Posted inUncategorized

ପୁରୁଣାରୁ ବାହାରିପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୬ା୧୨: ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛି ଅନୁଗୋଳ ଜିଲା ପ୍ରଶାସନ। ବିଭିନ୍ନ ନିଷ୍ପତ୍ତି, ନିର୍ଦ୍ଦେଶ, ଟୁଇଟ୍‌ ଆଦିକୁ ସେଥିରେ ଘଣ୍ଟାକୁ ଘଣ୍ଟା ପୋଷ୍ଟ କରାଯାଉଛି। ଲୋକେ ଦେଉଥିବା ଲାଇକ୍‌ ଓ ମତାମତ ଉପରେ ମଧ୍ୟ ନଜର ରଖାଯାଉଛି। ହେଲେ ଜିଲାର ଅଫିସିଆଲ୍‌ େଓବ୍‌ସାଇଟ୍‌ ଥିଲେ ମଧ୍ୟ ଏସବୁକୁ ଅପ୍‌ଲୋଡ୍‌ କରାଯାଉ ନାହିଁ। ଏପରି କି ମାସ ମାସ ଧରି ଏହି ସରକାରୀ ଓ୍ବେବ୍‌ସାଇଟ୍‌ ଅପ୍‌ଡେଟ୍‌ ହେଉନାହିଁ। ଫଳରେ ଦୀର୍ଘଦିନ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ତଥ୍ୟ ରହୁଥିବାରୁ ଏ ନେଇ ବିଭ୍ରାନ୍ତରେ ପଡ଼ୁଛନ୍ତି ଲୋକେ। ପୁରୁଣା ତଥ୍ୟରୁ ପ୍ରଶାସନ ବାହାରିପାରୁ ନ ଥିବାରୁ ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲା ପ୍ରଶାସନର ଏହି ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କ ସମ୍ପର୍କରେ ତଥ୍ୟ ରହୁଛି। ସେମାନଙ୍କ ଟେଲିଫୋନ ନମ୍ବର ଦିଆଯାଉଛି। ଜିଲାର ଇତିହାସ, ଭୌଗୋଳିକ ଅବସ୍ଥିତି, ବ୍ଲକ, ତହସିଲ, ଉପଖଣ୍ଡ, ଜନସଂଖ୍ୟା, ଥାନା ସହ କଳା, ସଂସ୍କୃତି, ପର୍ଯ୍ୟଟନ ଓ ଧର୍ମାନୁଷ୍ଠାନ ଆଦି ସମ୍ପର୍କିତ ସୂଚନା ଦିଆଯାଉଛି। ସେହିପରି ଜିଲାରେ କେତୋଟି ସରକାରୀ ଓ ବେସରକାରୀ ଶିଳ୍ପାଞ୍ଚଳ ରହିଛି ତାହା ମଧ୍ୟ ଲୋକେ ଯେପରି ଜାଣିପାରିବେ ସେ ନେଇ ଉଲ୍ଲେଖ କରାଯାଉଛି। କିନ୍ତୁ ଏହାକୁ ନିୟମିତ ଭାବେ ଅପ୍‌ଡେଟ୍‌ କରାଯାଉନାହିଁ। ଫଳରେ ବିଭାଗୀୟ ଅଧିକାରୀଙ୍କ ବଦଳି, ଅବସର ପରେ ବି ଓ୍ବେବ୍‌ସାଇଟ୍‌ରେ ଖୋଜିଲେ ସେହି ପୁରୁଣା ତଥ୍ୟ ଦେଖିବାକୁ ମିଳୁଛି। ଟେଲିଫୋନ ନମ୍ବର ବଦଳାଯାଉ ନ ଥିବାବେଳେ ଅଫିସିଆଲ ଅର୍ଡର ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଉନାହିଁ। ଏପରି କି ଆଗାମୀ ଦିନରେ ଜିଲାରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଉନାହିଁ। ରେଭିନ୍ୟୁ ଇ-ଗଭର୍ଣ୍ଣାନ୍ସ୍‌ ଚେକ୍‌ଲିଷ୍ଟ ୨୦୧୮ ମସିହାରୁ ଅପ୍‌ଡେଟ୍‌ ହୋଇନାହିଁ। ଜିଲା ୱେସାଇଟ୍‌ରେ ଥିବା ବିଜ୍ଞାପନ ସ୍ଥାନ ମଧ୍ୟ ଖାଲି ପଡ଼ିଛି। ଜିଲାରେ ଥିବା ଚିକିତ୍ସାଳୟ ଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ଏଥିରେ ପ୍ରଦାନ କରାଯାଉନାହିଁ। ଗତ ଅକ୍ଟୋବର ୭ରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବସର ନେଇଛନ୍ତି। ହେଲେ ଏବେ ବି ତାଙ୍କ ନାମ ୱେବସାଇଟ୍‌ରେ ରହିଛି। ବୃତ୍ତି ଛାଡ଼ିଥିବା ଓ ପରଲୋକ ଗମନ କରିଥିବା ସତ୍ତ୍ୱେ କେତେଜଣ ଖବରଦାତାଙ୍କ ନାମ ତାଲିକାରେ ଦର୍ଶାଯାଇଛି। ଜିଲାରେ ୨୪ଟି ଥାନା ରହିଥିବାବେଳେ ତାହାକୁ ୨୩ ବୋଲି ସ୍ଥାନିତ କରାଯାଇଛି। ଜିଲାରେ ନ୍ୟାୟିକ ବ୍ୟବସ୍ଥା ବା କୋର୍ଟ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ତାହା ଅପ୍‌ଡେଟ୍‌ ହୋଇନାହିଁ। ଗତ ଜୁନ୍‌ ୯ରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଜିଲା ପରିଷଦ କାର୍ଯ୍ୟାଳୟ ଭାବେ ଘୋଷଣା କରାଯାଇଛି। ହେଲେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଏହି ୱେବସାଇଟ୍‌ରେ ଲେଖାଯାଇଛି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ପ୍ରଶାସନର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଠିକ୍‌ ତଥ୍ୟ ରଖିବାକୁ ଦାବି ହୋଇଛି।

ଅଧିକାରୀ ଦାୟିତ୍ୱ ସମ୍ପନ୍ନ ହୁଅନ୍ତୁ
ଅନୁଗୋଳ ଜିଲାର ସରକାରୀ ୱେବ୍‌ସାଇଟ୍‌ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ଠିକ୍‌ ଭାବେ ଅପ୍‌ଡେଟ୍‌ କରାଯିବା ନିହାତି ଜରୁରୀ। କାରଣ ଏଥିରେ ଜିଲାର ବିଭିନ୍ନ ତଥ୍ୟ ରହୁଛି। ଲୋକମାନେ ଯଦି ଏଥିରୁ ଭୁଲ୍‌ ତଥ୍ୟ ପାଇବେ, ତା’ହେଲେ ନିଶ୍ଚିତ ଭାବେ ଏହା ପ୍ରଶାସନର ତ୍ରୁଟି। ତେଣୁ ପ୍ରତ୍ୟେକ ଦିନ ଯେପରି ଏହା ଅପ୍‌ଡେଟ୍‌ ହୋଇପାରିବ, ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଦାୟିତ୍ୱବାନ ହେବା ଉଚିତ।
-ହେମନ୍ତ ଦାସ, ପୂର୍ବତନ ପ୍ରଶାସକ

ଜିଲା ମୁଖପତ୍ରରେ ଅସମ୍ପୂର୍ଣ୍ଣ ତଥ୍ୟ ରଖା ନ ଯାଉ
ସରକାରୀ ଓ୍ବେବସାଇଟ୍‌ ହେଉଛି ଜିଲାର ମୁଖପତ୍ର। ଡିଜିଟାଲ ଯୁଗରେ ଲୋକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚାଇବା ପ୍ରଶାସନର ଗୁରୁଦାୟିତ୍ୱ ହେବା ଉଚିତ। ଏହାଦ୍ୱାରା ସାଧାରଣ ଲୋକମାନେ ଏଥିରୁ ଆବଶ୍ୟକ ତଥ୍ୟ ପାଇପାରିବେ। ଏହା ଅପଡେଟ୍‌ କରା ନ ଯିବା ଅର୍ଥ, ଜିଲାର ଅସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚୁଛି। ଯଥାଶୀଘ୍ର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
– ଶାନ୍ତନୁ କୁମାର ସର, ଅବସରପ୍ରାପ୍ତ ଅଧ୍ୟାପକ

ସର୍ଚ୍ଚ କଲେ ମିଳୁଛି ପୁରୁଣା ସୂଚନା
ଅନୁଗୋଳ ଜିଲାର ବହୁ ଲୋକ ରାଜ୍ୟ ବାହାରେ ରହୁଛନ୍ତି। ସେମାନେ ନିଜ ଜିଲା ସମ୍ପର୍କରେ ଟିକିନିଖି ତଥ୍ୟ ପାଇବାକୁ ନିୟମିତ ପ୍ରଶାସନର ଅଫିସିଆଲ ଓ୍ବେବସାଇଟ୍‌ ସର୍ଚ୍ଚ କରୁଛନ୍ତି। ହେଲେ ଓ୍ବେବସାଇଟ୍‌ ଅପଡେଟ୍‌ କରାଯାଉ ନ ଥିବାରୁ ପୁରୁଣା ତଥ୍ୟ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଚିନ୍ତା କରିବାର ଆବଶ୍ୟକତା ରହିଛି।
– ଟିଟିଲି ସାହୁ, ରାଜ୍ୟ ବାହାରେ ରହୁଥିବା ଅନୁଗୋଳର ଯୁବତୀ

 


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?