ପେଟ୍ରୋଲରେ ପାଣି ମିଶାକୁ ନେଇ ଉତ୍ତେଜନା

ଗୋପ,୨୨।୨(ଡି.ଏନ୍‌.ଏ.): ଗୋପ-ନିମାପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିବାକୁ ନେଇ ରବିବାର ଉତ୍ତେଜନା ଦେଖାଯାଇଥିଲା। ବହୁ ଯୁକ୍ତିତର୍କ ପରେ ଟାଙ୍କି ମାଲିକ ବାଇକ୍‌ ଆରୋହୀଙ୍କୁ ଟଙ୍କା ଫେରାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଗୋପ ହାପି କଲୋନୀର ବନମାଳୀ ସିଂ ଓ ତାଙ୍କ ମା ଜରୁରୀ କାର୍ଯ୍ୟରେ ବାହାରିଥିଲେ। ବାଇକ୍‌ରେ ତେଲ ନ ଥିବାରୁ ଗୋପ ବଜାରର ଶେଷ ଭାଗରେ ଥିବା ଏକ ପେଟ୍ରୋଲ ପମ୍ପରେ ୧୫୦ ଟଙ୍କାର ତେଲ ପକାଇଥିଲେ। ହେଲେ କିଛି ବାଟ ଯିବାପରେ ବାଟରେ ବାରମ୍ବାର ଗାଡ଼ି ବନ୍ଦ ହୋଇଥିଲା। କିଛି ବାଟ ବାଇକ୍‌କୁ ଗଡ଼ାଇ ଏକ ଗ୍ୟାରେଜରେ ଦେଖାଇବାରୁ ଗ୍ୟାରେଜ ମିସ୍ତ୍ରି ସଜାଡ଼ିବା ପରେ ପାଣି ମିଶା ପେଟ୍ରୋଲ ଯୋଗୁ ଏପରି ହୋଇଥିବା କହିଥିଲେ। ପରେ ବନମାଳୀ ଅନ୍ୟ ଏକ ପେଟ୍ରୋଲ ପମ୍ପରୁ ତେଲ ଆଣି ପକାଇବା ପରେ ଗାଡ଼ି ଷ୍ଟାର୍ଟ ହୋଇଥିଲା। ଏ ନେଇ ବନମାଳୀ ପ୍ରଥମେ ତେଲ ପକାଇଥିବା ପେଟ୍ରୋଲ ପମ୍ପରେ ପହଞ୍ଚତ୍ ପାଣିମିଶା ପେଟ୍ରୋଲ ଦେଉଥିବା ନେଇ ଟାଙ୍କି କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲେ। ଏହାଦେଖି ଅନ୍ୟ ଲୋକମାନେ ମଧ୍ୟ ଭଲ ପେଟ୍ରୋଲ ଦେବାକୁ ଦାବି କରିଥିଲେ। ପ୍ରାୟ ୨୦/୨୫ ମିନିଟ ଧରି ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବା ଦେଖି ପମ୍ପ ମାଲିକ ପହଞ୍ଚି ବନମାଳୀଙ୍କୁ ପେଟ୍ରୋଲ ଦାମ ଫେରାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ପେଟ୍ରୋଲ ପମ୍ପ ମାଲିକ କୌଣସି ମତାମତ ଦେବାକୁ ମନା କରିଥିବା ବେଳେ ପାଣି ମିଶା ପେଟ୍ରୋଲ ପକାଇଥିବା ବନମାଳୀ ସିଂ ଏପରି ଅଭିଯୋଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରର ବିଭିନ୍ନ ସ୍ଥାନରେ ଚାଲିଛି ବିଶୋଧନ ପ୍ରକ୍ରିୟା

କେନ୍ଦୁଝର,୧୭ା୪(ସ୍ବ.ପ୍ର.): କରୋନା ମହାମାରୀ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଶୋଧନ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। କେନ୍ଦୁଝର ସହରର ବିଭିନ୍ନ ଅଫିସ, ଡାକ୍ତରଖାନା, ରାସ୍ତାଘାଟ ବିଶୋଧନ...

ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.) ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର...

ସରକାରୀ ଗୋଚର ଜମିରେ ବେଆଇନ ଗୃହ ଉଚ୍ଛେଦ

ମହାକାଳପଡ଼ା,୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ଗ୍ରାମ ଶାସନପଡ଼ାରେ ସରକାରୀ ଗୋଚର ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଗୃହକୁ ଉଚ୍ଛେଦ କରିବା...

ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫...

ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ...

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହେମକାନ୍ତି

ବିଜେପୁର, ୧୮।୧୨ (ଡି.ଏନ୍‌.ଏ.)-ଟୁକେଲ୍‌ ଜନମ୍‌ ପର୍‌ଗୋତ୍‌ରି। ଏକା ପୁଓଟା ବୁଢ଼ାକାଲେ ମାଆବାପ୍‌କେ ସାହା ହେବା ବଲି ଆମର ସମାଜରେ ଗୁଟେ ବିଶୁଆସ ରହିଛେ। ହେଲେ ଏହେଦେ...

ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ...

Advertisement
Archives

Model This Week