ହୃଦ୍‌ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ

ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍‌ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ ୧୬ରେ ବିବେକଙ୍କ ହୃଦ୍‌ଘାତ ହୋଇଥିଲା। ଏହାପରେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଇସିଏମ୍‌ଓ ଚିକିତ୍ସା କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳ ୪ଟା ୪୫ରେ ତାଙ୍କର ମୁତ୍ୟୁ ଘଟିଛି। ସୂଚନା ମୁତାବକ ଏପ୍ରିଲ ୧୫ରେ ବିବେକ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ଏକ ସରକାରୀ ହସ୍ପିଟାଲରେ ନେଇଥିଲେ। ଏଥିସହ ସେ ଲୋକଙ୍କୁ ଭାକ୍ସିନ ନେବାକୁ ସଚେତନ ମଧ୍ୟ କରିଥିଲେ। ତାମିଲ ଫିଲ୍ମରେ ବିବେକ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସେ ରଜନୀକାନ୍ତ, କମଲ ହାସନ ଅଜିତ, ବିଜୟ ଓ ମାଧବନଙ୍କ ଭଳି ଭେଟେରାନ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ତାମିଲ ଫିଲ୍ମରେ ତାଙ୍କର ଯୋଗଦାନ ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ...

ଦିନକ ପୂର୍ବରୁ କିଣିଥିବା ଇଲେକ୍ଟ୍ରିକ୍‌ ସ୍କୁଟର ଫାଟି ସ୍ବାମୀ ମୃତ, ପତ୍ନୀ-୨ଶିଶୁ ଆହତ

ହାଇଦ୍ରାବାଦ,୨୪।୪: ଦୁଇ ଦିନ ପୂର୍ବରୁ ତେଲେଙ୍ଗାନାର ନିଜାମାବାଦରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ...

କୋଭିଡ୍‌ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା

ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।...

ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର...

ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ

ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ...

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର

ନୂଆଦିଲ୍ଲୀ, ୯ା୬: ମେଡିକାଲ କଲେଜଗୁଡ଼ିକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୪୫୬ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ...

ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ...

ବାଜପେୟୀ-କାଲାମଙ୍କ ସଫଳ ଉଦ୍ୟମ: ୨୨ ବର୍ଷ ତଳେ ଭାରତ ହୋଇଥିଲା ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର

ନୂଆଦିଲ୍ଲୀ,୧୦।୫: ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପି ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ...

Advertisement
Archives

Model This Week