ମୋହନାରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ଅଭିଯୁକ୍ତ, ହାଜତ ପଠାଇଲା ଅବକାରୀ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏସ୍‌ଆଇ ଅନୀତା ପ୍ରଧାନ ଗଜପତି ଜିଲା ମୋହନା ଥାନା କୀର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକଙ୍କୁ ଶୁକ୍ରବାର ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଛନ୍ତି। ଅବକାରୀ ମାମଲା ନଂ.୧୮୧/୨୪-୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ଏକ ବାଇକ୍‌ ନଂ.ଓଆର ୦୭ ଟି -୫୦୪୩ ଯୋଗେ ଗଞ୍ଜେଇ ନେଇ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଗୁରୁବାର ମଧ୍ୟାହ୍ନରେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଦିଗପହଣ୍ଡି ପୁଞ୍ଜିକୟଁା ଛକରେ ଅବକାରୀ କର୍ମଚାରୀ ବୃନ୍ଦ ଅଭିଯୁକ୍ତଙ୍କ ବାଇକ୍‌କୁ ଅଟକାଇ ଖାନତଲାସ କରିଥିଲେ। ସେ ଧରିଥିବା ଏକ ବ୍ୟାଗ୍‌ରେ ୭ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଅବକାରୀ ଏସ୍‌.ଆଇ ଅଭିଯୁକ୍ତଙ୍କୁ ଗିରଫ କରି ବାଇକ୍‌ ସହ ଅବକାରୀ ଥାନାକୁ ଉଠାଇ ନେଇଥିଲେ। ତଦନ୍ତ ପରେ ସେ ବେଆଇନ ଭାବେ ଗଞ୍ଜେଇ ବିକ୍ରି ପାଇଁ ବ୍ରହ୍ମପୁର ଯାଉଥିବା ସ୍ବୀକାର କରିଥିଲେ। ଏହି ଚଢ଼ାଉ ଧରପଗଡ଼ରେ ଅବକାରୀ ଏସ୍‌.ଆଇ ଏନ. ତ୍ରିପତି, କନେଷ୍ଟବଳ ନୀର ବେହେରା, ଆଲଫଲତା ସାହୁ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ...

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ...

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ,...

ଶିଶୁଙ୍କୁ ଅପହରଣ ପରେ ହତ୍ୟା ମାମଲା: ଅଭିଯୁକ୍ତ ମହିଳାଙ୍କୁ ବାନ୍ଧିଲା ପୋଲିସ

ବଣାଇଁ,୨୨।୧(ପ୍ରଦୀପ ତ୍ରିପାଠୀ): ୭ ଦିନ ତଳେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡା ଗ୍ରାମର ଚାରିବର୍ଷ ଶିଶୁକୁ ଅପହରଣ ଓ ହତ୍ୟା ମାମଲାରେ ନୂଆ ମେଡ ଆସିଛି।...

୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ:ଗାଡ଼ି ଚଳାଚଳ ପ୍ରଭାବିତ

ସୁନ୍ଦରଗଡ଼,୨୨।୧ (ଜୟନାରାୟଣ ମେଣ୍ଡୁଳି):ତାଲିମ ନାଁରେ ତାମିଲନାଡୁ ପଠା ଯାଇଥିବା ସୁନ୍ଦରଗଡର ଝିଅମାନଙ୍କୁ ଫେରାଇ ଆଣିବାରେ ପ୍ରଶାସନର ବିଫଳତା ଓ ସୁନ୍ଦରଗଡ ଝିଅଙ୍କ ସୁରକ୍ଷା, ସ୍ବାଭିମାନ ରକ୍ଷା...

ପାଇପ୍‌ଲାଇନ ପାଇଁ ପକ୍କାରାସ୍ତା ଖୋଳିଦେଲା ଠିକା କମ୍ପାନୀ

ଦାରିଙ୍ଗବାଡି,୨୨/୧(ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଠାରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତାକୁ ପାଇପ ବିଛାଇବା ପାଇଁ...

ଗନ୍ଧମାର୍ଦ୍ଦନ ସୁରକ୍ଷା ପ୍ରସଙ୍ଗ:ପ୍ରମୁଖ ରାଜନୈତିକ ଦଳଙ୍କ ବଢ଼ୁଛି ଅଡୁଆ

ବଲାଙ୍ଗୀର,୨୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଓ ବରଗଡ଼ ମଧ୍ୟରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ ଜୈବବିବିଧତାରେ ପରିପୂର୍ଣ୍ଣ। ହେଲେ ଶିଳ୍ପସଂସ୍ଥାଗୁଡ଼ିକର ଦୃଷ୍ଟି ସେଠାରେ ଥିବା ପ୍ରାକୃତିକ ସମ୍ବଳ ଉପରେ...

ରାଶନ କାର୍ଡ: ଅଯୋଗ୍ୟ ତାଲିକାରେ ୫୧୪

ହାଟଡ଼ିହୀ,୨୨ା୧(ଶୁଭକାନ୍ତ ନାୟକ):ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଥିବା ଯୋଗ୍ୟ ଏବଂ ଅଯୋଗ୍ୟ, ଭୂତ ହିତାଧିକାରୀଙ୍କୁ ଚିହ୍ନଟ ଏବଂ ସ୍ବଚ୍ଛତା ଆଣିବା ପାଇଁ ଇ-କେୱାଇସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri