ନିଶା ପାଇଁ ହେଉଛି ହତ୍ୟା

ବ୍ରହ୍ମପୁର ଅଫିସ,୨୬।୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ ବିପଥଗାମୀ ହେଉଛନ୍ତି। ପରିସ୍ଥିତି ଏମିତି ହେଉଛି, ନିଶାସକ୍ତମାନେ ନିଶା ସେବନ ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗଞ୍ଜାମ ଜିଲାରେ ବିଗତ ଦିନରେ ଏଭଳି ବହୁ ଘଟଣା ଦୃଷ୍ଟିକୁ ଆସିଛି। ଏହି ନିଶା ପାଇଁ ଗତ ପ୍ରାୟ ୨ ମାସ ମଧ୍ୟରେ ୫ ଜଣଙ୍କୁ ହତ୍ୟା କରି ସାରିଲେଣି ନିଶାସକ୍ତମାନେ। ଏହି ଅଭ୍ୟାସ ପାଇଁ ମାଫିଆମାନେ ମଧ୍ୟ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି। ଫଳରେ ବ୍ରହ୍ମପୁର ସହରରେ ଏବେ ଖୋଲାଖୋଲି ବ୍ରାଉନ୍‌ ସୁଗାର ବିକ୍ରି ହେଉଥିବା ବେଳେ ସହରଠାରୁ ଗଁା ସବୁ ଜାଗାରେ ଘରେ ଘରେ ନକଲି ମଦ ତିଆରି ହେଉଛି। ବାରମ୍ବାର ଏଭଳି କାରବାର ଠାବ ହେଉଥିଲେ ସୁଦ୍ଧା ଜିଲାରେ ବେଆଇନ ନିଶା ବେପାର ବନ୍ଦ ହେଉ ନାହିଁ। ଅଧିକାଂଶ ଅପରାଧ ପଛରେ ନିଶା ହିଁ ଦାୟୀ। ଆଉ କେତେବେଳେ ନିଶା ସେବନ ପାଇଁ ନିଜର ସ୍ତ୍ରୀ ଓ ମା’ଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି ନିଶାସକ୍ତ। ଆସିକା ସହରରେ ଗତ ୯ ତାରିଖରେ ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ସ୍ବାମୀ।
ସିନେମା ହଲ ନିକଟସ୍ଥ ଚୌଧୁରୀ ନିବାସରେ ଲକ୍ଷ୍ମୀପ୍ରିୟା ମିଶ୍ର ଓ ସ୍ବାମୀ ସୀମାଞ୍ଚଳ ମିଶ୍ର ରହୁଥିଲେ। ସୀମାଞ୍ଚଳ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରେ ଗଣ୍ଡଗୋଳ କରୁଥିଲେ। ଅକ୍ଟୋବର ୯ ରେ ସ୍ତ୍ରୀ ଲକ୍ଷ୍ମୀପ୍ରିିୟା ଟଙ୍କା ଦେବାକୁ ମନା କରିବାରୁ ସୀମାଞ୍ଚଳ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ସେହିପରି ଅକ୍ଟୋବର ୭ରେ ତାରସିଂ ଥାନା ଗଜାପଦର ଗ୍ରାମରେ ନିଶାସକ୍ତ ପୁଅର ଲୁହା ପାଇପ୍‌ ମାଡ଼ରେ ମା’ର ମୃତ୍ୟୁ ଘଟିଥିଲା। ତ୍ରିବେଣୀ ନାଇକଙ୍କ ପୁଅ ସନାତନ ନିଶାସକ୍ତ ଅବସ୍ଥାରେ ଘରେ ଝଗଡ଼ା କରୁଥିଲେ। ୭ ରାତିରେ ଆମିଷ ରାନ୍ଧିବା ପାଇଁ ସନାତନ ମା’ ତ୍ରିବେଣୀଙ୍କୁ କହିଥିଲେ। ଆମିଷ ରନ୍ଧା ହୋଇ ନ ଥିବା ଜାଣିବା ପରେ ପୁଅ ମା’ଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ଦଶହରା ସମୟରେ ମଦ ପାଇଁ ବ୍ରହ୍ମପୁର ସହର ରକ୍ତରଞ୍ଜିତ ହୋଇଥିଲା। ମଦ ପାଇଁ ଟଙ୍କା ଦେବାକୁ ମନା କରିବାରୁ କେ. ଗୋପାଳକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଜନୈକ ନାବାଳକ ପଥର ଛେଚି ହତ୍ୟା କରିଥିଲେ। ପୂର୍ବରୁ ସେପ୍ଟେମ୍ବର ୨୫ରେ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ନିଶାସକ୍ତ ସ୍ବାମୀ ବିଜୟ ପ୍ରଧାନଙ୍କ ମାଡ଼ରେ ସ୍ତ୍ରୀ ମଞ୍ଜୁଳାଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀ ବିଜୟ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ଘରେ ମାରପିଟ କରୁଥିଲେ। ଘଟଣା ଦିନ ମଧ୍ୟ ସ୍ତ୍ରୀ ମଞ୍ଜୁଳାଙ୍କ ମୁଣ୍ଡକୁ ଏକ ବାଡ଼ିରେ ଆଘାତ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସର ତଦନ୍ତରେ ଜଣାପଡ଼ିଥିଲା। ସେହିପରି ମଦ କାରବାରକୁ ବିରୋଧ କରିବାରୁ ମଧ୍ୟ ଜିଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଅଗଷ୍ଟ ୨୦ରେ ଜରଡ଼ା ଥାନା ଅନ୍ତର୍ଗତ ପଳାଶପୁର ଗ୍ରାମ ନିକଟରୁ ଜଣେ ନିଖୋଜ ଆଦିବାସୀଙ୍କ କଟାମୁଣ୍ଡ ଓ ଗଣ୍ଡି ଜବତ ହୋଇଥିଲା। ମୃତକ ଜଣଙ୍କ ବୃନ୍ଦାବନ ଜାନୀ ବୋଲି ଜଣାପଡ଼ିଥିଲା। ମଦ କାରବାରକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ ଆଣିଥିଲେ। ମଦକୁ ନେଇ ଜିଲାରେ ଏଭଳି ବହୁ ଘଟଣା ଘଟିଛି। ବିଶେଷ କରି ଦଶହରାରୁ କୁମାର ପୂର୍ଣ୍ଣମୀ ମଧ୍ୟରେ ବିଭିନ୍ନ ସ୍ଥାନରେ ଜୁଆଖେଳ ସାଙ୍ଗକୁ ମଦର ଆସର ଜମିଥିଲା। ଏହି ସମୟରେ ମଦ ନିଶାରେ ନାନା ଅପରାଧ ଘଟଣା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri