ପେଟ୍ରୋଲରେ ପାଣି ମିଶାକୁ ନେଇ ଉତ୍ତେଜନା

ଗୋପ,୨୨।୨(ଡି.ଏନ୍‌.ଏ.): ଗୋପ-ନିମାପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିବାକୁ ନେଇ ରବିବାର ଉତ୍ତେଜନା ଦେଖାଯାଇଥିଲା। ବହୁ ଯୁକ୍ତିତର୍କ ପରେ ଟାଙ୍କି ମାଲିକ ବାଇକ୍‌ ଆରୋହୀଙ୍କୁ ଟଙ୍କା ଫେରାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଗୋପ ହାପି କଲୋନୀର ବନମାଳୀ ସିଂ ଓ ତାଙ୍କ ମା ଜରୁରୀ କାର୍ଯ୍ୟରେ ବାହାରିଥିଲେ। ବାଇକ୍‌ରେ ତେଲ ନ ଥିବାରୁ ଗୋପ ବଜାରର ଶେଷ ଭାଗରେ ଥିବା ଏକ ପେଟ୍ରୋଲ ପମ୍ପରେ ୧୫୦ ଟଙ୍କାର ତେଲ ପକାଇଥିଲେ। ହେଲେ କିଛି ବାଟ ଯିବାପରେ ବାଟରେ ବାରମ୍ବାର ଗାଡ଼ି ବନ୍ଦ ହୋଇଥିଲା। କିଛି ବାଟ ବାଇକ୍‌କୁ ଗଡ଼ାଇ ଏକ ଗ୍ୟାରେଜରେ ଦେଖାଇବାରୁ ଗ୍ୟାରେଜ ମିସ୍ତ୍ରି ସଜାଡ଼ିବା ପରେ ପାଣି ମିଶା ପେଟ୍ରୋଲ ଯୋଗୁ ଏପରି ହୋଇଥିବା କହିଥିଲେ। ପରେ ବନମାଳୀ ଅନ୍ୟ ଏକ ପେଟ୍ରୋଲ ପମ୍ପରୁ ତେଲ ଆଣି ପକାଇବା ପରେ ଗାଡ଼ି ଷ୍ଟାର୍ଟ ହୋଇଥିଲା। ଏ ନେଇ ବନମାଳୀ ପ୍ରଥମେ ତେଲ ପକାଇଥିବା ପେଟ୍ରୋଲ ପମ୍ପରେ ପହଞ୍ଚତ୍ ପାଣିମିଶା ପେଟ୍ରୋଲ ଦେଉଥିବା ନେଇ ଟାଙ୍କି କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲେ। ଏହାଦେଖି ଅନ୍ୟ ଲୋକମାନେ ମଧ୍ୟ ଭଲ ପେଟ୍ରୋଲ ଦେବାକୁ ଦାବି କରିଥିଲେ। ପ୍ରାୟ ୨୦/୨୫ ମିନିଟ ଧରି ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବା ଦେଖି ପମ୍ପ ମାଲିକ ପହଞ୍ଚି ବନମାଳୀଙ୍କୁ ପେଟ୍ରୋଲ ଦାମ ଫେରାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ପେଟ୍ରୋଲ ପମ୍ପ ମାଲିକ କୌଣସି ମତାମତ ଦେବାକୁ ମନା କରିଥିବା ବେଳେ ପାଣି ମିଶା ପେଟ୍ରୋଲ ପକାଇଥିବା ବନମାଳୀ ସିଂ ଏପରି ଅଭିଯୋଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri