ମୁମ୍ବାଇ: ଇଣ୍ଡିଆନ ଆଇଡଲ -୧୨ର ହୋଷ୍ଟ ଏବଂ ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟିଂରୁ ଛୁଟି ନେବେ। ଏକଥା ଆମେ କହୁନୁ। ଆଦିତ୍ୟ ନିଜେ କହିଛନ୍ତି। ସେ କହିଛନ୍ତି, ଟିଭି ଇଣ୍ଡଷ୍ଟ୍ରି ମୋତେ ଯାହା ବି କିଛି ଦେଇଛି ସେଥିରେ ମୁଁ ବହୁତ ଖୁସି। ଶୋ’ରୁ ବ୍ରେକ୍ ନେବି। ସେ କହିଛନ୍ତି, ୧୫ ବର୍ଷ ହେଲା ଖୁସି କରିବା ପାଇଁ ମୋତେ ଟେଲିଭିଜନ ଇଣ୍ଡଷ୍ଟ୍ରି ସୁଯୋଗ ଦେଇଛି। ଯେତେବେଳେ ମୁଁ ଟିନ୍ ଏଜ୍ର ଥିଲି ସେତେବେଳେ ଛୋଟ ପରଦାରେ ହୋଷ୍ଟିଂ ଆରମ୍ଭ କରିଥିଲି। ଆସନ୍ତା ବର୍ଷ ଏହା ଶେଷ ହେବାକୁ ଯାଉଛି। ଆଗକୁ ମୋର ବଡ଼ ଖୁସି ଆସୁଛି। ମୁଁ ଆସନ୍ତା ବର୍ଷ ପିତା ହୋଇଯିବି। ଇଣ୍ଡଷ୍ଟ୍ରି ମୋତେ ନେମ୍, ଫେମ୍ ସବୁ କିଛି ଦେଇଛି।
ଆଦିତ୍ୟ ଏବଂ ଶ୍ୱେତାଙ୍କ ପ୍ରେମ କଥା ଯଦି କହିବା ତେବେ ଦୁଇଜଣ କିଛି ବର୍ଷରୁ ଡେଟ୍ କରୁଥିଲେ। ଗତ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହନିମୁନ୍ ପାଇଁ ଏହି କପଲ କଶ୍ମୀର ଯାଇଥିଲେ। ଯାହାର ଭିଡିଓ ସବୁ ଭାଇରାଲ ହୋଇଥିଲା। ଆଦିତ୍ୟ ହେଉଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ପୁଅ। ଆସନ୍ତା ବର୍ଷ ଆଦିତ୍ୟ ପିତା ହେବେ ଆଉ ଜେଜେ ହେବେ ଉଦିତ୍ ନାରାୟଣ।