ଇଣ୍ଟିମେଟ୍‌ ସିନ୍‌ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମର୍ସରେ ଗ୍ରାଜୁଏଟ୍‌ ହେବା ପରେ ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ କରିଥିବା ଅନୁପ୍ରିୟା ବହୁ ଓ୍ବେବସିରିଜ୍‌ରେ ବେଶ୍‌ ସଫଳ ହୋଇଛନ୍ତି। ୨୦୧୩ରେ ସାଉଥ୍‌ ଫିଲ୍ମ ପୋଟୁଗୁଡୁରେ ପ୍ରଥମେ ଅଭିନୟ କରିଥିଲେ। ଏହା ପରେ ବିବି ଜାସୁସ୍‌, ପାଠଶାଳା, ଡ୍ୟାଡ଼ି, ଟାଇଗର ଜିନ୍ଦା ହୈ, ପଦ୍ୱାବତ୍‌, ଓ୍ବାର ଆଦି ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ତେବେ ଏବେ ଏକ ଇଣ୍ଟିମେଟ୍‌ ସିନ୍‌ ନେଇ ସର୍ତ୍ତ ରଖିବା ଯୋଗୁ ସେ ବିବାଦୀୟ ହୋଇପଡ଼ିଛନ୍ତି। ପାଞ୍ଚାଳୀ ଓ୍ବେବ୍‌ସିରିଜ୍‌ରେ ଅଭିନୟ ନେଇ ପ୍ରଡକ୍ଟଶନ୍‌ ହାଉସ୍‌ ପକ୍ଷରୁ ଅନୁପ୍ରିୟାଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଅନୁପ୍ରିୟା ଓ୍ବେବସିରିଜ୍‌ର ପ୍ରମୋଶନରେ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅନୁପ୍ରିୟା କହିଛନ୍ତି ଯେ, ଓ୍ବେବସିରିଜ୍‌ରେ ଇଣ୍ଟିମେଟ୍‌ ସିନ୍‌ ୩୦ ସେକେଣ୍ଡରୁ ଅଧିକ ହେବ ନାହିଁ ଏବଂ ଏହା ଡିମ୍‌ ଲାଇଟ୍‌ରେ ଶୁଟିଂ ହେବ ବୋଲି ସେ ସର୍ତ୍ତ ରଖିଥିଲେ। ମାତ୍ର ପ୍ରଡକ୍ଟଶନ୍‌ ହାଉସ୍‌ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇ ନ ଥିଲା। ଇଣ୍ଟିମେଟ୍‌ ସିନ୍‌ ସମୟ ସୀମା ୩ ରୁ ୪ ମିନିଟ୍‌ ରଖାଯାଇଥିଲା। ଏହା ଉଜ୍ଜଳ ଆଲୋକ ମଧ୍ୟରେ ଶୁଟିଂ କରାଯାଇଥିଲା। ସେହିପରି ଏହା  ୪୫ ମିନିଟ୍‌ର ଏକ ଶର୍ଟ ଫିଲ୍ମ ବୋଲି କୁହାଯାଉଥିବା। ତେବେ ପ୍ରକୃତ ପକ୍ଷେ ଏହା ଏକ ଓ୍ବେବସିରିଜ୍‌ ଥିଲା। ତେଣୁ ସେ ପାଞ୍ଚାଳୀର ପ୍ରମୋଶନରେ ସହାୟତା କରିବାକୁ ମନା କରିଥିଲେ। ବିବାଦର ପ୍ରକୃତ ଘଟଣା ଜଣା ପଡ଼ିବା ପରେ ପ୍ରଶଂସକ ଅନୁପ୍ରିୟାଙ୍କ ପଦକ୍ଷେପକୁ ତାରିଫ୍‌ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri