ସଚେତନ ନ ହେଲେ ଆକାଉଣ୍ଟ ସଫା

ଅନୁଗୋଳ ଅଫିସ, ୭ା୫: ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ କରୁଛନ୍ତି ସାଇବର ଠକ। କେତେବେଳେ କ୍ରେଡିଟ୍‌ କାର୍ଡ ବ୍ଲକ ହୋଇଯାଇଛି କହି ଆକାଉଣ୍ଟଧାରୀଙ୍କ ଠାରୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାସଲ କରୁଛନ୍ତି ତ ଆଉ କେବେ ସିମ୍‌ ଅପଡେଟ୍‌, ଲଟେରି ଜିତିଥିବା, ଦାମୀ ସାମଗ୍ରୀ କୋରିଅରରେ ଆସିଥିବା, ରାତାରାତି ଲକ୍ଷପତି କରିଦେବାର ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚଳୁ କରିଦେଉଛନ୍ତି। ଅନୁଗୋଳ ଜିଲାରେ ଏପରି ସାଇବର ଠକେଇ ଅଭିଯୋଗ ବଢ଼ିଚାଲିଥିବା ବେଳେ ଗତ ୪ ମାସ ମଧ୍ୟରେ ୮ ଜଣ ଏହି ଅପରାଧର ଶିକାର ହୋଇ ପ୍ରାୟ ୧୫ ଲକ୍ଷ ଟଙ୍କା ହରାଇଛନ୍ତି। ଆହୁରି ଅନେକେ ଏପରି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ ମଧ୍ୟ ସାମାଜିକ ସମ୍ମାନ ହ୍ରାସ ଭୟରେ ଅଭିଯୋଗ କରିବାକୁ ଉଚିତ ମଣୁ ନ ଥିବା କୁହାଯାଉଛି। ସାଇବର ଠକମାନେ ଏତେ ଚତୁରତାର ସହ କଥା ହେଉଛନ୍ତି ଯେ ଉଚ୍ଚ ଶିକ୍ଷିତମାନେ ମଧ୍ୟ ଅବିଶ୍ୱାସ କରିପାରୁନାହାନ୍ତି। ତେଣୁ ସଚେତନ ନ ରହିଲେ ସାଇବର ଲୁଟେରାମାନେ ଆକାଉଣ୍ଟ ସଫା କରିଦେବେ ବୋଲି ସାଇବର ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି।
୧୨ ଜାନୁୟାରୀ ୨୦୨୩ରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୧ ଲକ୍ଷ ୫୬ ହଜାର ଟଙ୍କା ହରାଇଥିଲେ ଅନୁଗୋଳ ହୁଲୁରିସିଂହାରେ ରହୁଥିବା କୁକୁଡ଼ା କମ୍ପାନୀ ମ୍ୟାନେଜର ଗୁରୁ ଚରଣ ରାଉତ। କ୍ରେଡିଟ୍‌ କାର୍ଡ କଷ୍ଟମର କେୟାର ପରିଚୟ ଦେଇ ସାଇବର ଠକ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ସେହିପରି ଫେବୃୟାରୀ ୧୯ରେ ୪୨ ହଜାର ଟଙ୍କା ହରାଇଥିଲେ ଶିକ୍ଷକପଡ଼ାର ସାର୍ଥକ ସୁନ୍ଦର ପଣ୍ଡା। ଏକ ସଂସ୍ଥାରେ ଅର୍ଥ ଲଗାଇଲେ ଅଧିକ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଠକ ଜଣକ ତାଙ୍କ ଆକାଉଣ୍ଟ ଖାଲି କରିଦେଇଥିଲେ। ଫେବୃୟାରୀ ୨୪ରେ ସାଇବର ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ କୋଲିୟାରୀ ଥାନା ସାଉଥ ବଲଣ୍ଡା ଅଞ୍ଚଳରେ ରହୁଥିବା ଝାଡ଼ଖଣ୍ଡର ଜୟହୁଲ୍‌ ହକ୍‌। କ୍ର୍ରେଡିଟ୍‌ କାର୍ଡ ଅଧିକାରୀ ପରିଚୟ ଦେଇ ସାଇବର ଲୁଟେରା ତାଙ୍କ କ୍ରେଡିଟ୍‌ କାର୍ଡରୁ ୯୭ ହଜାର ୬୯୦ ଟଙ୍କା ଲୁଟି ନେଇଥିଲେ। ଅନୁଗୋଳ ଅମଲାପଡ଼ାରେ ରହୁଥିବା ରାଜସ୍ଥାନର ବ୍ୟବସାୟୀ ମହେନ୍ଦ୍ର କୁମାର ମାର୍ଚ୍ଚ ୨୬ ତାରିଖରେ ସାଇବର ଠକେଇର ଶିକାର ହୋଇଥିଲେ। ଭାରତୀୟ ସେନାର ଅଧିକାରୀ ପରିଚୟ ଦେଇ ଠକ ଜଣଙ୍କ ତାଙ୍କଠାରୁ ସାମଗ୍ରୀ କିଣିବେ ବୋଲି କହି ଏକାଧିକ ପର୍ଯ୍ୟାୟରେ ୨ ଲକ୍ଷ ୨୧ ହଜାର ୧୯୦ ଟଙ୍କା ଆକାଉଣ୍ଟରୁ ଚଳୁ କରିଥିଲେ। ଏପ୍ରିଲ ୨ରେ କୁମଣ୍ଡର ବିଶ୍ୱମ୍ବର ସାହୁ ୫୦ ହଜାର ଟଙ୍କା ହରାଇଥିଲେ। ସାଙ୍ଗ ପରିଚୟ ଦେଇ ଠକ ଜଣକ ଏହି ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ନେଇଥିଲେ। ଏପ୍ରିଲ ୨୬ରେ ତୁରଙ୍ଗ ଅଞ୍ଚଳର ଜନକ କୁମାର ନାୟକଙ୍କୁ କୋରିଅର ସଂସ୍ଥାରୁ ଫୋନ କରିଥିବା କହି ସାଇବର ଲୁଟେରା ୧ ଲକ୍ଷ ୯ ଟଙ୍କା ଠକି ନେଇଥିଲେ। ସେହିପରି ଏପ୍ରିଲ ୨୭ରେ ମୋବାଇଲ ସିମ୍‌ ୫-ଜି କରିବାକୁ କହି ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ଖୁଣ୍ଟିଆଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଚଳୁ କରାଯାଇଥିଲା। ଚଳିତମାସ ୪ ତାରିଖରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଅନୁଗୋଳ ଶିକ୍ଷକପଡ଼ା ଅଞ୍ଚଳର ଜଣେ ଯୁବତୀ ୩୨ ହଜାର ୯୯୯ ଟଙ୍କା ହରାଇଥିଲେ। କ୍ରେଡିଟ୍‌ କାର୍ଡ ଅପଡେଟ୍‌ ବାହାନାରେ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରୁ ଏହି ଅର୍ଥ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ନୂଆ ନିୟମ କରାଯାଇଛି। ୨ ଲକ୍ଷରୁ କମ୍‌ ଅର୍ଥ ହରାଇଥିବା ଆକାଉଣ୍ଟଧାରୀମାନେ ଏଣିକି ଲୋକାଲ ଥାନାରେ ଅଭିଯୋଗ କରିପାରିବେ। ସେହିପରି ୨ ଲକ୍ଷରୁ ଅଧିକ ଟଙ୍କା ଆକାଉଣ୍ଟରୁ ଲୁଟ ହୋଇଥିଲେ ସାଇବର ଥାନାରେ ଅଭିଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri