ତଥ୍ୟ ପ୍ରଦାନରେ ଚଞ୍ଚକତା

ନବରଙ୍ଗପୁର,୮।୧୧(ବି.ପ୍ର.):ନବରଙ୍ଗପୁର ଜିଲାରେ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ଅଛନ୍ତି। ଯାଞ୍ଚ ପରେ ଧରାପଡିଲେ ପରବର୍ତ୍ତୀ ସମୟରେ ଚାକିରିରୁ ବହଷ୍କୃତ କରାଯାଉଛି। କେତେକ ସ୍ଥାନରେ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଘଟଣା ମଧ୍ୟ ନଜିର ରହିଛି । ଅନେକ ନକଲି ଶିକ୍ଷକଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ପରେ ସେମାନେ ଏବେ ଫେରାର ଅଛନ୍ତି। ତେବେ ଦୀର୍ଘ ମାସ ଓ ବର୍ଷ ଛୁଟିରେ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। କେବଳ ରାଜ୍ୟ ଗଣ ଶିକ୍ଷା ବିଭାଗକୁ ଚିଠି କରି ଦେଇ ଚୁପ୍‌ ରହୁଛି ବ୍ଲକ ଓ ଜିଲା ଶିକ୍ଷା ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଲମ୍ବା ଛୁଟି ତଥ୍ୟ ପ୍ରଦାନ ସମ୍ପର୍କରେ ନିର୍ଦ୍ଦେଶ ଆସିଥିଲା। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେବଳ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତଥ୍ୟ ଦିଆଯାଇଛି। ମାଧ୍ୟମିକ ଶିକ୍ଷକଙ୍କର କୌଣସି ତଥ୍ୟ ରାଜ୍ୟ ଶକ୍ଷା ବିଭାଗକୁ ପଠାଯାଇ ନାହିଁ। ମାଧ୍ୟମିକ ଶିକ୍ଷକଙ୍କ ପ୍ରତି ଜିଲା ଶିକ୍ଷା ବିଭାଗର ଏତେ ବଦାନ୍ୟତା କାହିଁକି ବୋଲି ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନମ୍ବର ୨୩୫୦୭ରେ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଲମ୍ବା ଛୁଟିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ଓ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ରିହିଛି। କ୍ରମିକ ନମ୍ବର, ଶିକ୍ଷକଙ୍କ ନାମ, କି ପ୍ରକାର ଶିକ୍ଷକ, କେଉଁ ତାରିଖରୁ ଓ କେଉଁ କାରଣରୁ ଛୁଟିରେ ରହିଛନ୍ତି, ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲା ଶିକ୍ଷା ଅଧିକାରୀ ଚିଠି ନମ୍ବର ୬୩୪୧ ପ୍ରକାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରକୁ କେବଳ ପ୍ରାଥମିକ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ଚାକିରିରୁ ବହିଷ୍କୃତ ଶିକ୍ଷକଙ୍କ ନାମ ଓ କେଉଁ ତାରିଖରୁ ବହିଷ୍କୃତ ହୋଇଛନ୍ତି ତାହା ଦର୍ଶାଯାଇଛି। ଜଣେ କୋର୍ଟ ମାମଲାରେ ଲମ୍ବା ଛୁଟିରେ ଥିବା ଦର୍ଶାଇଛନ୍ତି। ଅନ୍ୟତ୍ର ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଦାର୍ଘ ବର୍ଷ ଧରି ଲମ୍ବା ଛୁଟିରେ କ’ଣ ପାଇଁ ରହିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇନାହିଁ। ଚିଠିକୁ ଆଧାର କଲେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଜିଲାର ନନ୍ଦାହାଣ୍ଡି ବ୍ଲକର ୨ ଶିକ୍ଷକ ମାର୍ଚ୍ଚ ଓ ଜୁଲାଇ ୨୦୧୯ରୁ ଅନୁପସ୍ଥିତ, କୋଷାଗୁମୁଡା ବ୍ଲକର ୭ ଜଣ ମଧ୍ୟରୁ ୨ ଜଣ ଶିକ୍ଷକ ଫେବୃୟାରୀ ୨୦୨୧, ୨୦୨୨ରୁ ୨ଜଣ, ଜୁନ୍‌ ୨୦୧୮ ମସିହାରୁ ୨ଜଣ ଅନୁପସ୍ଥିତ ଅଛନ୍ତି। ପାପଡାହାଣ୍ଡି ବ୍ଲକର ୬ ଜଣଙ୍କ ମଧ୍ୟରୁ ଏପ୍ରିଲ ୨୦୧୮ରେ ୨, ୨୦୧୪ ଅକ୍ଟୋବରରେ ୧, ନଭେମ୍ବର ୨୦୧୦ରେ ୧, ଅକ୍ଟୋବର ୨୦୧୬ରେ ୧ ଓ ୨୦୧୮ ଏପ୍ରିଲରୁ କୋର୍ଟ କେସରେ ଜଣେ ଶିକ୍ଷକ ଅନୁପସ୍ଥିତ ଅଛନ୍ତି। ଡାବୁଗାଁର ବ୍ଲକର ୫ ଜଣଙ୍କ ମଧ୍ୟରୁ ୨ ଜଣ ସେପ୍ଟେମ୍ବର ୨୦୧୮ ଓ ଜାନୁୟାରୀ ୨୦୨୨ରୁ ୨ଜଣ ଶିକ୍ଷକ ଲମ୍ବା ଛୁଟିରେ ରହିଛନ୍ତି। ଝରିଗାଁ ବ୍ଲକର ଜଣେ ଶିକ୍ଷକ ମେ’ ୨୦୨୧ରୁ ଓ ଚନ୍ଦାହାଣ୍ଡି ବ୍ଲକର ଜଣେ ଶିକ୍ଷକ ଜାନୁୟାରୀ ୨୦୨୦ରୁ ଅନୁପସ୍ଥିତ। ୭ଜଣ ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ ଯାଞ୍ଚ ପରେ ଚାକିରିରୁ ବହିଷ୍କୃତ କରାଯାଇଛି। ଏହି ତଥ୍ୟ ଜିଲା ଶିକ୍ଷା ଅଧିକାରୀ ଗଣ ଶିକ୍ଷା ବିଭାଗ ତଥା ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରିଛନ୍ତି। ତେବେ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ମାଧ୍ୟମିକ ଶିକ୍ଷକଙ୍କ ଲମ୍ବାଛୁଟି ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରା ନ ଯିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଜିଲା ଶିକ୍ଷା ବିଭାଗରେ ବାରମ୍ବାର ବିଭିନ୍ନ ତ୍ରୁଟିପୂର୍ଣ୍ଣ ତଥ୍ୟ ଓ ଛୁଟିରେ ଥିବା ଶିକ୍ଷକଙ୍କୁ ଦରମା ପ୍ରଦାନ କରାଯାଉଥିବା ଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ, ଜିଲା ଶିକ୍ଷା ଅଧିକାରୀ ଓ ତାଙ୍କ ଅଧୀନ କର୍ମଚାରୀ ଚୁପ୍‌ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଡିଇଓ ପ୍ରଦୀପ ନାଗଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୧୨୦୬୪୦ରେ ୨ଥର ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?