ଜୋର୍‌ ଧରିଲା ଆରୋପ-ପ୍ରତ୍ୟାରୋପ ରାଜନୀତି

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ତେବେ ଭୋଟଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣରେ ଉଷ୍ମତା ସେତିକି ଭରିବାରେ ଲାଗିଛି। ନିର୍ବାଚନ ମୈଦାନରେ ପ୍ରାର୍ଥୀ ଦେଇଥିବା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋର ଧରିଛି। ବିରୋଧୀ ଭାଜପା ଓ କଂଗ୍ରେସ ରାଜ୍ୟ ବିଜେଡି ସରକାରଙ୍କ ବିଫଳତା ସହ ଦୁର୍ନୀତିକୁ ମୁଖ୍ୟ ଆୟୁଧ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେଡି ପକ୍ଷରୁ ପ୍ରତି କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରୁଥିବା ବୈମାତୃକ ଭାବ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ସାଢେ ୪କୋଟି ଲୋକଙ୍କ ପାଇଁ ଲାଗୁ ହୋଇଥିବା ଲୋକାଭିମୁଖୀ ଯୋଜନାର ସଫଳତାକୁ ନେଇ ଭୋଟ ଭିକ୍ଷା କରାଯାଉଥିବା ଦେଖାଯାଉଛି।
ସୋମବାର ବିଜେଡି ପକ୍ଷରୁ ପ୍ରଥମକରି ଢେଙ୍କାନାଳ ଏମ୍‌ପି ମହେଶ ସାହୁ ପ୍ରଚାରରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ସୁଶାନ୍ତ ବେହେରା, ମୁକେଶ ପାଲ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନା ବିହାରୀ ଦାସ, ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ରଙ୍କ ସମେତ ଦଳର ନଗରପାଳ ପ୍ରାର୍ଥୀ କେଶବଚନ୍ଦ୍ର ପ୍ରଧାନ ଏନ୍‌ଏସିର ୧୩, ୧୪, ୧୫ ଓ ୫ନଂ ୱାର୍ଡରେ ବୁଲି ଭୋଟ ମାଗିଥିଲେ। ସେହିପରି ଭାଜପା ପକ୍ଷରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ଦଳୀୟ ନଗରପାଳ ପ୍ରାର୍ଥୀ ସୌଭାଗିନୀ ପ୍ରଧାନ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଏନ୍‌ଏସି ଅଞ୍ଚଳରେ ପାନୀୟଜଳ, ସ୍ବାସ୍ଥ୍ୟ ଓ ଆଲୋକ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରି ନ ଥିବା ସରକାରଙ୍କ ଅପାରଗତା ବୋଲି କହି ନେତୃବୃନ୍ଦ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲା ମହିଳା ସଭାପତି ସ୍ମିତାରାଣୀ ସାମଲ, ବରିଷ୍ଠ କଂଗ୍ରେସ ନେତା ସୁବାସଚନ୍ଦ୍ର ପାଲ, ତ୍ରିନାଥ ବେହେରା, ସୁନୀଲ ଦାଶ, ଶିଳ୍ପୀଶ୍ରୀ ହରିଚନ୍ଦନ ପ୍ରମୁଖ ଦଳୀୟ ନଗରପାଳ ପ୍ରାର୍ଥୀ ରୀତା ପଲେଇଙ୍କ ସହ ଏନ୍‌ଏସିର ୩ନଂ, ୪ନଂ ଓ ୫ନଂ ୱାର୍ଡରେ ଘରକୁ ଘର ବୁଲି ଭୋଟ ମାଗିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ବେଳେ ଉଭୟେ ବିଜେଡି ଓ ଭାଜପା କଳା ଟଙ୍କାରେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ପ୍ରଚାରରେ ସ୍ଥାନୀୟ ନେତୃବୃନ୍ଦ, କର୍ମୀଙ୍କ ଅପେକ୍ଷା ବାହାର ଅଞ୍ଚଳର କର୍ମୀ ଓ ନେତା ଅଧିକ ବୁଲୁଥିବା ହିନ୍ଦୋଳବାସୀ ଜାଣି ସାରିଲେଣି। ଉଚିତ ସମୟରେ ଏହାର ଜବାବ ଦେବେ ବୋଲି କଂଗ୍ରେସ ସଭାପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri