Posted inଜାତୀୟ

ଶୋଇଥିବା ଅବସ୍ଥାରେ ତିନି ଭଉଣୀଙ୍କ ଉପରେ ଏସିଡ୍ ମାଡ: ଜଣେ ଗୁରୁତର

ଗୌଂଡା ,୧୩ ।୧୦: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ବାରମ୍ବାର ବିରୋଧି ଓ ଶାସକ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଏଠାରେ କିନ୍ତୁ ଅପରାଧ ଯେମିତି କମିବାର ନାଁ ନେଉନି । ସୋମବାର ଶୋଇଥିବା ଅବସ୍ଥାରେ ୩ ଭଉଣୀଙ୍କ ଉପରେ ଏସିଡ ମାଡ ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ମିଳିଥିବା ସୂଚନାରୁ ଜଣାପଡିଛି କି, ଉତ୍ତର ପ୍ରଦେଶ ଗୌଂଡା ଜିଲାରେ ସୋମବାର ରାତିରେ ଗୋଟିଏ ପରିବାରର ୩ ଭଉଣୀ ଛାତ ଉପରେ ଶୋଇଥିଲେ । ଏହି ସମୟରେ ଜଣେ ଯୁବକ ଛାତକୁ ଚଢି ବଡ ଭଉଣୀ ଉପରକୁ ଏସିଡ୍ ମାଡ କରିଥିଲେ । ଫଳରେ ପାଖରେ ଥିବା ଅନ୍ୟ ଦୁଇ ଭଉଣୀ ମଧ୍ୟ ଏଥିରେ ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଆହତ ଭଉଣୀମାନଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ପରସପୁର ଥାନା ଅଧିନ ପସକା ଗାଁର ବାସିନ୍ଦା ଗୁରଇ ପ୍ରସାଦଙ୍କ ତିନି ଝିଅଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ପିଲାମାନଙ୍କର ବୟସ ଯଥାକ୍ରମେ ୧୯, ୭ ଓ ୫ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର: ଭିଟାମିନ୍‌ ଟ୍ୟାବଲେଟ୍‌-ଷ୍ଟିମ୍‌ ନେବାକୁ ମନା …

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି।...

୧୪ ବର୍ଷ ପରେ ବାବୁଲାଲଙ୍କ ଘର ବାହୁଡ଼ା: ଭାଜପାରେ ଜେଭିଏମ୍‌ର ବିଲୟ

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଦୀର୍ଘ ୧୪ ବର୍ଷ ପରେ ପୁଣି ଘର ବାହୁଡ଼ିଛନ୍ତି। ୨୦୦୬ରେ ସେ ଭାଜପାଠାରୁ ଅଲଗା ହୋଇ ନୂଆ...

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର...

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମଙ୍ଗଳବାର ସେ ନିଜେ ଟୁଇଟ୍ କରି ଏହି ସୂଚନା...

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ...

ଲାଇଭ ଷ୍ଟ୍ରିମିଂ ଯୋଗୁ ଘରେ ଘରେ ପହଞ୍ଚିଛି ସୁପ୍ରିମ୍‌କୋର୍ଟ: ସିଜେଆଇ…

ନୂଆଦିଲ୍ଲୀ,୯।୫ : ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି, ଏହାର ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କୋର୍ଟ ସାଧାରଣ ନାଗରିକଙ୍କ ଘରେ ଘରେ ପହଞ୍ଚିଛି। ଲାଇଭ ଷ୍ଟ୍ରିମ ହୋଇଥିବା ବିଷୟବସ୍ତୁ...

ବାପାଙ୍କ ମୃତଦେହ ଦେଖିବାକୁ ୫୧ ହଜାର

କୋଲକାତା, ୧୧ା୮: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମରଶରୀର ଦେଖିବା ପାଇଁ ତାଙ୍କ ପୁଅଙ୍କଠାରୁ କର୍ତ୍ତୃପକ୍ଷ ୫୧ ହଜାର...

ମଲ୍ଲିକାର୍ଜୁନଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ...

Advertisement
Archives

Model This Week