ଜୋର୍‌ ଧରିଲା ଆରୋପ-ପ୍ରତ୍ୟାରୋପ ରାଜନୀତି

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ତେବେ ଭୋଟଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣରେ ଉଷ୍ମତା ସେତିକି ଭରିବାରେ ଲାଗିଛି। ନିର୍ବାଚନ ମୈଦାନରେ ପ୍ରାର୍ଥୀ ଦେଇଥିବା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋର ଧରିଛି। ବିରୋଧୀ ଭାଜପା ଓ କଂଗ୍ରେସ ରାଜ୍ୟ ବିଜେଡି ସରକାରଙ୍କ ବିଫଳତା ସହ ଦୁର୍ନୀତିକୁ ମୁଖ୍ୟ ଆୟୁଧ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେଡି ପକ୍ଷରୁ ପ୍ରତି କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରୁଥିବା ବୈମାତୃକ ଭାବ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ସାଢେ ୪କୋଟି ଲୋକଙ୍କ ପାଇଁ ଲାଗୁ ହୋଇଥିବା ଲୋକାଭିମୁଖୀ ଯୋଜନାର ସଫଳତାକୁ ନେଇ ଭୋଟ ଭିକ୍ଷା କରାଯାଉଥିବା ଦେଖାଯାଉଛି।
ସୋମବାର ବିଜେଡି ପକ୍ଷରୁ ପ୍ରଥମକରି ଢେଙ୍କାନାଳ ଏମ୍‌ପି ମହେଶ ସାହୁ ପ୍ରଚାରରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ସୁଶାନ୍ତ ବେହେରା, ମୁକେଶ ପାଲ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନା ବିହାରୀ ଦାସ, ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ରଙ୍କ ସମେତ ଦଳର ନଗରପାଳ ପ୍ରାର୍ଥୀ କେଶବଚନ୍ଦ୍ର ପ୍ରଧାନ ଏନ୍‌ଏସିର ୧୩, ୧୪, ୧୫ ଓ ୫ନଂ ୱାର୍ଡରେ ବୁଲି ଭୋଟ ମାଗିଥିଲେ। ସେହିପରି ଭାଜପା ପକ୍ଷରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ଦଳୀୟ ନଗରପାଳ ପ୍ରାର୍ଥୀ ସୌଭାଗିନୀ ପ୍ରଧାନ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଏନ୍‌ଏସି ଅଞ୍ଚଳରେ ପାନୀୟଜଳ, ସ୍ବାସ୍ଥ୍ୟ ଓ ଆଲୋକ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରି ନ ଥିବା ସରକାରଙ୍କ ଅପାରଗତା ବୋଲି କହି ନେତୃବୃନ୍ଦ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲା ମହିଳା ସଭାପତି ସ୍ମିତାରାଣୀ ସାମଲ, ବରିଷ୍ଠ କଂଗ୍ରେସ ନେତା ସୁବାସଚନ୍ଦ୍ର ପାଲ, ତ୍ରିନାଥ ବେହେରା, ସୁନୀଲ ଦାଶ, ଶିଳ୍ପୀଶ୍ରୀ ହରିଚନ୍ଦନ ପ୍ରମୁଖ ଦଳୀୟ ନଗରପାଳ ପ୍ରାର୍ଥୀ ରୀତା ପଲେଇଙ୍କ ସହ ଏନ୍‌ଏସିର ୩ନଂ, ୪ନଂ ଓ ୫ନଂ ୱାର୍ଡରେ ଘରକୁ ଘର ବୁଲି ଭୋଟ ମାଗିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ବେଳେ ଉଭୟେ ବିଜେଡି ଓ ଭାଜପା କଳା ଟଙ୍କାରେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ପ୍ରଚାରରେ ସ୍ଥାନୀୟ ନେତୃବୃନ୍ଦ, କର୍ମୀଙ୍କ ଅପେକ୍ଷା ବାହାର ଅଞ୍ଚଳର କର୍ମୀ ଓ ନେତା ଅଧିକ ବୁଲୁଥିବା ହିନ୍ଦୋଳବାସୀ ଜାଣି ସାରିଲେଣି। ଉଚିତ ସମୟରେ ଏହାର ଜବାବ ଦେବେ ବୋଲି କଂଗ୍ରେସ ସଭାପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?