Posted inଜାତୀୟ

ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ

ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ ତଳେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ବିଜୟ ଏହାର ବିରୋଧ କରିଛନ୍ତି।

ଏଥିସହିତ ଦଳ ତାମିଲନାଡୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ହଟାଇ ଦେବାକୁ ଦାବି କରାଯାଇଛି। ରାଜ୍ୟରେ ଡିଏମକେ ସରକାର ଜାତିଭିତ୍ତିକ ଜନଗଣନା କରିବାଉ ଜୋର ନ ଦେଉଥିବା କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ କୁ ଟାର୍ଗେଟ କରି ବିଜୟ କହିଛନ୍ତି
ଯେ, ଦଳ କ୍ଷମତାକୁ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି। ଫେବୃଆରୀ ୨୭ରେ ତାମିଲନାଡୁର ଭିଲୁପୁରମ୍ ଜିଲାରେ ବିଜୟ ତାଙ୍କର ପ୍ରଥମ ରାଜନୈତିକ ସମାବେଶ କରିଥିଲେ।

ଏହି ସମାବେଶରେ ସେ ତାଙ୍କ ଦଳର ଆଦର୍ଶ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ ଯେଉଁଥିରେ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ତାମିଲ ଭାଷାକୁ କୋର୍ଟରେ ପ୍ରଶାସନିକ ଭାଷା ଭାବରେ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟପାଳ ପଦ ହଟାଇବା ଅନ୍ତର୍ଭୁକ୍ତ ଥିଲା।

ବିଜୟ କହିଛନ୍ତି ଯେ ତାଙ୍କ ଦଳର ଆଭିମୁଖ୍ୟ ଉଭୟ ଦ୍ରାବିଡ଼ବାଦ ଏବଂ ତାମିଲ ଜାତୀୟତାବାଦରୁ ଆସିଛି ଏବଂ ସେମାନଙ୍କୁ “ଆମ ମାଟିର ଦୁଇ ଆଖି” ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହିତ ବିଜୟ ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ଆଗାମୀ ୨୦୨୬ ନିର୍ବାଚନରପ୍ର ତିଦ୍ବନ୍ଦିତା କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?