ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ୧ ନଂ.

ନୂଆଦିଲ୍ଲୀ,୯।୨: ଦୀର୍ଘ ବର୍ଷ ଧରି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସର୍ବୋଚ୍ଚ ସ୍ଥାନରେ ରହିଥିବା ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଏସିଆର ୧ନମ୍ବର ଧନୀବ୍ୟକ୍ତିର ମାନତ୍ୟ ଲାଭ କରିଛନ୍ତି। ସେହିଭଳି ନିକଟରେ ପ୍ରକାଶିତ ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଭାରତର ପ୍ରମୁଖ କୋଇଲା ଓ ବନ୍ଦରଭିତ୍ତିକ କାରବାର ସମେତ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ମଧ୍ୟ ୧୦ମ ସ୍ଥାନରେ ରହିଛନ୍ତି। ୫୯ ବର୍ଷୀୟ ଆଦାନୀ ବନ୍ଦରଠାରୁ ଏରୋସ୍ପେସ୍‌ ଏପରିକି ତାପଜଶକ୍ତି ଏବଂ କୋଇଲା ଓ ସବୁଜ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀକୁ ସେ ନିୟନ୍ତ୍ରଣ କରିଥାନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତିର ମୂଲ୍ୟ ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ୮୮.୫ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ହେବ। ସହିପରି ଦୁନିଆର ଅନ୍ୟ ବିଲିୟନେୟାରଙ୍କ ପରି ଆଦାନୀ ମଧ୍ୟ ମହାମାରୀ ସମୟରେ ତାଙ୍କର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଫଳରେ ଗତ ୨ ବର୍ଷ ମଧ୍ୟରେ ସେ ୬୦୦% ସମ୍ପତ୍ତି ଯୋଗ କରିପାରିଛନ୍ତି। ଗତ ବର୍ଷ ଏହି ସମୟରେ ତାଙ୍କ ସମ୍ପତ୍ତି ମୂଲ୍ୟ ୪୦ ବିଲିୟନ ଡଲାରରୁ କମ୍‌ ଥିଲା। ଏହି ବିଶାଳ ସ୍ପାଇକ୍‌ ସହିତ ସେ ଭାରତର ଶକ୍ତି, ବୈଷୟିକ ଉଦ୍ୟୋଗୀ ମୁକେଶ ଅମ୍ବାନୀଙ୍କୁ ଅତିକ୍ରମ କରି ବିଶ୍ୱର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଭାରତୀୟ ବିଲିୟନେୟାର ଗୌତମ ଆଦାନୀ, ଯିଏ ଏକ ଛୋଟ ଦ୍ରବ୍ୟ ବାଣିଜ୍ୟ ବ୍ୟବସାୟକୁ ଏକତ୍ରିତ ସହ ବନ୍ଦର, ଖଣି ଏବଂ ସବୁଜ ଶକ୍ତିରେ ପରିଣତ କରିଥିଲେ, ସେ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ଲାଭ କରିଛନ୍ତି। ଅପରପକ୍ଷରେ ଗତ କିଛି ମାସ ହେବ ଅମ୍ବାନୀଙ୍କ ସମ୍ପତ୍ତି ବ୍ୟାପକ ପରିମାଣରେ ହ୍ରାସ ପାଇବା ଯୋଗୁ ସେ ବର୍ତ୍ତମାନ ଏସିଆର ୨ୟ ଏବଂ ବିଶ୍ୱର ୧୧ ତମ ଧନୀବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୭.୯ ବିଲିୟନ ଡଲାର ରହିଛି। ଆଦାନୀ ଗ୍ରୁପ୍‌ର କୋଇଲା, ମ୍ୟାଗ୍ନେଟ୍‌ ଭଳି କାରବାର ନିକଟରେ ଦ୍ରୁତ ଅଭିବୃଦ୍ଧି ସହ ବିବାଦୀୟ ଅଷ୍ଟ୍ରେଲିଆ ଖଣି ପ୍ରକଳ୍ପ ଗ୍ରେଟା ଥନବର୍ଗଙ୍କ ସମେତ ଜୀବାଶ୍ମ ଇନ୍ଧନକୁ ଗୌତମ ଅଧିକ ଦୃଷ୍ଟି ଦେଇଛନ୍ତି। ସେ ଅକ୍ଷୟ ଶକ୍ତି, ବିମାନବନ୍ଦର, ଡାଟା କେନ୍ଦ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ମୁମ୍ବାଇସ୍ଥିତ ଦଲାଲ ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ଲିମିଟେଡ୍‌ର ଖୁଚୁରା ଅନୁସନ୍ଧାନର ମୁଖ୍ୟ ଦୀପକ ଜାସାନି କହିଛନ୍ତି, ଆଦାନୀ ଗ୍ରୁପ୍‌ ଠିକ୍‌ ସମୟରେ ଘଟୁଥିବା ସମସ୍ତ କ୍ଷେତ୍ରକୁ ଦେଖିଛି ଏବଂ ପ୍ରବେଶ କରିଛି, ଯାହା ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଏକ ସିଲେକ୍ଟ ବ୍ୟାଣ୍ଡକୁ ଆକର୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri