ଆଦି ଓ ଆର୍ଯ୍ୟ

ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜାତି ପରିଚାଳିତ। ପଶ୍ଚିମ ଓଡ଼ିଶାରେ ମା’ ସମଲେଶ୍ୱରୀ ଆରାଧ୍ୟା ଦେବୀ। ଆଜିର ପରିସ୍ଥିତିରେ ରାଜନୈତିକ ପରିବେଶ ସହିତ ଉତ୍ତର ଭାରତର ପ୍ରଭାବ ଯୋଗୁ ଓଡ଼ିଶାରେ ଲୋକେ ରାମନବମୀ ବଡ଼ଧରଣରେ ପାଳନ କରୁଛନ୍ତି। ଏଠି ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକ ସବୁ ଠାକୁରାଣୀଠାକୁରଙ୍କୁ ସ୍ବୀକାର କରନ୍ତି। ଜଗନ୍ନାଥପ୍ରେମୀ ମା’ ସମଲେଶ୍ୱରୀଙ୍କୁ ମୁଣ୍ଡିଆ ମାରିବା ସହ ରାମଙ୍କୁ ହାତ ଯୋଡ଼ିପାରନ୍ତି। ସେହିଭଳି ସମଲେଶ୍ୱରୀଙ୍କ ଭକ୍ତ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବା ସହ ରାମଙ୍କୁ ଜୁହାର କରିପାରନ୍ତି। ଓଡ଼ିଶାରେ ଧାର୍ମିକ ତିକ୍ତତାର ପ୍ରଭାବ ପୂର୍ବରୁ ନ ଥିଲା। କାରଣ ମୁଣ୍ଡରେ ଫିତା ବାନ୍ଧି, ହାତରେ ପତାକା ଧରି ମୋଟରସାଇକେଲ ଆରୋହୀ କେବେହେଲେ ଜୟ ଜଗନ୍ନାଥ ଚିତ୍କାର କରୁଥିବାର କେହି ଦେଖି ନ ଥିବେ। ଏହି ରାଜ୍ୟରେ ଜଗନ୍ନାଥ ହୁଅନ୍ତୁ ବା ମା’ଙ୍କ ସମ୍ମୁଖରେ ଦୁଇ ହାତ ଟେକି ଆତ୍ମସମର୍ପଣ କରିବା ହେଉଛି ଆମ ଜାତିର ବିଶେଷତା। ପ୍ରବଳ ଭିଡ଼ ସମୟରେ ଯେଉଁମାନେ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିବେ ସେଠାରେ କେବେହେଲେ ଅଶାନ୍ତ ପରିସ୍ଥିତି ବା ଚିତ୍କାର ଶୁଣି ନ ଥିବେ। ଏପରିକି ଠେଲାପେଲା ମଧ୍ୟ ମନେହୁଏ ଯେପରି ପରିବାରବର୍ଗ କରନ୍ତି। ଉତ୍ତର ଭାରତର ପୁରାଣ କାହାଣୀରେ ଠାକୁରମାନେ ଅସ୍ତ୍ର ଧରି ଯୁଦ୍ଧ କରିଥିଲେ। ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ କେବେହେଲେ ନିଜେ ଯୁଦ୍ଧ କରିନାହାନ୍ତି। ଜଗନ୍ନାଥ ହେଲେ ଅବତାରୀ, ଅନ୍ୟ ସମସ୍ତେ ଅବତାର। ସେଥିପାଇଁ କୁହାଯାଏ ଦଶାବତାରରେ ଜଗନ୍ନାଥ ନାହାନ୍ତି। ଆମ ପ୍ରଭୁ ହେଲେ ଆଦି ଏବଂ ଅନ୍ୟସବୁ ଅବତାର ହେଲେ ଆର୍ଯ୍ୟ। ଅର୍ଥାତ୍‌ ଅନ୍ୟସବୁ ହେଲେ ପାର୍ଶ୍ୱ ଠାକୁର ଓ ସେଥିପାଇଁ ହିଂସା ରଚାଇବାକୁ କୌଣସି ଭାବେ ଓଡ଼ିଆ ଲୋକଙ୍କ ପାଇଁ ଗ୍ରହଣୀୟ ହେବାକଥା ନୁହେଁ। ଆଜି ଯଦି ଆମେ ଗୋଟିଏ ପଟରେ ହିଂସାକୁ ସହିବା ତେବେ ଅନ୍ୟପଟରେ ହିଂସାକୁ ଖଣ୍ଡନ କରିହେବ ନାହିଁ।
ଉଦାହରଣ ସ୍ବରୂପ ମିଳିଥିବା ଖବର ଅନୁଯାୟୀ କେନ୍ଦୁଝର ଜିଲା ଯୋଡ଼ାରେ ଘଟିଥିବା ହିଂସା ପଛରେ କେତେକ ସଂଖ୍ୟାଲଘୁଙ୍କର ସମ୍ପୃକ୍ତି ଥାଇପାରେ। କୁହାଯାଉଛି ରାମନବମୀ ପତାକାକୁ ସଂଖ୍ୟାଲଘୁ ଅଞ୍ଚଳ ଦେଇ ନେବାକୁ ବିରୋଧ କରାଯିବା ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଯଦି ବାସ୍ତବରେ ସେଭଳି ବିରୋଧ ହୋଇଥାଏ ତାହା ବେଆଇନ ଓ ନିନ୍ଦନୀୟ। ଏକ ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ସ୍ବାଧୀନ ନାଗରିକଙ୍କର ସରକାରୀ ରାସ୍ତା ଉପରେ ଯାତାୟାତ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ସେହି ଅଧିକାରକୁ ଯଦି କେହି ବାଧା ଦିଏ କଠୋର ବିରୋଧ ହେବା ସ୍ବାଭାବିକ।
ସେହିଭଳି ମଧ୍ୟପ୍ରଦେଶର ଖାର୍ଗୋନ ଅଞ୍ଚଳରେ ଥିବା ଏକ ମସ୍‌ଜିଦ ଦେଇ ଶ୍ରୀରାମ ନବମୀ ଶୋଭାଯାତ୍ରା ଯାଉଥିଲା। କୁହାଯାଉଛି ହଠାତ୍‌ ଶୋଭାଯାତ୍ରା ଉପରକୁ ଟେକା ମାଡ଼ କରାଯାଇଥିଲା। କୋଭିଡ୍‌ ଯୋଗୁ ଦୀର୍ଘ ଦୁଇବର୍ଷ ପରେ ପର୍ବ ପାଳନ ହେଉଥିଲା। ତେବେ ଏଭଳି ହିଂସା ଘଟିବା ପରେ ସ୍ଥାନୀୟ ପ୍ରଶାସନ ମସ୍‌ଜିଦ ଅଞ୍ଚଳରେ ଥିବା ୪୫ଟି ଘରକୁ ଭାଙ୍ଗି ଦେଇଛନ୍ତି। କୁହାଯାଉଛି ଯେ, ସେହି ଘରଗୁଡ଼ିକର ରେକର୍ଡପତ୍ର ଠିକ୍‌ ନ ଥିଲା ଓ ସରକାରୀ ଜମି ଉପରେ ଗଢ଼ାଯାଇଥିଲା। ଏଠାରେ କୁହାଯାଇପାରେ, ଯଦି ସଂଖ୍ୟାଲଘୁଙ୍କ ଘର ଭଙ୍ଗାଗଲା ତାହା ପ୍ରଶାସନ ପାଇଁ ସମ୍ଭବ ହେଲା, କାରଣ ସେମାନେ ବେଆଇନ ଭାବେ ଗୃହ ନିର୍ମାଣ କରିଥିଲେ।
ମଧ୍ୟପ୍ରଦେଶ କଥା ଯାହା ହେଉଛି ହେଉ, ଓଡ଼ିଶାରେ ଜଗନ୍ନାଥଙ୍କ କୃପାରେ ବଞ୍ଚୁଥିବା ସବୁ ଓଡ଼ିଆ ସୁରକ୍ଷିତ ରହିପାରିବେ ଯଦି ଉତ୍ତର ଭାରତର ପାଗଳାମି ଆମ ସଂସ୍କୃତିକୁ ଗ୍ରାସ କରିବାକୁ ଆମେ ଦେବୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri