ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀ: କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଆପରେ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ସମ୍ପତ୍ତି ସେଲରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ରାଜକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ବିଚାର କରୁଛି। ରାଜ ମୁମ୍ବାଇ ପୋଲିସର କ୍ରାଇମ ଶାଖାରେ ଅଛନ୍ତି ଏବଂ ଆଜି ତାଙ୍କ ହେପାଜତର ଶେଷ ଦିନ। ସ୍ବମୀ ଗିରଫ ହେବା ପରଠାରୁ ଶିଳ୍ପା ଶେଟ୍ଟୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି ଏବଂ ତାଙ୍କ ଉପରେ ମେମ ପ୍ରସ୍ତୁତ କରାଯାଉଛି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି।
ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ବହିର ଫଟୋ ଶେୟାର କରିଛନ୍ତି। ଆଗକୁ ବଢିବା ଏବଂ ଆହ୍ବାନର ସମ୍ମୁଖୀନ ହେବା କଥା ସେଥିରେ କୁହାଯାଇଛି। ଏହାର ଆରମ୍ଭରେ ଲେଖା ଅଛି, କ୍ରୋଧରେ ପଛକୁ ଯାଅ ନାହିଁ କିମ୍ବା ଭୟରେ ଆଗକୁ ଦେଖ ନାହିଁ, କିନ୍ତୁ ସଚେତନତା ଭାବରେ ଦେଖ।
ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟରେ ଆହୁରି ଲେଖାଅଛି, ଯେଉଁମାନେ ଆମକୁ ଆଘାତ ଦେଇଛନ୍ତି ସେମାନଙ୍କ ଉପରେ ଆମେ ରାଗୁ। ଆମେ ନିରାଶା ଅନୁଭବ କରୁ, ଦୁର୍ଭାଗ୍ୟକୁ ଆମେ ସହୁ। ଆମେ ସବୁବେଳେ ଭୟରେ ଥାଉ ଯେ ଆମେ ଚାକିରି ହରାଇ ଦେବା, କିଛି ରୋଗର ଶିକାର ହେବା କିମ୍ବା କାହାର ମୃତ୍ୟୁରେ ଦୁଃଖିତ ହେବା। ଆମେ ଯେଉଁ ସ୍ଥାନରେ ରହିବା ଆବଶ୍ୟକ ତାହା ଏଠାରେ ଅଛି। ମୁଁ ସେତେବେଳେ ଦୀର୍ଘ ନିଃଶ୍ୱାସ ନିଏ ଯେତେବେଳେ ମୁଁ ଜାଣେ, ଜୀବିତ ଅଛି ଏବଂ ଏଥିପାଇଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରେ। ମୁଁ ଆଗରୁ ମଧ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଭବିଷ୍ୟତରେ ବି ଚ୍ୟାଲେଞ୍ଜର ସାମ୍ନା କରି ବଞ୍ଚିବି। ଜୀବନ ବଞ୍ଚିବାପାଇଁ ମୋତେ କେହି ବାଧା ଦେଇପାରିବେ ନାହିଁ। ଶିଳ୍ପାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଯନ୍ତ୍ରଣା ବିଷୟରେ ବୁଝି ହେଉଛି।

शिल्पा शेट्टी


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri