ୍ତ୍ରୀଦ୍ବୟ କାର୍ଯ୍ୟାଳୟରୁ ସସମ୍ମାନେ ବିଦାୟ ନେଇଥାନ୍ତେ ସେଇଦିନ ଜେଲକୁ ପ୍ରେରିତହେବା ଭାଗ୍ୟ ନୁହେଁ ବରଂ କର୍ମଫଳକୁ ହିଁ ସାବ୍ୟସ୍ତ କରୁଛି। ମେ’ ମାସ ସେଇ ୨ ଜଣ ଯନ୍ତ୍ରୀଙ୍କ ଚାକିରିର ଅନ୍ତିମ ମାସ ଥିବାରୁ ସ୍ବଭାବବଶତଃ ସମସ୍ତ ବାକିଆ କମିଶନି ଆଦାୟ ସହ ଅନେକ ମିଥ୍ୟା ବିଲ୍‌ ନିଶ୍ଚିତ ହୋଇଥିବ। ଅବଶ୍ୟ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେବା ପରଠାରୁ ୨୦୨୫ର ପ୍ରଥମ ୫ମାସ ମଧ୍ୟରେ ୨୦ରୁ ଅଧିକ ଭିଜିଲାନ୍ସ ମାମଲା ହୋଇ ଅନେକ ଆୟ ବହିର୍ଭୂତ ସମ୍ପତ୍ତି ଠାବହୋଇଛି। ମାତ୍ର ଏଇ ସଂଖ୍ୟା କେବେ ବି ସନ୍ତୋଷଜନକ ନୁହେଁ। କାରଣ ଏବେ ରାଜ୍ୟର ସମସ୍ତ ବିଭାଗ ସହ ଅଶୀ ଶତାଂଶ କର୍ମଚାରୀ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି। ନିକଟ ଅତୀତରେ ଧର୍ମଗଡ଼ ଉପଜିଲାପାଳ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତି କିଭଳି କାୟା ବିସ୍ତାର କରିସାରିଛି ତାହା ଅନୁମେୟ। ଚାକିରିର ପ୍ରଥମ ପାହାଚରେ ଏଭଳି ଚରିତ୍ରର ବ୍ୟକ୍ତି ଯେ କେବଳ ଚକ୍‌ମା ତାହା ନୁହେଁ। ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଶାସନର ମୂଳରୁ ଶୀର୍ଷ ପର୍ଯ୍ୟନ୍ତ ଏବେ ବି ନିଶ୍ଚିତ ଅଛନ୍ତି। କିନ୍ତୁ ସେମାନଙ୍କୁ ଭିଜିଲାନ୍ସ ଧରିପାରୁ ନ ଥିବାର କାରଣ ଅନାଲୋଚିତ ହେଲେ ବି ତନ୍ମଧ୍ୟରୁ ପାରସ୍ପରିକ ଦାପ୍ତରିକ ସହଯୋଗ ଏବଂ ଉପର ସ୍ତରର ଚାପ ଭଳି ଅନେକ ଲୁକ୍କାୟିତ କାରଣ ରହିଛି।
ଭିଜିଲାନ୍ସ ମାମଲାରେ ଏଯାବତ୍‌ ଯେଉଁମାନେ ଛନ୍ଦିହୋଇଛନ୍ତି ସେମାନଙ୍କର ଏକାଧିକ ଘର, ଗାଡ଼ି, ଜାଗା ସହ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ଓ ସୁନା ଠାବ ହୋଇଛି। ଦୁର୍ନୀତିରେ ଅର୍ଜିତ ଆୟ ଗୋପନ ସହ ଭବିଷ୍ୟତ ଲାଭ ପାଇଁ ତାହା ଏବେ ପ୍ରକୃଷ୍ଟ ମାଧ୍ୟମ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ରୋଜଗାର ନ ଥିବା ସେମାନଙ୍କ ସ୍ତ୍ରୀ,ପରିବାର ସଭ୍ୟଙ୍କ ନାମରେ ଏକାଧିକ ବାସୋପଯୋଗୀ ବା ବ୍ୟବସାୟିକ ଜମି ଥିବା ସୂଚନା ମିଳୁଛି। ସେମାନଙ୍କୁ ମଧ୍ୟ ତତ୍କାଳ ଗିରଫ କରାଯିବା ସହ ଖରିଦ ସମସ୍ତ ସମ୍ପତ୍ତିର ବଜାର ଦରରେ ମୂଲ୍ୟାୟନ କରାଗଲେ ବିକ୍ରେତା ଅଧିକ ମୂଲ୍ୟରେ ବିକ୍ରିକରି କମ୍‌ ମୂଲ୍ୟ ଦର୍ଶାଇ ରାଜସ୍ବ କ୍ଷତି ପାଇଁ ଅଭିଯୁକ୍ତ ହୋଇପାରିବେ। ୧୯୯୦ ପର୍ଯ୍ୟନ୍ତ ଅଧିକାଂଶ ସରକାରୀ କର୍ମଚାରୀ ବା ଅଧିକାରୀ ନିଜ ଜାଗା କେବଳ ସରକାରୀ ଋଣରେ କିଣୁଥିଲେ। ଏବେ କିନ୍ତୁ କଳାଧନ ଅଧିକ ଯୋଗୁ ଜାଗା, ସୁନା ସହ ବିଭିନ୍ନ ଲାଭଜନକ ସଂସ୍ଥାରେ ଅର୍ଥ ବିନିଯୋଗ କରୁଛନ୍ତି।
ଏହା ସତ୍ୟ ଯେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା କର୍ମଚାରୀ ଭିଜିଲାନ୍ସ ମାମଲାରେ ଛନ୍ଦିହେବା ପରେ ପ୍ରାଥମିକ ଅବସ୍ଥାରେ ଯେତିକି ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥାଏ ତଦନ୍ତ ପରେ ତାହାର ପରିମାଣ ବହୁ ଗୁଣରେ ବଢ଼ିଥାଏ। ଦୀର୍ଘ ତଦନ୍ତ ଓ ବିବିଧ କାରଣରୁ କୋର୍ଟରେ ଅଭିଯୋଗ ପତ୍ର ଦାଖଲରେ ବିଳମ୍ବ ହୁଏ। ଏତଦ୍‌ବ୍ୟତୀତ ଆମର ବିଚାର ବ୍ୟବସ୍ଥା ଏତେ ନମନୀୟ ଯେ ଅପରାଧୀ ବିରୋଧରେ ନବେ ଶତାଂଶ ପ୍ରମାଣ ସତ୍ତ୍ୱେ ଦଶ ଶତାଂଶ ଅସଙ୍ଗତ ତଥ୍ୟକୁ ଗୁରୁତ୍ୱ ଦିଆଯାଏ। ତାହା ପୁଣି ସାକ୍ଷୀଙ୍କ ବୟାନ ବଦଳ, ସରକାରୀ ଓକିଲଙ୍କ ଅବହେଳା ସହ ଯଥାର୍ଥ କାଗଜାଦି ଠିକ୍‌ ସମୟରେ ଉପସ୍ଥାପନ ନ ହେବା ନତୁବା ରହିଥିବା ଆଇନର ଗଳାବାଟ ମାଧ୍ୟମରେ। ବାରମ୍ବାର ଅଦାଲତି ମହଲତ ମଧ୍ୟ ମାମଲାକୁ ଦୁର୍ବଳକରେ। ଫଳତଃ ଅନେକ ମାମଲା ଅଭିଯୁକ୍ତଙ୍କ ସପକ୍ଷରେ ଯାଇଥାଏ ବା ବିଚାର ଶେଷ ବେଳକୁ ଅଭିଯୁକ୍ତ ସଂସାର ତ୍ୟାଗ କରିଥାଏ।
ଅନ୍ୟପକ୍ଷରେ ଆମର ପ୍ରଚଳିତ ବିଧି ବ୍ୟବସ୍ଥାରେ ଭିଜିଲାନ୍ସ ଏକ ସ୍ବୟଂ ସମ୍ପୂର୍ଣ୍ଣ ସ୍ବାଧୀନ ସଂସ୍ଥା ନୁହେଁ ବରଂ ସରକାରୀ ନିୟନ୍ତ୍ରଣାଧୀନ। ସେଥିପାଇଁ କୌଣସି ‘କ’ ବର୍ଗର ଅଧିକାରୀଙ୍କ ନାମରେ ମାମଲା ପାଇଁ ସରକାରଙ୍କ ପୂର୍ବାନୁମତି ଆବଶ୍ୟକ। ବିଗତ ସରକାରଙ୍କ ସମୟରେ ଭିଜିଲାନ୍ସ ବିଭାଗର ୨ଶହରୁ ଅଧିକ ଆବେଦନପତ୍ର ମଞ୍ଜୁର ପାଇଁ ଯାଇଥିଲା, ଯାହାକୁ ନୂଆ ସରକାର ମଞ୍ଜୁରୀ ଦେବାରେ କୌଣସି ପ୍ରତିବନ୍ଧକ ନ ଥିଲା। କିନ୍ତୁ ଦାପ୍ତରିକ ଓ ପାରସ୍ପରିକ ସହଯୋଗ ଭିତ୍ତିରେ ସେଥିରୁ ଅନେକ ମାମଲା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିଲା। ସେଥିରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମଧ୍ୟ ସାର୍ବଜନୀନ ହେଉନାହିଁ।
ସରକାର ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମାକରି ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ସହାୟତା କରିପାରନ୍ତି ତାହା ଅର୍ଥ ବିଭାଗର ବିଜ୍ଞପ୍ତି ନଂ. ୧୦୬୨୮ ତା୨୯ା୫ା୨୦୨୫ରୁ ସ୍ପଷ୍ଟ କରୁଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ କୌଣସି ସରକାରୀ ଅଧିକାରୀ ଅବସର ନେବା ଦିନ ଯଦି କୌଣସି ଭିଜିଲାନ୍ସ ମାମଲା ବିଚାରପତିଙ୍କ ଦ୍ବାରା ଗୃହୀତ ହୋଇ ନ ଥାଏ ତେବେ ତାଙ୍କର ସମସ୍ତ ଅବସରକାଳୀନ ଅର୍ଥ ମଞ୍ଜୁର କରାଯିବ। ତେଣୁ ମେ ମାସ ଶେଷ ୨ଦିନ ଭିଜିଲାନ୍ସ ଦ୍ବାରା ଧରାପଡ଼ିଥିବା ଯନ୍ତ୍ରୀ ଦ୍ବୟ ଅବସର ଦିନ କୋର୍ଟରେ ମାମଲା ନ ଥିବାରୁ ସମସ୍ତ ଅବସରକାଳୀନ ପ୍ରାପ୍ୟ କଡ଼ାଗଣ୍ଡାରେ ପାଇବେ। ମାମଲା ବିଚାର ପରେ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ସେହିଦିନଠାରୁ ପେନ୍‌ସନର ମାତ୍ର ୨୫ ଶତାଂଶ ସରକାର ପ୍ରତ୍ୟାହାର କରିପାରିବେ। ତତ୍କାଳୀନ ମୂଲ୍ୟସୂଚୀରେ ତାହା ନଗଣ୍ୟ ଥିବ। ଏଯାବତ୍‌ ଅନେକ ପ୍ରାପ୍ୟ ମଧ୍ୟ ଆଇନ ବିଭାଗର ଗୋଟିଏ ସ୍ପଷ୍ଟୀକରଣ ମାଧ୍ୟମରେ ମାମଲାରେ ଜଡ଼ିତ ଅନେକଙ୍କୁ ଦିଆଯାଇ ସାରିଛି। ଭବିଷ୍ୟତରେ ଦିଆଯିବ ମଧ୍ୟ। ସକରାର ଏଥିରେ ଅବଗତ ଅଛନ୍ତି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ରାଜ୍ୟ ସେବା ସଂହିତାରେ ସ୍ପଷ୍ଟ ଲିଖିତ ଅଛି ଯେ କୌଣସି ଅଧିକାରୀ ବା କର୍ମଚାରୀ ଫୌଜଦାରି ମାମଲାରେ ସଂଶ୍ଳିଷ୍ଟ ହୋଇ ୪୮ ଘଣ୍ଟାରୁ ଅଧିକ ପୋଲିସ ବା ଜେଲ ହାଜତରେ ରହିଲେ କାର୍ଯ୍ୟରୁ ନିଲମ୍ବିତ ହେବେ ଏବଂ ତାଙ୍କ ନାମରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଭିଜିଲାନ୍ସ ମାମଲା ଫୌଜଦାରି ଦଫାରେ ହୁଏ। ମାମଲାର ନିଷ୍ପତ୍ତି ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଚାର କରାଯିବ। ଏବେ ନିଲମ୍ବନର କିଛି ମାସ ପରେ ଆଦେଶ ପ୍ରତ୍ୟାହୃତ ହୋଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। ଫଳତଃ ସେମାନେ ପ୍ରମାଣ ନଷ୍ଟ ପାଇଁ ସୁଯୋଗ ପାଉଛନ୍ତି। ଯଦି ସମ୍ପୃକ୍ତ ବ୍ୟକ୍ତି ମାମଲା ବିଚାର ପୂର୍ବରୁ ଅବସର ନେଉଥାନ୍ତି ତେବେ ଅବସର ଦିନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶେଷ ହେବାର ନିୟମ ରହିଛି। ସେତେବେଳେ ମାମଲା ବିଚାର ଶେଷ ପର୍ଯ୍ୟନ୍ତ ତାଙ୍କର ଅବସରକାଳୀନ ପ୍ରାପ୍ୟ ବନ୍ଦ ରଖାଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ମାତ୍ର ଦୁର୍ନୀତିକୁ ମୂଳୋତ୍ପାଟନ ପରିବର୍ତ୍ତେ ସୂଚିତ ବିଜ୍ଞପ୍ତି ଯେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରକ୍ଷାକବଚ ଏବଂ ଭିଜିଲାନ୍ସ ମାମଲାର ତଦନ୍ତ ଏକ ଦୀର୍ଘମିଆଦୀ କାର୍ଯ୍ୟ ତାହା ବୋଧହୁଏ ସରକାର ଅବଗତ ନୁହନ୍ତି। ନୂତନ ସରକାର ଯଦି ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେବାକୁ ଅଙ୍ଗୀକାରବଦ୍ଧ ତେବେ ଉପରୋକ୍ତ ବିଜ୍ଞପ୍ତି ପଛର ଦାପ୍ତରିକ ଅଭିସନ୍ଧି ଅନୁଭବକରି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ପାଇଁ କଠୋର ନିୟନ୍ତ୍ରିତ ଆଇନ ପ୍ରଣୟନ କରନ୍ତୁ। ଭିଜିଲାନ୍ସ ବିଭାଗକୁ ଅଧିକ ସକ୍ରିୟ ଓ ସମୟ ଭିତ୍ତିକ ବିିଚାର ପାଇଁ ପଦକ୍ଷେପ ନେବା ସହ ମାମଲାରେ ସରକାର ହାରିଗଲେ ଉତ୍ତର ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ଜରୁରୀ ମନେହୁଏ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?