ନିଶା କବଳରେ ବାଳକ, ବଢୁଛି ଅପରାଧ

ଜଗତ୍‌ସିଂହପୁର ଅଫିସ, ୫ା୭:ଦିନ ଥିଲା ଅଧିକାଂଶ ବାଳ ଅପରାଧୀ ଅର୍ଥନୈତିକସ୍ତରରେ ପଛୁଆ ରହୁଥିଲେ। କିନ୍ତୁ ଏବେ ଅଧିକାଂଶ ଆର୍ଥିକସ୍ତରରେ ସ୍ବଚ୍ଛଳ ଥିବା ପରିଲକ୍ଷିତ ହେଉଛି। ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ବିଶେଷକରି ଟଙ୍କା ଓ ମୋବାଇଲ ଆଦି ସହଜରେ ମିଳିଯାଉଛି। ମୋବାଇଲରେ ବିଭିନ୍ନ ଆପ୍‌ ବ୍ୟବହାର କରି କେତେକ ଜ୍ଞାନ ଆହରଣ କରୁଥିବାବେଳେ ଅନେକ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି। ପିଲାମାନଙ୍କୁ ଟଙ୍କା ମିଳିଯିବାରୁ ସେମାନେ ଏହାର ଦୁରୁପଯୋଗ କରୁଛନ୍ତି। ଏପରି କି ଖରାପ ସାଙ୍ଗମାନଙ୍କ ସହ ମିଶି ନିଶା ସେବନ କରିବାକୁ ପଛାଉ ନାହାନ୍ତି। ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଡ୍ରଗ ଟେଷ୍ଟିଂ ବାଧ୍ୟତାମୂଳକ କରାଗଲେ ଭଲ ହୁଅନ୍ତା ବୋଲି ଅନେକେ ମତ ଦେଇଛନ୍ତି। ଅନ୍ୟପଟେ ପରିବାରରୁ ମୋବାଇଲ ଓ ଟଙ୍କା ମିଳିଯାଉଥିବାରୁ ଅନେକ ପ୍ରେମ ଆଡ଼କୁ ମନ ବଳାଉଛନ୍ତି। ଯାହା ଜଣାଯାଇଛି ଏକ ତୃତୀୟାଂଶ କେବଳ ପ୍ରେମଜନିତ ଅପରାଧରେ ସମ୍ପୃକ୍ତ ରହୁଛନ୍ତି। ଯେଉଁ ପ୍ରେମୀ ଯୁଗଳ ପରିବାରରେ ସ୍ବୀକୃତି ମିଳିବ ନାହିଁ ବୋଲି ଭାବୁଛନ୍ତି ସେମାନେ ଘର ଛାଡି ପଳାଉଛନ୍ତି। ମା’, ବାପା ଅପହରଣ ମାମଲା କରୁଛନ୍ତି । ଉଦ୍ଧାର ପରେ ସେମାନେ ଇଚ୍ଛାରେ ଘର ଛାଡିଥିବା କଥା କହିବାରୁ ମାମଲା ଭିନ୍ନ ମୋଡ ନେଉଛି। ସମାଜରେ ଏଭଳି ମାଧ୍ୟମରେ ବାଳ ଅପରାଧ ବଢୁଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ଅନୁଶୀଳନରୁ ଜଣାଯାଏ ଜଗତ୍‌ସିଂହପୁର ଜିଲାରେ ବାଳ ଅପରାଧ ସହ ନିଶା କାରବାର ଜଡ଼ିତ ରହିଛି। ସ୍ବେଚ୍ଛାସେବୀ ସଙ୍ଗଠନ, ସିଭିଲ ସୋସାଇଟି ସମେତ ବିଭିନ୍ନସ୍ତରରେ ଏହାର ପ୍ରତିକାର ପାଇଁ ଉଦ୍ୟମ ହେବା ଆବଶ୍ୟକ। ବିଶେଷକରି ଲୋକଙ୍କୁ କିଶୋର ନ୍ୟାୟ ଅଧିକାର ଓ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ କରାଇବା ଉଚିତ। ପ୍ରତିବର୍ଷ ଜିଲାରେ କିଶୋର ନ୍ୟାୟ (ଯନତ୍ ଓ ସୁରକ୍ଷା) ଅଧିନିୟମ-୨୦୧୫ ଏବଂ ଯୌନ ଶୋଷଣରୁ ଶିଶୁମାନଙ୍କୁ ସୁରକ୍ଷା ଅଧିନିୟମ-୨୦୧୨ ସମ୍ପର୍କିତ କର୍ମଶାଳା ହେଉଛି। ଏଥିରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ପୋଲିସ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଭୂମିକା ଉପରେ ମାନସ ମନ୍ଥନ କରାଯାଉଛି। କିନ୍ତୁ କ୍ଷେତ୍ରୀୟସ୍ତରରେ ବାଳ ଅପରାଧ ରୋକିବାରେ ଆଶାଜନକ ସଫଳତା ମିଳିପାରୁନାହିଁ। କରୋନା ସଂକ୍ରମଣ ପୂର୍ବରୁ ଅର୍ଥାତ୍‌ ୨୦୧୯ରେ ଏ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡର ତତ୍କାଳୀନ ପ୍ରଧାନ ବିଚାରପତି କହିଥିଲେ, କିଶୋର ନ୍ୟାୟ ଅନୁସନ୍ଧାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ପ୍ରସଙ୍ଗ ବିଚାରବେଳେ ସୁଖଦ ପରିବେଶର ଆବଶ୍ୟକତା ରହିଛି । ପୋଲିସ ଅଧିକାରୀମାନେ କିଶୋର ଅପରାଧୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଅପରାଧୀ ଭଳି ବିବେଚନା ନ କରିବା ଉଚିତ। ୧୮ ବର୍ଷରୁ କମ୍‌ କିଶୋରଙ୍କୁ ସଚେତନତା ଶିକ୍ଷା, ସଂସ୍କାର ପ୍ରଦାନର ଆବଶ୍ୟକତା ରହିଥିବା ସେ କହିଥିଲେ। ଜିଲା ଆଇନସେବା ପ୍ରାଧିକରଣ ତତ୍କାଳୀନ ସେକ୍ରେଟାରୀ ଶିଶୁମାନଙ୍କ ଭବିଷ୍ୟତ ଉପରେ ପ୍ରାଧାନ୍ୟ ଦେଇଥିଲେ। ସେ କହିଥିଲେ, ଆମ ଦେଶକୁ ସମୃଦ୍ଧ ତଥା ଶକ୍ତିଶାଳୀ କରିବାକୁ ହେଲେ ଉତ୍ତମ ଓ ସୁରକ୍ଷିତ ଶିଶୁଙ୍କ ଆବଶ୍ୟକତା ରହିଛି । ଶିଶୁଙ୍କୁ ଅପରାଧୀ ଭଳି ବିବେଚନା କରା ନ ଯାଇ ସେମାନଙ୍କ ଭିତରେ ସଂଶୋଧନ ପାଇଁ ଉଦ୍ୟମ ହେବା ଉଚିତ । ତେବେ ଏ କ୍ଷେତ୍ରରେ ପୋଲିସ କର୍ମଚାରୀମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗୀୟ ଅଧିକାରୀମାନେ କିଶୋର ନ୍ୟାୟ ସମ୍ପର୍କରେ ଅଧିକ ସଚେତନ ରହୁ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।
ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ କହିଛନ୍ତି, ଯେଉଁ ପିଲାମାନଙ୍କୁ ସେମାନଙ୍କ ଅଭିଭାବକମାନେ ମୋବାଇଲ ଓ ଟଙ୍କା ବିନା ଦ୍ୱିଧାରେ ଦେଉଛନ୍ତି ଓ ଏହାର ତଦାରଖ କରୁନାହାନ୍ତି ସେ କ୍ଷେତ୍ରରେ ସମସ୍ୟା ବଢୁଛି। ପିଲାମାନେ କ’ଣ କଲେ ଜାଣିଲାବେଳକୁ ନେଡି ଗୁଡ କହୁଣିକୁ ବୋହିଯାଉଛି। ଅଶିକ୍ଷିତ ଅଭିଭାବକମାନେ ପିଲାମାନଙ୍କ ଦାୟିତ୍ୱ ନେବା କଷ୍ଟକର। କିନ୍ତୁ ଶିକ୍ଷିତମାନେ ପିଲାମାନଙ୍କ ପାଇଁ ସମୟ ନ ଦେଲେ ପ୍ରତିକାର ସମ୍ଭବ ନୁହେଁ। ତେଣୁ ପ୍ରତ୍ୟହ ପିଲାମାନଙ୍କ ସାଙ୍ଗସାଥୀ, ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ସହ କିପରି କଟୁଛି ତାହା ଜାଣିବା ଉଚିତ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ମଧ୍ୟ ପିଲା ବିଷୟରେ ପଚାରିଲେ ଅନେକ କିଛି ଜାଣିହେବ। ସବୁଦିନ ପିଲାଙ୍କ ବ୍ୟବହାର ଯାଞ୍ଚ କରିବା ଆବଶ୍ୟକ। ୧୦ ବର୍ଷ ଭିତରେ ପିଲାଙ୍କୁ ସବୁକିଛି ଶିଖାଇଲେ ସେ ଶୃଙ୍ଖଳିତ ହୋଇଯିବ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri