ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

ଟିକିରି,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ସିରିପାଇ ପଞ୍ଚାୟତ ଅନ୍ତର୍ଗତ ବାହାରଦୁଲକି ଗ୍ରାମରେ ଧାରୁଆ ଅସ୍ତ୍ରରେ ବୃଦ୍ଧାଙ୍କ ତଣ୍ଟି କାଟି ସୁନାଚେନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି। କାଶୀପୁର ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି ଲୁଟ୍‌ ହୋଇଥିବା ଚେନ୍‌ ଏବଂ ସୁନା ଅଳଙ୍କାର ଜବତ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଚଇତୁ ମାଝି। ମଦ ପିଇବା ପାଇଁ ନିଶାସକ୍ତ ଅବସ୍ଥାରେ ସେ ବୃଦ୍ଧାଙ୍କ ଠାରୁ ଲୁଟ୍‌ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ବାହାରଦୁଲକି ଗ୍ରାମରେ ରବିବାର ବୃଦ୍ଧା ସଦାମଣି ନାଏକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଚଇତୁ ବୃଦ୍ଧାଙ୍କ ହାତ, ଗୋଡ଼ ଗଛରେ ବାନ୍ଧି ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ସୁନାଚେନ୍‌ ଏବଂ ଅନ୍ୟ ଅଳଙ୍କାର ଲୁଟି ନେଇଥିଲେ। ସଦାମଣି ତାଙ୍କୁ ଚିହ୍ନିଥିବାରୁ ପ୍ରମାଣ ନଷ୍ଟ କରିବାକୁ ସେ ତାଙ୍କର ଗଳା କାଟି ଦେଇଥିଲେ। ପୋଲିସ ଚଇତୁ ନିକଟରୁ ଧାରୁଆ ଅସ୍ତ୍ର ଜବତ କରିଥିବା ଖବରଦାତା ସମ୍ମିଳନୀରେ ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ସୂଚନା ଦେଇଛନ୍ତି। କାଶୀପୁର ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଶିଶୁ ମୃତ, ଉତ୍ତେଜନା

ରାୟଗଡ଼ା ଅଫିସ, ୨୯ା୮- ରାୟଗଡ଼ା ସହର ନିକଟସ୍ଥ ପିତାମହଲ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଜଗନ ଲିମା(୫)।...

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା...

ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

ମୁନିଗୁଡା,୨୪।୨(ଡି.ଏନ୍‌.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ...

୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୯ା୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ପୋଲିସଙ୍କ ନିକଟରେ ବୁଧବାର ୪ଜଣ ମାଓବାଦୀ ବନ୍ଧୁକ ସହ ଆତ୍ମ ସମର୍ପଣ କରିଛନ୍ତି। ସେମାନେ ହେଲେ ଧର୍ମଗଡ...

ରାୟଗଡ଼ାରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡ଼ା ଅଫିସ,୨୩ା୬:  ରାୟଗଡ଼ାର ନୂତନ ଜିଲାପାଳ ରୂପେ ସ୍ବଧା ଦେବସିଂହ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ସରୋଜ କୁମାର ମିଶ୍ରଙ୍କଠାରୁ ସେ କାର୍ଯ୍ୟଭାର...

ଜୟପୁରରେ ବିଜେଡି ଆଗୁଆ

ଜୟପୁର, ୨୩।୫(ଡି.ଏନ୍‌.ଏ.)- ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ରବିନାରାୟଣ ନନ୍ଦ ୨୦୪୫ ଭୋଟ ପାଇଥିବାବେଳେ କଂଗ୍ରେସର...

ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର:୬ ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ

ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍‌ ଉପତ୍ାଦନ ହୋଇ ରାଜ୍ୟ...

ବିଷମକଟକରେ ପ୍ରଥମ ଥର ବାୟୋଫ୍ଲକ୍‌ ମାଛଚାଷ

ବିଷମକଟକ,୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବାୟୋଫ୍ଲକ୍‌ ମାଛଚାଷ। ଏଥିରେ ପୋଖରୀ ବଦଳରେ ବିରାଟ ପାଣି ଟ୍ୟାଙ୍କ ମାଧ୍ୟମରେ ନୂତନ...

Advertisement
Archives

Model This Week