ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭) ଓ ସମ୍ପର୍କୀୟ ଦିଅର ହାପି ଦେହୁରୀ(୨୦) ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
କମିଶନର ସୂଚନା ଅନୁଯାୟୀ, ପରମହଂସ ଗ୍ରାମ ନିକଟ କାଠଯୋଡ଼ି ନଦୀପଠାରେ ଗୁରୁବାର ରାତିରେ ମହିଳାଙ୍କ ଗଳା କାଟି ପଥରରେ ଛେଚି ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ହେଲେ ମୁହଁ ବିକୃତ ହୋଇଯାଇଥିବାରୁ ମହିଳାଙ୍କ ପରିଚୟ ଜାଣିବା କଷ୍ଟକର ହୋଇପଡିଥିଲା। ହତ୍ୟାକାଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ି ନ ଥିଲା। ହେଲେ ଘଟଣାସ୍ଥଳରୁ ରକ୍ତଛିଟା ଲାଗିଥିବା ପ୍ୟାଣ୍ଟଶାର୍ଟ ପୋଲିସ ଜବତ କରିଥିଲା। ଉକ୍ତ ପ୍ୟାଣ୍ଟଶାର୍ଟରୁ ‘ନିୟୁ ଷ୍ଟାର’ ନାମକ ଏକ ଟେଲର ଦୋକାନର ରସିଦ୍‌ ମିଳିଥିଲା। ପୋଲିସ ଉକ୍ତ ରସିଦ୍‌ ସମ୍ପର୍କରେ ଗଣମାଧ୍ୟମରେ ଜଣାଇଥିଲା। ଏହାସହ ‘ନିୟୁ ଷ୍ଟାର’ ନାମରେ ଥିବା ଓଡ଼ିଶାର ପ୍ରାୟ ୧୦ଟି ଟେଲର ଦୋକାନର ରସିଦ୍‌ ବହିକୁ ପୋଲିସ ଯାଞ୍ଚ କରିଥିଲା। ହେଲେ ସେଗୁଡ଼ିକ ସହ ଜବତ ରସିଦ୍‌ ମେଳ ଖାଇ ନ ଥିଲା। ପରେ ଭଞ୍ଜନଗର ଅଞ୍ଚଳରେ ସେହି ନାମରେ ଏକ ଟେଲର ଦୋକାନ ଥିବା ଜଣେ ବ୍ୟକ୍ତି କଟକ ଡିସିପି ଜଗମୋହନ ମୀନାଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଜଣାଇଥିଲେ। କମିଶନରେଟ୍‌ ପୋଲିସ ଏ ସମ୍ପର୍କରେ ଗଞ୍ଜାମ ପୋଲିସକୁ ଅବଗତ କରିଥିଲା। ଭଞ୍ଜନଗର ଏସ୍‌ଡିପିଓ ବିଭିନ୍ନ ଅଞ୍ଚଳ ଯାଞ୍ଚ କରିବା ପରେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଉକ୍ତ ନାମରେ ଟେଲର ଦୋକାନ ଥିବା ଜାଣିବାକୁ ପାଇଥିଲେ। ସ୍ଥାନୀୟ ପୋଲିସ ଉକ୍ତ ଦୋକାନରେ ପହଞ୍ଚି ଯାଞ୍ଚ କରିବା ପରେ ଉକ୍ତ ରସିଦ୍‌ ମିଶି ନ ଥିଲା। ହେଲେ ଟେଲର ଦୋକାନୀ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ସେ ଗୁଜରାଟର ସୁରଟରେ ପୂର୍ବରୁ କାମ କରୁଥିବାରୁ ସେଠାରେ ‘ନିୟୁ ଷ୍ଟାର’ ନାମରେ ଟେଲର ଦୋକାନ ଥିବା ପୋଲିସକୁ ଜଣାଇଥିଲେ। ଏନେଇ ଓଡ଼ିଶା ପୋଲିସ ସୁରଟ ପୋଲିସକୁ ଅବଗତ କରାଇଥିଲା। ସେଠାକାର ପୋଲିସ ସେହି ଏକା ନାମରେ ରହିଥିବା ୭/୮ଟି ଟେଲର ଦୋକାନ ଯାଞ୍ଚ କରିବା ପରେ ଗୋଟିଏ ଦୋକାନର ରସିଦ୍‌ ସହିତ ତାହା ମେଳ ଖାଇଥିଲା। ଉକ୍ତ ରସିଦ୍‌ରେ କେବଳ ବାବୁ ବ୍ୟତୀତ ଅନ୍ୟ କିଛି ଲେଖା ନ ଥିଲା। ମାତ୍ର ଦୋକାନୀ ଜଣକ ସିଲେଇ ମଜୁରି ବାବଦକୁ ବାବୁ ୟୁପିଆଇ ଜରିଆରେ ୧୦୦ ଟଙ୍କା ଦେଇଥିବା କହିଥିଲେ। ଉକ୍ତ ୟୁପିଆଇ ନମ୍ବର ଯାଞ୍ଚ କରିବା ପରେ ବାବୁ ନାମକ ଯୁବକ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବଡ଼ସୋବଳା ଗ୍ରାମର ଜଗନ୍ନାଥ ଦେହୁରୀ ବୋଲି ଜଣାପଡ଼ିଥିଲା। ତାଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରାଯିବା ପରେ ସେ ଟ୍ରେନ୍‌ରେ ସୁରଟ ଯାଉଥିବା ଜଣାପଡ଼ିଥିଲା। ତୁରନ୍ତ ରାୟଗଡ଼ା ପୋଲିସ ସହ ଯୋଗାଯୋଗ କରିଥିଲା କମିଶନରେଟ୍‌ ପୋଲିସ। ରାୟଗଡ଼ା ପୋଲିସର ଏକ ଟିମ୍‌ ମୁନିଗୁଡା ନିକଟରେ ଉକ୍ତ ଟ୍ରେନ୍‌କୁ ଯାଞ୍ଚ କରିବା ପରେ ବାବୁଙ୍କୁ କାବୁ କରିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିଥିଲା।
ଅପରପକ୍ଷରେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ସ୍ତ୍ରୀ ପଦ୍ମାବତୀଙ୍କ ଚରିତ୍ରକୁ ଅଭିଯୁକ୍ତ ବଳରାମ ସନ୍ଦେହ କରୁଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା। ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁରଟରେ ଥିବା ସାନଭାଇ ଜଗନ୍ନାଥଙ୍କ ସହ ବଳରାମ ଷଡ଼ଯନ୍ତ୍ର ରଚିଥିଲେ। ଘଟଣା ଦିନ ସୁରଟରୁ ଏକ ଚାପଡ ଆଣି ପହଞ୍ଚତ୍ଥିଲେ ଜଗନ୍ନାଥ। ଏପଟେ ଚିକିତ୍ସା କରାଇବା ପାଇଁ କହି ପଦ୍ମାବତୀଙ୍କୁ ବଳରାମ ଘରୁ ଆଣିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରିବା ପରେ ପଥରରେ ଛେଚି ମୁହଁକୁ ବିକୃତ କରିଦେଇ ଫେରାର ହୋଇଯାଇଥିଲେ। ମୁଖ୍ୟ ଅଭିଯୁକ୍ତ ବାବୁ ଓରଫ ଜଗନ୍ନାଥଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ମହାକାଳପଡ଼ାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ କନ୍ଦରପୁର ଥାନାରେ ଏକ ମାମଲା(ନଂ.୨୨୪/୨୪) ରୁଜୁ ହୋଇଛି। ଏହି ଖବରଦାତା ସମ୍ମିଳନୀରେ କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri