Posted inଜାତୀୟ

ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ଏହି ପ୍ରାକୃତିକ ବିପର୍ଯ୍ୟୟଯୋଗୁ ୧୦୧ଜଣ ନିଖୋଜ ହୋଇଛନ୍ତି। ସେହିପରି ବର୍ଷା ଓ ବନ୍ୟା ଯୋଗୁଁ ୧୫୮୪ ଜଣ ଆହତ ହୋଇଛନ୍ତି।

ଚଳିତ ବର୍ଷ ବର୍ଷା, ଭୂସ୍ଖଳନ ଓ ବଜ୍ରପାତ ଦ୍ୱାରା ଦେଶର ୩୩୫ଟି ଜିଲାକୁ ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲା ମଧ୍ୟରେ ମଧ୍ୟପ୍ରଦେଶର ୪୦, ଆସାମର ୩୦ ଏବଂ ଉତ୍ତରପ୍ରଦେଶରେ ୨୭ଟି ଜିଲା ରହିଛି। ହିମାଚଳ ପ୍ରଦେଶର ୧୨ଟି ଜିଲା ଓ ଉତ୍ତରପ୍ରଦେଶର ୭ ଜିଲା ବନ୍ୟା ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି।

ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବନ୍ୟାରେ ୮୯୨ଜଣ ଲୋକ ବୁଡିଯାଇଥିବାବେଳେ ବଜ୍ରପାତରେ ୫୦୬ ଜଣଙ୍କର ଜୀବନ ଯାଇଛି। ସେହିପରି ଭୂସ୍ଖଳନ ଯୋଗୁଁ ୧୮୬ଜଣଙ୍କର ମୃତ୍ୟୁ ହୋଇଛି। ବିହାର ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଗୁଜୁରାଟରେ ୧୬୫, ମଧ୍ୟପ୍ରଦେଶରେ ୧୩୮, କର୍ନାଟକ ଏବଂ ମହାରାଷ୍ଟ୍ରରେ ୧୦୭, ଛତିଶଗଡରେ ୯୦ ଏବଂ ଉତ୍ତରପ୍ରଦେଶରେ ୭୫ ଜଣ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?