ପ୍ରକୃତ ବାଟ

ଆରତି ମହାନ୍ତି

ଆଚ୍ଛା, କେବେହେଲେ ବି ତମେ କ’ଣ ଏଇ ଗୋଟାଏ କଥା ଅର୍ଥାତ୍‌ କାହାରି ଉପରେ ନିର୍ଭର ନ କରି ଚଳିବା କ’ଣ ସେଇଟାକୁ ଭାବି ଦେଖିଛ? ତା’ମାନେ କ୍ଷୀରବାଲା କି ପରିବାବାଲା କି ଏମିତିକା ନିତିଦିନିଆ ଜୀବନ କଟାଇବା କଥା ଏଠି କୁହାଯାଉନାହିଁ। ଏମିତିକି ଡାକ୍ତର କି ଏମିତିକିଛି ଜିନିଷକୁ ଛାଡ଼ିବା କଥା ଏଠି ଜମାରୁ କୁହାଯାଉନାହିଁ। ଏଠି ଯେଉଁ ବିଷୟରେ କୁହାଯାଉଛି ସେଇଟା ହେଉଛି ନିତିଦିନିଆ ଜୀବନରେ ନିଜ ସ୍ତ୍ରୀ କି ସ୍ବାମୀ ହୁଅନ୍ତୁ କି ନିଜର ପୁଅଝିଅ କି ଏମିତିକେହି ବନ୍ଧୁ ବାନ୍ଧବଙ୍କ ଉପରେ ନିର୍ଭର କରି ଦିନ କଟାଇବା। ଯେମିତି ଧର ସେମାନଙ୍କୁ ନ ଦେଖିଲେ କି ତାଙ୍କ ସାଙ୍ଗରେ ଦି’ପଦ କଥା ହୋଇ ନ ପାରିଲେ ମନରେ ବିରସତା ଦେଖାଦିଏ। ଏମିତିକି ସେମାନେ ଯଦି ଦୂର ଜାଗାରେ ଚାକିରି କରୁଥାନ୍ତି କି ବେଶି ଦିନଧରି ଦେଖା ନ ହୁଏ ମନଟା ବିବସ ଲାଗେ। ମୁଁ ଦେଖିଛି ଏମିତି ମାଆମାନେ ଅଛନ୍ତି ଯେଉଁମାନଙ୍କର ପିଲା ଯଦି ଦୂରକୁ ଯାଇ ପଢ଼ାଶୁଣା କରନ୍ତିି କି ବିଦେଶକୁ ଚାଲିଯାଆନ୍ତି ସେମାନେ ଭଲ ପାଉଥିବା ଖାଇବା ଜିନିଷ ଛାଡ଼ିଦିଅନ୍ତିି। ପଚାରିଲେ କହନ୍ତି, ଆହାଃ ପିଲାଟା ଘରେ ଥିଲେ କେତେ ଖୁସିରେ ଖାଉଥିଲା, ଆଉ ମୁଁ ତା’ ମାଆ ହୋଇ ସେଇ ଦରବ ଖାଇବାକୁ କେମିତି ଜିଭ ଖୋଜିବ? ଏସବୁ କ’ଣ ନିହାତି ସ୍ନାୟୁ ବିକାରଗ୍ରସ୍ତ ଥିବାପରି ମନୋଭାବକୁ ଦେଖାଏ ନାହିଁ? ଯିଏ ନିଜ ଜୀବନକୁ ସହଜ ସ୍ବାଭାବିିକ ଭାବରେ ଚଳାଇବାରେ ସମର୍ଥ, ସେଇମାନେ ଏମିତି ଅନେକ ପ୍ରକାର ପରିସ୍ଥିତିରୁ ନିଜକୁ ବାହାର କରିଦେଇପାରନ୍ତି। ଏ ଜୀବନର କିଛି ବି ଠିକଣା ନାହିଁ। ଦିନ ମାସ ବର୍ଷ କେବେ ବି ଏମିତି କିଛି ଘଟଣା ଘଟିପାରେ, ଯାହା ଜଣକୁ ଆଗକୁ ବଢ଼ିବାକୁ ଦେବନାହିଁ। ସେଇ ସବୁ ପରିସ୍ଥିତି ମଣିଷକୁ ଅବସାଦଗ୍ରସ୍ତ କରିଥାଏ। ଏକାଟିଆ ଲାଗିଲେ ମନରେ ଅବସାଦ ଦେଖାଦିଏ, ଯାହା ଧୀରେ ଧୀରେ ଆମତ୍ହତ୍ୟା ଭଳି ନାନା ଦୁର୍ଘଟଣାର ରୂପ ନେଇପାରେ। ସେତେବେଳେ ଆମ ମନ ବି କିଛି ଗୋଟାଏ ଉପାୟ ବିଷୟରେ ଚିନ୍ତା କରେ। ଘର ସଂସାର ଭିତରେ ନିର୍ଭରତା ବଢ଼ିଚାଲେ।
କରୋନା ବେଳେ ଅନେକ ମାଆ ବାପା ତାଙ୍କର ଶିଶୁମାନଙ୍କୁ ହରାଇଛନ୍ତି, ଆଉ ତା’ପରେ କ’ଣହୁଏ- ଘରେ ତାର ଫଟୋ ରଖି ତାକୁ ଝୁରି ହେବାରେ ଲାଗନ୍ତି। ପୁଣି ଆସନ୍ତା ଜନ୍ମରେ ତାକୁ ନିଜ କୋଳରେ ଜନ୍ମ ନେବାକୁ ପୂଜା କରନ୍ତି, ମାନସିକ କରନ୍ତି। ଏସବୁ ଅନେକ ସମୟରେ ଆମ ଜୀବନରେ ଦେଖିବାକୁ ମିଳେ। ଏଇ ପରିସ୍ଥିତିରେ କ’ଣ କରିବା ଦରକାର। ଯଦି ସେଇ ପରିସ୍ଥିତିକୁ ଠିକ୍‌ ଭାବରେ ମୁକାବିଲା କରିବାକୁ ଚେଷ୍ଟା କରାଯାଏ ଅର୍ଥାତ୍‌ ଜୀବନର ଘଟଣାବଳୀରୁ ଉଦାହରଣ ଦେଖାଇବା ଦ୍ୱାରା କିବା ତାକୁ ଜୀବନର ସତ୍ୟକୁ ଠିକ୍‌ ଭାବରେ ଦେଖାଇପାରିଲେ ଅନେକ ଦୁର୍ବଳ ମନରେ ଶକ୍ତି ସଞ୍ଚାରିତ ହୋଇପାରିବ। କାହାରିକୁ କିଛି ଉପଦେଶ ଦେବା ଆଗରୁ ପ୍ରଥମେ ନିଜେ ସେ ବିଷୟରେ ଠିକ୍‌ ଭାବରେ ଅନୁସନ୍ଧାନ କରି ତାର ସତ୍ୟକୁ ଉପଲବ୍ଧି କରିବା ଦରକାର। ଏଠି ଖାଲି ଆମର ଘର କି ପରିବାର କି ସଂସାର ଚଳେଇବା କଥା କହୁନୁ। ତା’ ସଙ୍ଗେ ସଙ୍ଗେ ଯେତେ ଗୀତା, ଭାଗବତ, ପ୍ରଥା ପରମ୍ପରା, ଠାକୁର ବିଗ୍ରହ ଆଦି ମହାନ୍‌ ଶକ୍ତିଗୁଡ଼ିକର ମଧ୍ୟ ଆଲୋଚନା କରିବାକୁ ଯାଉଛୁ। ନିଜ ମନର ଶକ୍ତି ନାହିଁ ବୋଲି ଆମେ ବେଶି ବେଶି ଏଇ ବାହ୍ୟ ଜିନିଷଗୁଡ଼ିକ ଉପରେ ନିର୍ଭର କରି ଜୀବନ କଟାଇବାକୁ ଶ୍ରେୟ ମନେକରୁ। ଯଦି ଜଣେ ଖାଲି ଏଇସବୁ ଶକ୍ତି ଓ ବିଶ୍ୱାସ ଉପରେ ରହିବ, ତେବେ ନିଜ ଭିତରକୁ ଦେଖିଲେ ସେ ବୁଝିଯିବ ଯେ ତା’ ମନରେ କେମିତି ଗୋଟାଏ ନିଃସ୍ବ ଭାବ ଆସିଯାଉଛି। ତା’ମାନେ ସେଥିଲାଗି ନିଜ ଭିତରେ ଥିବା ଆମତ୍ବିଶ୍ୱାସ ତଥା ଅନ୍ତଃଶକ୍ତିର ଅଭାବ ଅନୁଭୂତ ହେଉଛି। ଅନ୍ୟ କଥାରେ କହିଲେ, ପ୍ରାୟ ଅଧିକାଂଶ ମଣିଷ ଭାବନ୍ତି ଦୁଃଖକଷ୍ଟ ଆମକୁ ଈଶ୍ୱର ଦେଇଛନ୍ତି, ତେଣୁ ସେ ତାକୁ ନାନା ପ୍ରକାରର ପୂଜା ଉପାସନା କରି ପ୍ରାର୍ଥନା କରି, ନାନା ରକମର ମାନସିକର ପ୍ରଲୋଭନ ଦେଖାଇ ସନ୍ତୁଷ୍ଟ କରିପାରିଲେ ସବୁ ଦୁଃଖ ବାଧା ପ୍ରତିରୋଧ ହଟିଯିବ। କିନ୍ତୁ ଈଶ୍ୱର କାହାରି କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ମଣିଷ ତା’ର ଆପଣା କର୍ମର ପରିଣାମ ଜୀବନ ସାରା ପାଇ ଚାଲିଥାଏ। ଆଉ ସେଥିପାଇଁ ମନ ଭିତରେ ଏକ ନିର୍ମଳ, ନିଃସ୍ବାର୍ଥପର ଦୟାଳୁ ତଥା ପ୍ରେମର ପ୍ରସ୍ଫୁଟନ ଘଟିବା ଦରକାର। ଆଉ ସେଥିପାଇଁ ନିଜକୁ, ନିଜର ମନ ତଥା ବ୍ୟବହାରରେ କ୍ଷଣକୁ କ୍ଷଣ ଧାର୍ମିକତା ରଖି ଚଳିବା ନିହାତି ଦରକାର। ସେଇଟା ହିଁ ଈଶ୍ୱରଙ୍କୁ ଉପଲବ୍ଧି କରିବାର ପ୍ରକୃତ ବାଟ।
ମୋ :୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri