ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ରବିିବାର ୪୩ ବର୍ଷ ପୂରଣ ହୋଇଛି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ୧୯୯୬ରେ ରାଜା କି ଆୟେଗି ବାରାତ୍‌ରେ ସେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ୧୯୯୮ରେ ଆମିର ଖାଁଙ୍କ ଅପୋଜିଟ୍‌ରେ ଗୁଲାମ ଫିଲ୍ମରେ ଅଭିନୟ କରି ସେ ଖଣ୍ଡାଲା ଗର୍ଲ ଭାବେ ପରିଚିତି ହାସଲ କରିଥିଲେ। ଏହି ଫିଲ୍ମରେ ଆତି କ୍ୟା ଖଣ୍ଡାଲା.. ଗୀତଟି ଦର୍ଶକଙ୍କୁ ପସନ୍ଦ ଆସିଥିଲା। କୁଛ୍‌ କୁଛ୍‌ ହୋତା ହୈ, ସତ୍ୟା, ଚଲ୍‌ତେ ଚଲ୍‌ତେ, ହମ୍‌ ତୁମ୍‌, ବୀର୍‌ ଜରା, କଭି ଅଲ୍‌ ବିଦା ନ କହେନା, ବଣ୍ଟି ଔର ବବ୍‌ଲୀ, ୟୁଭା, ବ୍ଲାକ୍‌, ପହେଲି, ନୋ ଓ୍ବାନ୍‌ କିଲଡ୍‌ ଜେସିକା, ମର୍ଦାନି, ହିଚ୍‌କି, ମର୍ଦାନି-୨ରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରି ପାରିଛନ୍ତି। ରାଣୀଙ୍କ ସହିତ ବିଭିନ୍ନ ଅଭିନେତାଙ୍କ ସମ୍ପର୍କ ନେଇ ବହୁ ସମୟରେ ବଲିଉଡ୍‌ରେ ଚର୍ଚ୍ଚା ହୋଇଛି। ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସହିତ ‘ମୁଝେସେ ଦୋସ୍ତି କରୋଗି’ ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା। ୨୦୧୪ରେ ସେ ଆଦିତ୍ୟ ଚୋପ୍ରାଙ୍କୁ ଇଟାଲିରେ ବିବାହ କରିଥିଲେ। ରାଣୀ ଆଦିତ୍ୟଙ୍କୁ ଖୁବ ଭଲ ପାଆନ୍ତି। ତେବେ ଆଦିତ୍ୟ ବହୁ ସମୟରେ ବ୍ୟସ୍ତ ରହୁଥିବାରୁ ରାଣୀ ତାଙ୍କୁ ଥଟ୍ଟାରେ ମଜାଳିଆ ଢ଼ଙ୍ଗରେ ଗାଳି ଦେଇଥାନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ। ଆଦିତ୍ୟ ୨୦୦୧ରେ ପାୟଲ ମାଲହୋତ୍ରାଙ୍କୁ ବିବାହ କରିଥିଲେ। ତେବେ ୨୦୦୯ରେ ପାୟଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri