ପାକିସ୍ତାନ କାରାଗାରରେ ତିନି ବର୍ଷ ବନ୍ଦୀ ଥିଲେ ଏହି ଅଭିନେତା: ୫୦ ବର୍ଷରେ ବଲିଉଡରେ କରିଥିଲେ ପ୍ରବେଶ

ସିନେମା ଜଗତରେ ଏପରି ଅନେକ କଳାକାର ଅଛନ୍ତି, ଯାହାର ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଆଜିର ପିଢ଼ି ଅତୀତର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିଷୟରେ ଖୁବ କମ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଶ୍ରେଷ୍ଠ ଅଭିନେତା ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଅଭିନୟ ଆଜିବି ସ୍ବତନ୍ତ୍ର। ସେ ରୁପେଲି ପରଦାରେ ପ୍ରତ୍ୟେକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନେତା ଏ.କେ ହଙ୍ଗଲଙ୍କ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା। ‘ଶୋଲେ’ଫିଲ୍ମରେ ଅଭିନେତା ଏ.କେ ରହିମ ଚାଚା ଭୂମିକାରେ କହିଥିଲେ। ତାଙ୍କ ପୂରା ନାମ ଅବତାର କିଶାନ ହଙ୍ଗଲ ଥିଲା। ସେ କଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କର ପିଲାଦିନ ପାକିସ୍ତାନର ପେଶଓ୍ବାରରେ ଅତିବାହିତ ହୋଇଥିଲା।
ଏ.କେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ୧୯୨୯ ରୁ ୧୯୪୭ ପର୍ଯ୍ୟନ୍ତ, ସେ ସ୍ବାଧୀନତା ପାଇଁ ଲଢ଼େଇ କରିଥିଲେ। ଜଣେ ମାର୍କ୍ସବାଦୀ ହୋଇଥିବାରୁ ସେ ତିନି ବର୍ଷ ଧରି କରାଚିରେ ବନ୍ଦୀ ହୋଇଥିଲେ। ୧୯୪୯ ମସିହାରେ ଜେଲରୁ ମୁକୁଳିବା ପରେ ତାଙ୍କ ପରିବାର ସହିତ ମୁମ୍ବାଇ ଆସିଥିଲେ। ଏହି ଅଭିନେତା ପେଶୱାରରେ ଥିଏଟର କରୁଥିଲେ, ସେ ଅଭିନୟକୁ ଭଲ ପାଉଥିଲେ। ମୁମ୍ବାଇ ଆସିବା ପରେ ସେ ଫିଲ୍ମରେ କାମ କରିବାକୁ ଚିନ୍ତା କରିଥିଲେ।

ଏ.କେ ୫୦ ବର୍ଷ ବୟସରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ବାସୁ ଭଟ୍ଟାଚାର୍ଯ୍ୟଙ୍କ ଚଳଚ୍ଚିତ୍ର ‘ତିସ୍‌ରୀ କସମ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ସେ ୭୦, ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ର କରିଥିଲେ। ଏ କେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହ ୧୬ ଟି ଫିଲ୍ମରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଅନେକ ବଡ କଳାକାରଙ୍କ ସହ ଫିଲ୍ମରେ ମଧ୍ୟ କାମ କରିଥିଲେ।
କୁହାଯାଏ ଯେ, ଶିବସେନା ମୁଖ୍ୟ ବାଲ ଠାକରେ ୧୯୯୩ ମସିହାରେ ଏ.କେଙ୍କ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପାକିସ୍ତାନର ଜାତୀୟ ଦିବସରେ ଭାଗ ନେବାକୁ ବାଲ ଠାକରେ ଏକେଙ୍କଚୁ ପସନ୍ଦ କରୁ ନ ଥିଲେ। ଏହି କାରଣରୁ ତାଙ୍କ ଚଳଚ୍ଚିତ୍ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?