ତଥ୍ୟ ପ୍ରଦାନରେ ଚଞ୍ଚକତା

ନବରଙ୍ଗପୁର,୮।୧୧(ବି.ପ୍ର.):ନବରଙ୍ଗପୁର ଜିଲାରେ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ଅଛନ୍ତି। ଯାଞ୍ଚ ପରେ ଧରାପଡିଲେ ପରବର୍ତ୍ତୀ ସମୟରେ ଚାକିରିରୁ ବହଷ୍କୃତ କରାଯାଉଛି। କେତେକ ସ୍ଥାନରେ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଘଟଣା ମଧ୍ୟ ନଜିର ରହିଛି । ଅନେକ ନକଲି ଶିକ୍ଷକଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ପରେ ସେମାନେ ଏବେ ଫେରାର ଅଛନ୍ତି। ତେବେ ଦୀର୍ଘ ମାସ ଓ ବର୍ଷ ଛୁଟିରେ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। କେବଳ ରାଜ୍ୟ ଗଣ ଶିକ୍ଷା ବିଭାଗକୁ ଚିଠି କରି ଦେଇ ଚୁପ୍‌ ରହୁଛି ବ୍ଲକ ଓ ଜିଲା ଶିକ୍ଷା ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଲମ୍ବା ଛୁଟି ତଥ୍ୟ ପ୍ରଦାନ ସମ୍ପର୍କରେ ନିର୍ଦ୍ଦେଶ ଆସିଥିଲା। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେବଳ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତଥ୍ୟ ଦିଆଯାଇଛି। ମାଧ୍ୟମିକ ଶିକ୍ଷକଙ୍କର କୌଣସି ତଥ୍ୟ ରାଜ୍ୟ ଶକ୍ଷା ବିଭାଗକୁ ପଠାଯାଇ ନାହିଁ। ମାଧ୍ୟମିକ ଶିକ୍ଷକଙ୍କ ପ୍ରତି ଜିଲା ଶିକ୍ଷା ବିଭାଗର ଏତେ ବଦାନ୍ୟତା କାହିଁକି ବୋଲି ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନମ୍ବର ୨୩୫୦୭ରେ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଲମ୍ବା ଛୁଟିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ଓ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ରିହିଛି। କ୍ରମିକ ନମ୍ବର, ଶିକ୍ଷକଙ୍କ ନାମ, କି ପ୍ରକାର ଶିକ୍ଷକ, କେଉଁ ତାରିଖରୁ ଓ କେଉଁ କାରଣରୁ ଛୁଟିରେ ରହିଛନ୍ତି, ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲା ଶିକ୍ଷା ଅଧିକାରୀ ଚିଠି ନମ୍ବର ୬୩୪୧ ପ୍ରକାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରକୁ କେବଳ ପ୍ରାଥମିକ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ଚାକିରିରୁ ବହିଷ୍କୃତ ଶିକ୍ଷକଙ୍କ ନାମ ଓ କେଉଁ ତାରିଖରୁ ବହିଷ୍କୃତ ହୋଇଛନ୍ତି ତାହା ଦର୍ଶାଯାଇଛି। ଜଣେ କୋର୍ଟ ମାମଲାରେ ଲମ୍ବା ଛୁଟିରେ ଥିବା ଦର୍ଶାଇଛନ୍ତି। ଅନ୍ୟତ୍ର ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଦାର୍ଘ ବର୍ଷ ଧରି ଲମ୍ବା ଛୁଟିରେ କ’ଣ ପାଇଁ ରହିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇନାହିଁ। ଚିଠିକୁ ଆଧାର କଲେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଜିଲାର ନନ୍ଦାହାଣ୍ଡି ବ୍ଲକର ୨ ଶିକ୍ଷକ ମାର୍ଚ୍ଚ ଓ ଜୁଲାଇ ୨୦୧୯ରୁ ଅନୁପସ୍ଥିତ, କୋଷାଗୁମୁଡା ବ୍ଲକର ୭ ଜଣ ମଧ୍ୟରୁ ୨ ଜଣ ଶିକ୍ଷକ ଫେବୃୟାରୀ ୨୦୨୧, ୨୦୨୨ରୁ ୨ଜଣ, ଜୁନ୍‌ ୨୦୧୮ ମସିହାରୁ ୨ଜଣ ଅନୁପସ୍ଥିତ ଅଛନ୍ତି। ପାପଡାହାଣ୍ଡି ବ୍ଲକର ୬ ଜଣଙ୍କ ମଧ୍ୟରୁ ଏପ୍ରିଲ ୨୦୧୮ରେ ୨, ୨୦୧୪ ଅକ୍ଟୋବରରେ ୧, ନଭେମ୍ବର ୨୦୧୦ରେ ୧, ଅକ୍ଟୋବର ୨୦୧୬ରେ ୧ ଓ ୨୦୧୮ ଏପ୍ରିଲରୁ କୋର୍ଟ କେସରେ ଜଣେ ଶିକ୍ଷକ ଅନୁପସ୍ଥିତ ଅଛନ୍ତି। ଡାବୁଗାଁର ବ୍ଲକର ୫ ଜଣଙ୍କ ମଧ୍ୟରୁ ୨ ଜଣ ସେପ୍ଟେମ୍ବର ୨୦୧୮ ଓ ଜାନୁୟାରୀ ୨୦୨୨ରୁ ୨ଜଣ ଶିକ୍ଷକ ଲମ୍ବା ଛୁଟିରେ ରହିଛନ୍ତି। ଝରିଗାଁ ବ୍ଲକର ଜଣେ ଶିକ୍ଷକ ମେ’ ୨୦୨୧ରୁ ଓ ଚନ୍ଦାହାଣ୍ଡି ବ୍ଲକର ଜଣେ ଶିକ୍ଷକ ଜାନୁୟାରୀ ୨୦୨୦ରୁ ଅନୁପସ୍ଥିତ। ୭ଜଣ ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ ଯାଞ୍ଚ ପରେ ଚାକିରିରୁ ବହିଷ୍କୃତ କରାଯାଇଛି। ଏହି ତଥ୍ୟ ଜିଲା ଶିକ୍ଷା ଅଧିକାରୀ ଗଣ ଶିକ୍ଷା ବିଭାଗ ତଥା ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରିଛନ୍ତି। ତେବେ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ମାଧ୍ୟମିକ ଶିକ୍ଷକଙ୍କ ଲମ୍ବାଛୁଟି ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରା ନ ଯିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଜିଲା ଶିକ୍ଷା ବିଭାଗରେ ବାରମ୍ବାର ବିଭିନ୍ନ ତ୍ରୁଟିପୂର୍ଣ୍ଣ ତଥ୍ୟ ଓ ଛୁଟିରେ ଥିବା ଶିକ୍ଷକଙ୍କୁ ଦରମା ପ୍ରଦାନ କରାଯାଉଥିବା ଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ, ଜିଲା ଶିକ୍ଷା ଅଧିକାରୀ ଓ ତାଙ୍କ ଅଧୀନ କର୍ମଚାରୀ ଚୁପ୍‌ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଡିଇଓ ପ୍ରଦୀପ ନାଗଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୧୨୦୬୪୦ରେ ୨ଥର ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri