ନିଶା ପାଇଁ ହେଉଛି ହତ୍ୟା

ବ୍ରହ୍ମପୁର ଅଫିସ,୨୬।୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ ବିପଥଗାମୀ ହେଉଛନ୍ତି। ପରିସ୍ଥିତି ଏମିତି ହେଉଛି, ନିଶାସକ୍ତମାନେ ନିଶା ସେବନ ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗଞ୍ଜାମ ଜିଲାରେ ବିଗତ ଦିନରେ ଏଭଳି ବହୁ ଘଟଣା ଦୃଷ୍ଟିକୁ ଆସିଛି। ଏହି ନିଶା ପାଇଁ ଗତ ପ୍ରାୟ ୨ ମାସ ମଧ୍ୟରେ ୫ ଜଣଙ୍କୁ ହତ୍ୟା କରି ସାରିଲେଣି ନିଶାସକ୍ତମାନେ। ଏହି ଅଭ୍ୟାସ ପାଇଁ ମାଫିଆମାନେ ମଧ୍ୟ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି। ଫଳରେ ବ୍ରହ୍ମପୁର ସହରରେ ଏବେ ଖୋଲାଖୋଲି ବ୍ରାଉନ୍‌ ସୁଗାର ବିକ୍ରି ହେଉଥିବା ବେଳେ ସହରଠାରୁ ଗଁା ସବୁ ଜାଗାରେ ଘରେ ଘରେ ନକଲି ମଦ ତିଆରି ହେଉଛି। ବାରମ୍ବାର ଏଭଳି କାରବାର ଠାବ ହେଉଥିଲେ ସୁଦ୍ଧା ଜିଲାରେ ବେଆଇନ ନିଶା ବେପାର ବନ୍ଦ ହେଉ ନାହିଁ। ଅଧିକାଂଶ ଅପରାଧ ପଛରେ ନିଶା ହିଁ ଦାୟୀ। ଆଉ କେତେବେଳେ ନିଶା ସେବନ ପାଇଁ ନିଜର ସ୍ତ୍ରୀ ଓ ମା’ଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି ନିଶାସକ୍ତ। ଆସିକା ସହରରେ ଗତ ୯ ତାରିଖରେ ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ସ୍ବାମୀ।
ସିନେମା ହଲ ନିକଟସ୍ଥ ଚୌଧୁରୀ ନିବାସରେ ଲକ୍ଷ୍ମୀପ୍ରିୟା ମିଶ୍ର ଓ ସ୍ବାମୀ ସୀମାଞ୍ଚଳ ମିଶ୍ର ରହୁଥିଲେ। ସୀମାଞ୍ଚଳ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରେ ଗଣ୍ଡଗୋଳ କରୁଥିଲେ। ଅକ୍ଟୋବର ୯ ରେ ସ୍ତ୍ରୀ ଲକ୍ଷ୍ମୀପ୍ରିିୟା ଟଙ୍କା ଦେବାକୁ ମନା କରିବାରୁ ସୀମାଞ୍ଚଳ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ସେହିପରି ଅକ୍ଟୋବର ୭ରେ ତାରସିଂ ଥାନା ଗଜାପଦର ଗ୍ରାମରେ ନିଶାସକ୍ତ ପୁଅର ଲୁହା ପାଇପ୍‌ ମାଡ଼ରେ ମା’ର ମୃତ୍ୟୁ ଘଟିଥିଲା। ତ୍ରିବେଣୀ ନାଇକଙ୍କ ପୁଅ ସନାତନ ନିଶାସକ୍ତ ଅବସ୍ଥାରେ ଘରେ ଝଗଡ଼ା କରୁଥିଲେ। ୭ ରାତିରେ ଆମିଷ ରାନ୍ଧିବା ପାଇଁ ସନାତନ ମା’ ତ୍ରିବେଣୀଙ୍କୁ କହିଥିଲେ। ଆମିଷ ରନ୍ଧା ହୋଇ ନ ଥିବା ଜାଣିବା ପରେ ପୁଅ ମା’ଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ଦଶହରା ସମୟରେ ମଦ ପାଇଁ ବ୍ରହ୍ମପୁର ସହର ରକ୍ତରଞ୍ଜିତ ହୋଇଥିଲା। ମଦ ପାଇଁ ଟଙ୍କା ଦେବାକୁ ମନା କରିବାରୁ କେ. ଗୋପାଳକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଜନୈକ ନାବାଳକ ପଥର ଛେଚି ହତ୍ୟା କରିଥିଲେ। ପୂର୍ବରୁ ସେପ୍ଟେମ୍ବର ୨୫ରେ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ନିଶାସକ୍ତ ସ୍ବାମୀ ବିଜୟ ପ୍ରଧାନଙ୍କ ମାଡ଼ରେ ସ୍ତ୍ରୀ ମଞ୍ଜୁଳାଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀ ବିଜୟ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ଘରେ ମାରପିଟ କରୁଥିଲେ। ଘଟଣା ଦିନ ମଧ୍ୟ ସ୍ତ୍ରୀ ମଞ୍ଜୁଳାଙ୍କ ମୁଣ୍ଡକୁ ଏକ ବାଡ଼ିରେ ଆଘାତ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସର ତଦନ୍ତରେ ଜଣାପଡ଼ିଥିଲା। ସେହିପରି ମଦ କାରବାରକୁ ବିରୋଧ କରିବାରୁ ମଧ୍ୟ ଜିଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଅଗଷ୍ଟ ୨୦ରେ ଜରଡ଼ା ଥାନା ଅନ୍ତର୍ଗତ ପଳାଶପୁର ଗ୍ରାମ ନିକଟରୁ ଜଣେ ନିଖୋଜ ଆଦିବାସୀଙ୍କ କଟାମୁଣ୍ଡ ଓ ଗଣ୍ଡି ଜବତ ହୋଇଥିଲା। ମୃତକ ଜଣଙ୍କ ବୃନ୍ଦାବନ ଜାନୀ ବୋଲି ଜଣାପଡ଼ିଥିଲା। ମଦ କାରବାରକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ ଆଣିଥିଲେ। ମଦକୁ ନେଇ ଜିଲାରେ ଏଭଳି ବହୁ ଘଟଣା ଘଟିଛି। ବିଶେଷ କରି ଦଶହରାରୁ କୁମାର ପୂର୍ଣ୍ଣମୀ ମଧ୍ୟରେ ବିଭିନ୍ନ ସ୍ଥାନରେ ଜୁଆଖେଳ ସାଙ୍ଗକୁ ମଦର ଆସର ଜମିଥିଲା। ଏହି ସମୟରେ ମଦ ନିଶାରେ ନାନା ଅପରାଧ ଘଟଣା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?