ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ମନ୍ଦିରା ବେଦୀଙ୍କ ସ୍ବାମୀଙ୍କ ନିଧନ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅଭିନେତା ଦୀଲିପ କୁମାରଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା। ଏବେ ଆଉ ଜଣେ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ମଧ୍ୟ ସ୍ବାସ୍ଥାବସ୍ଥାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ନାସିରୁଦ୍ଦିନଙ୍କୁ ନିମୋନିଆ ହୋଇଛି। ଏଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ୨୦୨୦ରେ ଅଭିନେତା ଋଷି କପୁରଙ୍କ ନିଧନ ପରେ ନାସିରୁଦ୍ଦିନଙ୍କ ସ୍ବାସ୍ଥାବସ୍ଥା ଠିକ୍‌ ନ ଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ତାଙ୍କ ପୁଅ ବିଭାନ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସେ ଠିକ୍‌ ଥିବା କହିଥିଲେ। କାମ ବିଷୟରେ କଥା ହେଲେ ୨୦୨୦ରେ ଅଭିନେତା ଆମାଜନ ପ୍ରାଇମର ଓ୍ବେବ୍‌ସିରିଜରେ ନଜର ଆସିଥିଲେ। ଏହାଛଡ଼ା ସେ ଜି୫ର ଫିଲ୍ମରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ...

ଲଣ୍ଡନର ନାଇଟ୍‌ କ୍ଲବରେ ମଦ ବିକୁଥିଲେ ଏହି ଅଭିନେତା; ପିଲାଦିନର ବନ୍ଧୁଙ୍କ ଧରିଛନ୍ତି ହାତ; କିଛି ଏମିତି…

ବମ୍ବେ: ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରୁ ଡେବ୍ୟୁ କରିଥିଲେ ଅଭିନେତା ବରୁଣ ଧଓ୍ବନ। ଚଳଚ୍ଚିତ୍ର ସୁପରହିଟ୍‌ ହେବା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।...

ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ...

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ...

ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି...

ସୁର ସମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୮।୯: ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଶନିବାର ୯୦ତମ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଲତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ରୁ ଆରମ୍ଭ କରି କ୍ରିକେଟ ଜଗତରୁ ଶୁଭେଚ୍ଛାର...

କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ।...

ରଜନୀକାନ୍ତଙ୍କୁ ଟିପ୍ସ ଦେଲେ ଅମିତାଭ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତଙ୍କୁ ବଲିଉଡ୍‌ ମହାନାୟକ ୩ଟି ଟିପ୍ସ ଦେଇଛନ୍ତି। ସୋମବାର ମୁମ୍ବାଇରେ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ହିନ୍ଦୀ ଟ୍ରେଲର ରିଲିଜ୍‌...

Advertisement
Archives

Model This Week