୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି ଅନ୍‌ଲାଇନ ମାର୍କେଟପ୍ଲେସ୍‌ ଆମାଜନ ବିଜ୍‌ନେସ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏକ ଉତ୍ସର୍ଗୀକୃତ କର୍ପୋରେଟ୍‌ ଗିଫ୍ଟିଙ୍ଗ୍‌ ଷ୍ଟୋର୍‌ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ କେବଳ ୧୦ ଦିନରେ ୧୩୪% ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ ମୋଟ ଅର୍ଡରରେ ୯୫% ଓ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ୧୦୭% ବୃଦ୍ଧି ଦେଖିବାକୁ ମିଳିଛି। ଏକ ବିସ୍ତୃତ ଶୃଙ୍ଖଳାର ଉପହାର ବିକଳ୍ପ ସହ ୮୫୦୦ ରୁ ଅଧିକ ଜିଏସ୍‌ଟି-ସକ୍ଷମ ଉପତ୍ାଦ ଅନ୍ତର୍ଭୁକ୍ତ ଥିବା ଏହି ଷ୍ଟୋରରେ ଲୋକପ୍ରିୟ ଉପହାର ସାମଗ୍ରୀ ଭାବେ ମିକ୍ସର ଗ୍ରାଇଣ୍ଡର ଓ ଜୁସ୍‌ର ୫.୫ଗୁଣ ଅଭିବୃଦ୍ଧି ହାସଲ କରିଥିବା ବେଳେ କୁକର ଭଳି ଅନ୍ୟ କିଚେନୱେୟାର ୩ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଆମାଜନ ବିଜ୍‌ନେସ୍‌ର ନିର୍ଦ୍ଦେଶକ ସୁଚିତ ସୁବାଷ କହିଛନ୍ତି, ଚଳିତ ପାର୍ବଣ ଋତୁରେ ଆମର କର୍ପୋରେଟ ଗିଫ୍ଟିଙ୍ଗ୍‌ ଷ୍ଟୋରର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଭାରତରେ ଇ-କ୍ରୟର ଦ୍ରୁତ ଗ୍ରହଣୀୟତାକୁ ହାଇଲାଇଟ୍‌ କରୁଛି। ଏହି ବୃଦ୍ଧି ଅନ୍‌ଲାଇନ ଗିଫ୍ଟିଙ୍ଗ୍‌ର ସୁବିଧା ଓ ଆଧୁନିକ ବ୍ୟବସାୟଗୁଡିକର ବିକଶିତ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ଏପରିକି ଆମେ ଆମାଜନ ବିଜ୍‌ନେସ୍‌କୁ ଏକ ଅନ୍‌ଲାଇନ ବି୨ବି ମାର୍କେଟପ୍ଲେସ୍‌ରେ ପରିଣତ କରିବାକୁ ସକ୍ଷମ ହୋଇଛୁ,ଯାହା ଭୌଗୋଳିକ ପ୍ରତିବନ୍ଧକକୁ ଦୂରକରିବା ସହ ସେଲରମାନଙ୍କୁ ଦେଶର କୋଣ ଅନୁକୋଣରେ ଗ୍ରାହକଙ୍କ ସହ ସଂଯୋଗ କରୁଛି ଏବଂ ଦେଶର ୧୦୦% ପିନ୍‌କୋଡ୍‌ରେ ସେବା ପ୍ରଦାନ କରୁଛି। ଚଳିତ ପାର୍ବଣ ଋତୁରେ ହେଡ୍‌ଫୋନ୍‌ ସବୁଠାରୁ ଲୋକପ୍ରିୟ ଟେକ୍‌ ଗିଫ୍ଟିଂ ସାମଗ୍ରୀ ଭାବେ ଉଭା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୬% ବୃଦ୍ଧି ହାସଲ କରିଛି। ସେହିପରି ୨.୫ ଗୁଣ ବୃଦ୍ଧି ସହ ଲାପ୍‌ଟପ୍‌ ବ୍ୟାଗ୍‌ ଆଉ ଏକ ସର୍ବାଧିକ ବିକ୍ରି ବର୍ଗରେ ପରିଣତ ହୋଇଛି। ସ୍ନାକ୍ସ ଓ ସ୍ବିଟ୍‌ ଗିଫ୍ଟ ହାମ୍ପର ଅନ୍ୟତମ ଲୋକପ୍ରିୟ ବର୍ଗ ହୋଇଥିବାବେଳେ ଚକୋଲେଟ୍‌ ୧.୭ ଗୁଣ ବୃଦ୍ଧି ସହ ସର୍ବାଧିକ ଉପହାର ଦିଆଯାଉଥିବା ବର୍ଗରେ ପରିଣତ ହୋଇଛି। ସେହିପରି ଡ୍ରାଏ ଫ୍ରୁଟ୍‌ ହାମ୍ପର ୩.୭ ଗୁଣ ବୃଦ୍ଧି ହାସଲ କରିଥିବା ବେଳେ ଟି ଓ କଫି ହାମ୍ପର ବର୍ଗ ୨ଗୁଣ ବୃଦ୍ଧି ହାସଲ କରିଛି। ଚଳିତ ପାର୍ବଣ ଋତୁରେ ଆମାଜନ ବିଜ୍‌ନେସ୍‌ କେରଳରୁ ଜମ୍ମୁ-କଶ୍ମୀର ଓ ଗୁଜରାଟରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ସେଲର ଓ କର୍ପୋରେଟଗୁଡିକ ମଧ୍ୟରେ ସଂଯୋଗକୁ ସୁଗମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?