Posted inଜାତୀୟ

ସରକାରୀ କାଗଜପତ୍ରରେ ୨୭୧୫ ମୃତକ ଜୀବିତ

ଲକ୍ଷ୍ନୌ,୧।୪: ବହୁ ବର୍ଷ ତଳେ ମୃତ୍ୟୁ ଘଟିଥିବା ଲୋକେ ସରକାରୀ କାଗଜପତ୍ରରେ ଏବେ ବି ଜୀବିତ ରହିଛନ୍ତି। ଏଭଳି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ୨୭୧୫ ଜଣ ଲୋକ ବନ୍ଧୁକ ଲାଇସେନ୍ସ୍‌ ପାଇଁ ଆବେଦନ କରିଥିଲେ। ପରେ ସେମାନେ ବନ୍ଧୁକ କିଣି ସାରା ଜୀବନ ନିଜ ପାଖରେ ରଖିଥିଲେ। ଇତିମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟି ସାରିଛି। ତେବେ ସେମାନଙ୍କ ବନ୍ଧୁକ ଲାଇସେନ୍ସ୍‌ ପରିବାର ସଦସ୍ୟଙ୍କ ନାମକୁ ସ୍ଥାନାନ୍ତର ହୋଇନାହିଁ। ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଖରେ ରହିଥିବା ବନ୍ଧୁକ ଜମା କରିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ପୋଲିସ ବିଭାଗ ପକ୍ଷରୁ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଘରଘର ବୁଲି ପୋଲିସ ବନ୍ଧୁୂକ ଲାଇସେନ୍ସ ନେଇଥିବା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ପୋଲିସ ରିପୋର୍ଟରୁ ଜଣାପଡ଼ିଛି ଯେ, ଗୋରଖପୁରରେ ୮୦ ହଜାର ୪୩୭ ଜଣ ବନ୍ଧୁକ ଲାଇସେନ୍ସ୍‌ ନେଇଥିଲେ। ମାତ୍ର ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୨୭୧୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ସମୟରେ ଲାଇସେନ୍ସ୍‌ ରିନିୟୁ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସେଲ୍ସଟ୍ୟାକ୍ସ ଅଫିସରେ ନିଆଁ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ଆଇଟିଓରେ ଥିବା ସେଲ୍ସଟ୍ୟାକ୍ସ ଅଫିସରେ ଗୁରୁବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ୫ ଦମକଳ...

‘ସ୍ବତଃ ମିଳିବନି ଭାରତୀୟ ନାଗରିକତ୍ୱ’

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ବୌଦ୍ଧ, ଶିଖ୍‌, ପାର୍ସୀ, ଜୈନ ଓ ଖ୍ରୀଷ୍ଟିଆନମାନଙ୍କୁ...

ଏଲ୍‌ଓସିରେ ବ୍ୟାଟ୍‌ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ଜମ୍ମୁ,୩୦।୧୨(ଆଇଏଏନ୍‌ଏସ୍‌):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅନ୍ତର୍ଗତ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ରବିବାର ପାକିସ୍ତାନୀ ସେନାର ସୀମାନ୍ତ କାର୍ଯ୍ୟାନୁଷ୍ଠାନ ଟିମ୍‌ (ବ୍ୟାଟ୍‌)ର ଆକ୍ରମଣ ଯୋଜନାକୁ ଭାରତୀୟ ଯବାନମାନେ ପଣ୍ଡ...

ସୁଶୀଲ ମୋଦିଙ୍କ ଟୁଇଟ୍‌କୁ ହଟାଇଲା ଟୁଇଟର

ପାଟନା,୨୬ ।୧୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପୂର୍ବତନ ମୁଖମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ସହ ଭିତିରିଆ...

ସାନିଟାଇଜର ପିଇ ୭ ମୃତ

ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ...

ଆତ୍ମହତ୍ୟା କଲେ ଆଇଆଇଟି ମାଡ୍ରାସର ଜଣେ ଛାତ୍ର: ମାସକ ଭିତରେ ଦ୍ୱିତୀୟ ଘଟଣା

ଚେନ୍ନାଇ,୧୪।୩: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସର ଆଉ ଜଣେ ଛାତ୍ର ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତକ ଛାତ୍ର ଜଣକ ପୁଷ୍ପକ ବୋଲି ଜଣାପଡ଼ଛି।...

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ...

ଉଦ୍ୟୋଗପତି ରାହୁଲ ବଜାଜ୍‌ଙ୍କ ପରଲୋକ…

ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍‌ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ...

Advertisement
Archives

Model This Week