ଛୋଟ ଘଟଣା ଯୋଗୁ ୫ ବର୍ଷର ପୁଅଙ୍କୁ ହରାଇଥିଲେ ଏହି ଲୋକପ୍ରିୟ ଅଭିନେତା, ପରେ ବଦଳି ଯାଇଥିଲା ଜୀବନ

ବମ୍ବେ: ପ୍ରକାଶ ରାଜ୍‌। ଦକ୍ଷିଣ ଭାରତୀୟ ସିନେମାର ଜଣେ ପରିଚିତ ନାମ। ଆଜି ଅର୍ଥାତ୍‌ ମାର୍ଚ୍ଚ ୨୬ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ରେ ବାଙ୍ଗାଲୋରରେ ଜନ୍ମ ନେଇଥିଲେ ପ୍ରକାଶ। ଏବେ ୫୬ ବର୍ଷର ହୋଇଛନ୍ତି ଅଭିନେତା। କେବଳ ଅଭିନେତା ନୁହେଁ, ବରଂ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ ଭାବେ ସେ ଅର୍ଜନ କରିଛନ୍ତି ଖ୍ୟାତି। ତାମିଲ ସିନେମାରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିଣିଥାଏ।

ତାମିଲ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ପରାମର୍ଶକ୍ରମେ ନିଜର ସାଜ୍ଞା ବଦଳାଇ ରାଜ୍‌ ରଖିଥିଲେ ସେ। ଏଯାବତ ସେ ନିଜର ଅଭିନୟ ପାଇଁ ପାଞ୍ଚଟି ଜାତୀୟ ପୁରସ୍କାର ଜିତିଥିବା ବେଳେ ଛଅଟି ନନ୍ଦି ପୁରସ୍କାର, ଆଠ ତାମିଲନାଡ଼ୁ ରାଷ୍ଟ୍ରୀୟ ପୁରସ୍କାର ଏବଂ ପାଞ୍ଚ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ପ୍ରକାଶ ରାଜ୍‌ ୧୯୯୪ରେ ଅଭିନେତ୍ରୀ ଲଲିତା କୁମାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ତିନୋଟି ସନ୍ତାନ(ଦୁଇ ଝିଅ ମେଘନା ଓ ପୂଜା, ପୁଅ ସିଦ୍ଧୁ) ହୋଇଥିଲା। ହେଲେ ୫ ବର୍ଷ ବୟସରେ ପୁଅଙ୍କ ମୃତ୍ୟୁକୁ ପ୍ରକାଶ ଗ୍ରହଣ କରିପାରି ନ ଥିଲେ। ସେତେବେଳେ ଜୀବନ କେତେ ଛୋଟ ସେ ଅନୁଭବ କରିଥିଲେ। ପ୍ରକାଶ ନିଜର କ୍ଷେତରେ ପୁଅଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏବେ ବି ସେ ସେଠାକୁ ଯାଇ ବସନ୍ତି। ଝିଅମାନଙ୍କୁ ସେ ବହୁତ ଭଲପାଉଥିଲେ ହେଁ ପୁଅକୁ ଭୁଲି ପାରିନାହାନ୍ତି ବୋଲି କୁହନ୍ତି।

ଗଛ ଉପରେ ଚଢ଼ି ଗୁଡ଼ି ଉଡାଉଥିବା ବେଳେ ହଠାତ୍‌ ଖସି ପଡ଼ିଥିଲେ ପ୍ରକାଶଙ୍କ ପୁଅ। କିଛି ମାସ ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏହା ଏକ ରହସ୍ୟ ଭଳି ଥିଲା। ପୁଅଙ୍କ ମୃତ୍ୟୁ ପରେ ପ୍ରକାଶଙ୍କ ଜୀବନ ବଦଳିଯାଇଥିଲା। ପ୍ରଥମ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେମାନେ ଅଲଗା ହୋଇଥିଲେ। ପରେ ୨୦୧୦ରେ ସେ ବଲିଉଡ୍‌ କୋରିଓଗ୍ରାଫର ପୋନି ବର୍ମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ଉଭୟଙ୍କ ଜଣେ ପୁଅ ବେଦାନ୍ତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri