ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସେ ଲେଖିଛନ୍ତି, ଆମ ଦୁହଁିଙ୍କୁ ଏହା ଶେୟାର କରି ବହୁତ ଖୁସି ହେଉଛି ଯେ,ଆଜି ଅପରାହ୍ନରେ ଆମର ଝିଅ ହୋଇଛି। ଆପଣମାନଙ୍କ ଭଲ ପାଇବା ଏବଂ ମଙ୍ଗଳକାମନା ପାଇଁ ହୃଦୟରୁ ଧନ୍ୟବାଦ। ଅନୁଷ୍କା ଏବଂ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ସୌଭାଗ୍ୟ ଯେ, ଜୀବନରେ ଏହି ଅଧ୍ୟାୟକୁ ଅନୁଭବ କରିବାର ସୁଯୋଗ ମିଳିଲା। ଏହି ସମୟରେ କିଛି ଜିନିଷ ବ୍ୟକ୍ତିଗତ ରଖିବା ଆମ ପାଇଁ ଉଚିତ୍‌ ହେବ ବୋଲି କୋହଲି ନୋଟ୍‌ରେ କହିଛନ୍ତି। ସୂଚନାଯୋଗ୍ୟ କୋହଲି ଏବଂ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଗତ ଅଗଷ୍ଟରେ ଉଭୟ ମାତାପିତା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସମୟ ଦେବା ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ପଳାଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ...

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି।...

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା,...

ବାଂଲାଦେଶ ସିରିଜ ବିଜୟୀ

ଚିଟ୍ଟାଗଙ୍ଗ, ୧୯ା୩ (ଏପି): ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବାଂଲାଦେଶ ୪ ଉଇକେଟରେ ବିଜୟ ହାସଲ କରିଛି। ଦଳ ଏଥିସହିତ ୩...

ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫),...

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ

ଚେନ୍ନାଇ,୧୯।୩: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ...

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୮ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri