ଦିବ୍ୟାଙ୍ଗ ସାର୍ଟିଫିକେଟ୍ ନାଁରେ ଚାଲିଛି ମୋଟା ଅଙ୍କର ଠକେଇ! ଶିବିରରେ ଉତ୍ତେଜନା

ହାଟଡ଼ିହୀ/ଛେନାପଦୀ,୧୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖାଯାଇଥିଲା। ଅଧିକ ପ୍ରତିଶତର ଭିନ୍ନକ୍ଷମ ପ୍ରମାଣପତ୍ର କରାଇଦେବା ପାଇଁ କେତେକ ଦିବ୍ୟାଙ୍ଗଙ୍କୁ ବାହାରୁ ଆସିଥିବା ଦଲାଲମାନେ ପ୍ରଲୋଭିତ କରୁଥିଲେ। ଏଥିପାଇଁ ମୁଣ୍ଡ ପିଛା ପ୍ରାୟ ୫ ହଜାର ଟଙ୍କା ଡିଲ କରାଯାଉଥିଲା। କେତେକ ବ୍ୟକ୍ତି ଟଙ୍କା ଦେବାକୁ ରାଜି ହେବା ପରେ ଦଲାଲମାନେ ସେମାନଙ୍କ ମୋବାଇଲ ନମ୍ବର ନେଇ ରାତିରେ ଯୋଗାଯୋଗ କରିବାକୁ କହୁଥିଲେ। ଦଲାଲମାନେ ଯେଉଁ ଭିନ୍ନକ୍ଷମଙ୍କ ଆବେଦନ ପତ୍ର ଡାକ୍ତରଙ୍କ ପାଖକୁ ନେଉଥିଲେ ତାହା ଅଲଗା ରଖାଯାଉଥିଲା। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା।

ଏପରିକି ଉପସ୍ଥିତ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ସେ ଦଲାଲଙ୍କ ସହ ସମ୍ପୃକ୍ତ ଥାଇ ଏପରି କରୁଥିବା ବାବଦରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ପଚାରିଥିଲେ। ଉକ୍ତ କର୍ମଚାରୀ ଜଣକ ଟଙ୍କା ନେବା କିମ୍ବା ପ୍ରମାଣପତ୍ର କରାଇଦେବା ପାଇଁ ନୁହେଁ, କେବଳ ଲୋକଙ୍କୁ ବୁଝାଉଥିଲେ ବୋଲି ସଫେଇ ଦେଇଥିଲେ। ସେହିପରି ଶିବିରକୁ ବାହାର ବ୍ଲକ୍‌ରୁ ଆଉ ୩ ରୁ ୪ ଜଣ ବ୍ୟକ୍ତି ଆସି ଦିବ୍ୟାଙ୍ଗଙ୍କୁ ପ୍ରଭାବିତ କରୁଥିବା ଦେଖା ଯାଇଥିଲା। ଏହି ବ୍ୟକ୍ତିମାନେ ମୋଟା ଅଙ୍କର ଅର୍ଥ ନେଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଅଧିକ ପ୍ରତିଶତର ଦିବ୍ୟାଙ୍ଗ ପ୍ରମାଣପତ୍ର କରାଇଦେବାର ପ୍ରତିଶ୍ରୁତି ଦେଉଥିଲେ।

ଏପରି ଘଟଣା ଧୀରେ ଧୀରେ ପ୍ରଚାରିତ ହୋଇଥିଲା। ଫଳରେ ଦଲାଲଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏଭଳି ପ୍ରସଙ୍ଗ ଶିବିରର ସ୍ବଚ୍ଛତା ଓ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ତେଣୁ ଜିଲା ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରିବା ଜରୁରୀ ହୋଇପଡ଼ିଛି । ଏଥିସହ ପ୍ରକୃତ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ସହଜ, ସୁବିଧାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ପାରିବେ ସେଥିପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ବ୍ଲକ୍‌ର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବିଡ଼ିଓଙ୍କ ଅଜାଣତରେ କିଛି ଦଲାଲ, ଡାକ୍ତର, ବ୍ଲକ ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ମିଳିମିଶି ଏପରି ଘଟଣାରେ ସମ୍ପୃକ୍ତ ରହି ଦିବ୍ୟାଙ୍ଗଙ୍କ ସହ ଡିଲ କରିଛନ୍ତି। ବିଡିଓ ରଞ୍ଜନ କୁମାର ପରିଡା କହିଛନ୍ତି, ଘଟଣା ବାବଦରେ ଜାଣିନାହାନ୍ତି । ଯଦି ସେପରି କାର୍ଯ୍ୟ କିଏ କରିଥିବ, ତେବେ ପଦକ୍ଷେପ ନିଆଯିବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?