ପାକିସ୍ତାନ କାରାଗାରରେ ତିନି ବର୍ଷ ବନ୍ଦୀ ଥିଲେ ଏହି ଅଭିନେତା: ୫୦ ବର୍ଷରେ ବଲିଉଡରେ କରିଥିଲେ ପ୍ରବେଶ

ସିନେମା ଜଗତରେ ଏପରି ଅନେକ କଳାକାର ଅଛନ୍ତି, ଯାହାର ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଆଜିର ପିଢ଼ି ଅତୀତର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିଷୟରେ ଖୁବ କମ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଶ୍ରେଷ୍ଠ ଅଭିନେତା ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଅଭିନୟ ଆଜିବି ସ୍ବତନ୍ତ୍ର। ସେ ରୁପେଲି ପରଦାରେ ପ୍ରତ୍ୟେକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନେତା ଏ.କେ ହଙ୍ଗଲଙ୍କ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା। ‘ଶୋଲେ’ଫିଲ୍ମରେ ଅଭିନେତା ଏ.କେ ରହିମ ଚାଚା ଭୂମିକାରେ କହିଥିଲେ। ତାଙ୍କ ପୂରା ନାମ ଅବତାର କିଶାନ ହଙ୍ଗଲ ଥିଲା। ସେ କଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କର ପିଲାଦିନ ପାକିସ୍ତାନର ପେଶଓ୍ବାରରେ ଅତିବାହିତ ହୋଇଥିଲା।
ଏ.କେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ୧୯୨୯ ରୁ ୧୯୪୭ ପର୍ଯ୍ୟନ୍ତ, ସେ ସ୍ବାଧୀନତା ପାଇଁ ଲଢ଼େଇ କରିଥିଲେ। ଜଣେ ମାର୍କ୍ସବାଦୀ ହୋଇଥିବାରୁ ସେ ତିନି ବର୍ଷ ଧରି କରାଚିରେ ବନ୍ଦୀ ହୋଇଥିଲେ। ୧୯୪୯ ମସିହାରେ ଜେଲରୁ ମୁକୁଳିବା ପରେ ତାଙ୍କ ପରିବାର ସହିତ ମୁମ୍ବାଇ ଆସିଥିଲେ। ଏହି ଅଭିନେତା ପେଶୱାରରେ ଥିଏଟର କରୁଥିଲେ, ସେ ଅଭିନୟକୁ ଭଲ ପାଉଥିଲେ। ମୁମ୍ବାଇ ଆସିବା ପରେ ସେ ଫିଲ୍ମରେ କାମ କରିବାକୁ ଚିନ୍ତା କରିଥିଲେ।

ଏ.କେ ୫୦ ବର୍ଷ ବୟସରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ବାସୁ ଭଟ୍ଟାଚାର୍ଯ୍ୟଙ୍କ ଚଳଚ୍ଚିତ୍ର ‘ତିସ୍‌ରୀ କସମ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ସେ ୭୦, ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ର କରିଥିଲେ। ଏ କେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହ ୧୬ ଟି ଫିଲ୍ମରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଅନେକ ବଡ କଳାକାରଙ୍କ ସହ ଫିଲ୍ମରେ ମଧ୍ୟ କାମ କରିଥିଲେ।
କୁହାଯାଏ ଯେ, ଶିବସେନା ମୁଖ୍ୟ ବାଲ ଠାକରେ ୧୯୯୩ ମସିହାରେ ଏ.କେଙ୍କ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପାକିସ୍ତାନର ଜାତୀୟ ଦିବସରେ ଭାଗ ନେବାକୁ ବାଲ ଠାକରେ ଏକେଙ୍କଚୁ ପସନ୍ଦ କରୁ ନ ଥିଲେ। ଏହି କାରଣରୁ ତାଙ୍କ ଚଳଚ୍ଚିତ୍ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri