ସଚେତନ ନ ହେଲେ ଆକାଉଣ୍ଟ ସଫା

ଅନୁଗୋଳ ଅଫିସ, ୭ା୫: ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ କରୁଛନ୍ତି ସାଇବର ଠକ। କେତେବେଳେ କ୍ରେଡିଟ୍‌ କାର୍ଡ ବ୍ଲକ ହୋଇଯାଇଛି କହି ଆକାଉଣ୍ଟଧାରୀଙ୍କ ଠାରୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାସଲ କରୁଛନ୍ତି ତ ଆଉ କେବେ ସିମ୍‌ ଅପଡେଟ୍‌, ଲଟେରି ଜିତିଥିବା, ଦାମୀ ସାମଗ୍ରୀ କୋରିଅରରେ ଆସିଥିବା, ରାତାରାତି ଲକ୍ଷପତି କରିଦେବାର ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚଳୁ କରିଦେଉଛନ୍ତି। ଅନୁଗୋଳ ଜିଲାରେ ଏପରି ସାଇବର ଠକେଇ ଅଭିଯୋଗ ବଢ଼ିଚାଲିଥିବା ବେଳେ ଗତ ୪ ମାସ ମଧ୍ୟରେ ୮ ଜଣ ଏହି ଅପରାଧର ଶିକାର ହୋଇ ପ୍ରାୟ ୧୫ ଲକ୍ଷ ଟଙ୍କା ହରାଇଛନ୍ତି। ଆହୁରି ଅନେକେ ଏପରି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ ମଧ୍ୟ ସାମାଜିକ ସମ୍ମାନ ହ୍ରାସ ଭୟରେ ଅଭିଯୋଗ କରିବାକୁ ଉଚିତ ମଣୁ ନ ଥିବା କୁହାଯାଉଛି। ସାଇବର ଠକମାନେ ଏତେ ଚତୁରତାର ସହ କଥା ହେଉଛନ୍ତି ଯେ ଉଚ୍ଚ ଶିକ୍ଷିତମାନେ ମଧ୍ୟ ଅବିଶ୍ୱାସ କରିପାରୁନାହାନ୍ତି। ତେଣୁ ସଚେତନ ନ ରହିଲେ ସାଇବର ଲୁଟେରାମାନେ ଆକାଉଣ୍ଟ ସଫା କରିଦେବେ ବୋଲି ସାଇବର ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି।
୧୨ ଜାନୁୟାରୀ ୨୦୨୩ରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୧ ଲକ୍ଷ ୫୬ ହଜାର ଟଙ୍କା ହରାଇଥିଲେ ଅନୁଗୋଳ ହୁଲୁରିସିଂହାରେ ରହୁଥିବା କୁକୁଡ଼ା କମ୍ପାନୀ ମ୍ୟାନେଜର ଗୁରୁ ଚରଣ ରାଉତ। କ୍ରେଡିଟ୍‌ କାର୍ଡ କଷ୍ଟମର କେୟାର ପରିଚୟ ଦେଇ ସାଇବର ଠକ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ସେହିପରି ଫେବୃୟାରୀ ୧୯ରେ ୪୨ ହଜାର ଟଙ୍କା ହରାଇଥିଲେ ଶିକ୍ଷକପଡ଼ାର ସାର୍ଥକ ସୁନ୍ଦର ପଣ୍ଡା। ଏକ ସଂସ୍ଥାରେ ଅର୍ଥ ଲଗାଇଲେ ଅଧିକ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଠକ ଜଣକ ତାଙ୍କ ଆକାଉଣ୍ଟ ଖାଲି କରିଦେଇଥିଲେ। ଫେବୃୟାରୀ ୨୪ରେ ସାଇବର ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ କୋଲିୟାରୀ ଥାନା ସାଉଥ ବଲଣ୍ଡା ଅଞ୍ଚଳରେ ରହୁଥିବା ଝାଡ଼ଖଣ୍ଡର ଜୟହୁଲ୍‌ ହକ୍‌। କ୍ର୍ରେଡିଟ୍‌ କାର୍ଡ ଅଧିକାରୀ ପରିଚୟ ଦେଇ ସାଇବର ଲୁଟେରା ତାଙ୍କ କ୍ରେଡିଟ୍‌ କାର୍ଡରୁ ୯୭ ହଜାର ୬୯୦ ଟଙ୍କା ଲୁଟି ନେଇଥିଲେ। ଅନୁଗୋଳ ଅମଲାପଡ଼ାରେ ରହୁଥିବା ରାଜସ୍ଥାନର ବ୍ୟବସାୟୀ ମହେନ୍ଦ୍ର କୁମାର ମାର୍ଚ୍ଚ ୨୬ ତାରିଖରେ ସାଇବର ଠକେଇର ଶିକାର ହୋଇଥିଲେ। ଭାରତୀୟ ସେନାର ଅଧିକାରୀ ପରିଚୟ ଦେଇ ଠକ ଜଣଙ୍କ ତାଙ୍କଠାରୁ ସାମଗ୍ରୀ କିଣିବେ ବୋଲି କହି ଏକାଧିକ ପର୍ଯ୍ୟାୟରେ ୨ ଲକ୍ଷ ୨୧ ହଜାର ୧୯୦ ଟଙ୍କା ଆକାଉଣ୍ଟରୁ ଚଳୁ କରିଥିଲେ। ଏପ୍ରିଲ ୨ରେ କୁମଣ୍ଡର ବିଶ୍ୱମ୍ବର ସାହୁ ୫୦ ହଜାର ଟଙ୍କା ହରାଇଥିଲେ। ସାଙ୍ଗ ପରିଚୟ ଦେଇ ଠକ ଜଣକ ଏହି ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ନେଇଥିଲେ। ଏପ୍ରିଲ ୨୬ରେ ତୁରଙ୍ଗ ଅଞ୍ଚଳର ଜନକ କୁମାର ନାୟକଙ୍କୁ କୋରିଅର ସଂସ୍ଥାରୁ ଫୋନ କରିଥିବା କହି ସାଇବର ଲୁଟେରା ୧ ଲକ୍ଷ ୯ ଟଙ୍କା ଠକି ନେଇଥିଲେ। ସେହିପରି ଏପ୍ରିଲ ୨୭ରେ ମୋବାଇଲ ସିମ୍‌ ୫-ଜି କରିବାକୁ କହି ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ଖୁଣ୍ଟିଆଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଚଳୁ କରାଯାଇଥିଲା। ଚଳିତମାସ ୪ ତାରିଖରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଅନୁଗୋଳ ଶିକ୍ଷକପଡ଼ା ଅଞ୍ଚଳର ଜଣେ ଯୁବତୀ ୩୨ ହଜାର ୯୯୯ ଟଙ୍କା ହରାଇଥିଲେ। କ୍ରେଡିଟ୍‌ କାର୍ଡ ଅପଡେଟ୍‌ ବାହାନାରେ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରୁ ଏହି ଅର୍ଥ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ନୂଆ ନିୟମ କରାଯାଇଛି। ୨ ଲକ୍ଷରୁ କମ୍‌ ଅର୍ଥ ହରାଇଥିବା ଆକାଉଣ୍ଟଧାରୀମାନେ ଏଣିକି ଲୋକାଲ ଥାନାରେ ଅଭିଯୋଗ କରିପାରିବେ। ସେହିପରି ୨ ଲକ୍ଷରୁ ଅଧିକ ଟଙ୍କା ଆକାଉଣ୍ଟରୁ ଲୁଟ ହୋଇଥିଲେ ସାଇବର ଥାନାରେ ଅଭିଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?