ବରିଷ୍ଠଙ୍କୁ ଥଇଥାନ

Dillip Cherian

ବରିଷ୍ଠ ଆଇପିଏସ୍‌ ଅଧିକାରୀ ତପନ ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କର ୪ ଜଣ ଆଇବି ସହକର୍ମୀଙ୍କୁ ପଛରେ ପକାଇ ଏହି ନିଯୁକ୍ତି ପାଇଥିଲାବେଳେ, ସେମାନେ ଆଇବି ଛାଡ଼ି ସମ୍ମାନଜନକ ସ୍ଥିତି ବା ପଦବୀକୁ ଫେରିବା ଲାଗି ତୁରନ୍ତ ନିଷ୍ପତ୍ତି ନେଇଥିଲେ। ତେବେ ଡେକାଙ୍କ ନିଯୁକ୍ତିକୁ ନେଇ କିଛି ଅସନ୍ତୋଷ ଲକ୍ଷ୍ୟ କରି ସରକାର ସେମାନଙ୍କ ଅନୁରୋଧକୁ ତୁରନ୍ତ ସ୍ବୀକୃତି ଦେଇଛନ୍ତି। ତେବେ ଯେଉଁ ୪ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପଛରେ ପକାଇ ଡେକା ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସ୍ପେଶିଆଲ ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋ ଅମିତାଭ ରଞ୍ଜନ। ତାଙ୍କୁ ଏବେ ତ୍ରିପୁରାର ନୂତନ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ବିଶେଷସୂତ୍ରରୁ ପ୍ରକାଶ ଯେ, ରଞ୍ଜନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଜଣେ ଦୃଢ ସମର୍ଥକ। ଏଣୁ ତ୍ରିପୁରାରେ ଆସନ୍ତା ବର୍ଷ ପ୍ରାରମ୍ଭରେ ନିର୍ବାଚନ ହେବାକୁ ଯାଉଥିବାବେଳେ ୧୯୮୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କ ନିଯୁକ୍ତି ପାଇଁ ସବୁ ପ୍ରକାର ଓପଚାରିକତା ପୂରା କରିବାକୁ ଦେବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଥିଲେ। ଜାଣିବାକୁ ମିଳିଛି ଯେ, ଆଇବି ନିର୍ଦ୍ଦେଶକ ରେସ୍‌ରେ ପଛରେ ପଡ଼ିଥିବା ତିନି ଜଣ ଅଧିକାରୀ ଆଇବି ଛାଡ଼ି ଦେଇଛନ୍ତି। ସ୍ପେଶିଆଲ ଡାଇରେକ୍ଟର ମନୋଜ କୁମାର ଲାଲ ତାଙ୍କ ମୂଳ ୟୁଟି କ୍ୟାଡରକୁ ଫେରିଥିବାବେଳେ ମନୋଜ ଯାଦବଙ୍କୁ ଜାତୀୟ ମାନବ ଅଧିକାର କମିଶନକୁ ଡାଇରେକ୍ଟର ଜେନେରାଲ(ଇନ୍‌ଭେଷ୍ଟିଗେଶନ) ଭାବେ ପଠାଇ ଦିଆଯାଇଛି। କେବଳ ଡେକାଙ୍କ ଜୁନିୟର ଅନିଶ ଦୟାଲ ସିଂ ଆଇବିର ସ୍ପେଶିଆଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏହି ଆଇପିଏସ୍‌ ଅଧିକାରୀମାନଙ୍କୁ ଅନ୍ୟ ର଼୍ୟାଙ୍କରେ ଉପଯୁକ୍ତ ପଦବୀରେ ଅବସ୍ଥାପିତ କରିବା ପରେ ସ୍ଥିତି ଶାନ୍ତ ପଡ଼ିଛି। ଉଲ୍ଲେଖନୀୟ, ବରିଷ୍ଠତା ଭିତ୍ତିରେ ଆଇବିର ଶୀର୍ଷ ପଦବୀ ପୂରଣ ହେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଜଣେ ଜୁନିୟର ବା କନିଷ୍ଠ ଅଧିତ୍କାରୀ ଭାବେ ଡେକା ଏଥିରେ ଅବସ୍ଥାପିତ ହେବା ପ୍ରଥମ ଘଟଣା ନୁହେଁ। ତେବେ ମନୋଜ ଯାଦବ, ମନୋଜ କୁମାର ଲାଲ ଏବଂ ଅମିତାଭ ରଞ୍ଜନଠାରୁ ଡେକା ଜୁନିୟର।
ଦ୍ରୌପଦୀଙ୍କ ଟିମ୍‌
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମୟର ଟପ୍‌ ଟିମ୍‌ରେ କୌଣସି ପରିବର୍ତ୍ତନ ନ ହେବା ଏକ ନିଆରା ଘଟଣା ଏବଂ ଆଶ୍ଚର୍ଯ୍ୟଜନକ ମଧ୍ୟ। ଏହି ସରକାରଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିକାରୀମାନଙ୍କ ବିଶ୍ୱସନୀୟତା ଓ ପୂର୍ବ କାର୍ଯ୍ୟ ନିଷ୍ପାଦନର ରେକର୍ଡ ରହିଛି, ଯାହା ଫଳାଫଳ ନିଶ୍ଚିତ ରୂପେ ଏଠାରେ ଘଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମୟରେ କାର୍ଯ୍ୟ କରୁଥିବା ରାଷ୍ଟ୍ରପତିଭବନର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତିଙ୍କ ସଚିବ କପିଲ ଦେବ ତ୍ରିପାଠୀ, ଯୁଗ୍ମ ସଚିବ ଅଜୟ ଭାଦୋ, ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି ଜଗନ୍ନାଥ ଶ୍ରୀନିବାସନ ଏବଂ ପ୍ରେସ୍‌ ସଚିବ ଅଜୟ କୁମାର ସିଂ। ଯଦିଓ ଏହି ଅଧିକାରୀମାନେ ରାମନାଥ କୋବିନ୍ଦଙ୍କ ସମୟରେ କୋ-ଟର୍ମିନସ ଆଧାରରେ କାର୍ଯ୍ୟ କରୁଥିଲେ, ତଥାପି କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ସେମାନଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ପରେ କିମ୍ବା ଅନ୍ୟ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଦୁଇ ମାସ ସମ୍ପ୍ରସାରଣକୁ ସ୍ବୀକୃତି ଦେଇଛି। ଏକ ସକ୍ଷମ ଏବଂ ଦକ୍ଷ ପ୍ରମାଣିତ ଶାସନ ଓ ସରକାର କେମିତି ନୂଆ ରାଷ୍ଟ୍ରପତିଙ୍କୁ ତାଙ୍କ ନିଜ ଟିମ୍‌ ଗଢିବାକୁ ଦେଲା ନାହିଁ ତାହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେଉଛୁ। ଏପରି କି ପାରମ୍ପରିକ ଭାବେ ଏକ ସିଦ୍ଧାନ୍ତ ରହିଛି ଯେ ବ୍ୟବସ୍ଥା ଦ୍ୱାରା ସାଧାରଣ ଭାବେ ରାଷ୍ଟ୍ରପତି ପଦର ଏହା ଏକ ବିଶେଷାଧିକାର, ଯାହାକୁ ଜଣେ ଅନ୍ୟମାନଙ୍କଠାରୁ ଅଧିକ ପ୍ରୟୋଗ କରିବାକୁ ପସନ୍ଦ କରିବେ। ସମ୍ଭବତଃ, ଶେଷରେ ଦ୍ରୌପଦୀ ନିଜେ ତାଙ୍କ ବିଶ୍ୱସ୍ତ ସହଯୋଗୀଙ୍କୁ ନେଇ ଟିମ୍‌ ଏକାଠି କରିବେ । ତେବେ ରାଷ୍ଟ୍ରପତି ତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ଏହି ଅଧିକାରୀମାନେ ଏବେ ଏକ ନିରନ୍ତର ପରିବର୍ତ୍ତନ ସୁନିଶ୍ଚିତ କରିବାକୁ ଚାହିଁିବେ ।
ଅଧିକାରୀ ଅଭାବ
ସିଭିଲ ସର୍ଭିସ ଅଧିକାରୀମାନଙ୍କ ଅଭାବଜନିତ ସମସ୍ୟାରୁ ମୁକ୍ତି ପାଇବା ଲାଗି କେନ୍ଦ୍ର ଲଗାତର ସଂଘର୍ଷ କରୁଛି। କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି ଯେ, ୨୦୨୧-୨୨ରେ ୟୁପିଏସ୍‌ସି କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ୪,୧୧୯ ପ୍ରାର୍ଥୀଙ୍କୁ ସୁପାରିସ କରିଥିଲା। ଏହା ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରେ ଚାକିରି ସ୍ଥିତିର ସବୁଠୁ କମ୍‌ ସଂଖ୍ୟା। ୨୦୧୪ ସାଧାରଣ ନିର୍ବାଚନ ଉପରେ ମୋଦି ସରକାରଙ୍କ ଦୃଷ୍ଟି ରହିଥିବାରୁ ଏହା ସ୍ପଷ୍ଟ ଯେ, ଶାସନକୁ ଫେରିବାର ସରକାର ଯେଉଁ ଦାବି କରୁଛନ୍ତି ସେଥିରେ ଶାସନ ବ୍ୟବସ୍ଥା ସବୁଠୁ ବଡ଼ ପ୍ରସଙ୍ଗ ହେବ। ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଅନେକ ରାଜ୍ୟକୁ କ୍ୟାଡର ପଦବୀରେ ଅଣ କ୍ୟାଡର ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ଏବଂ ନିର୍ଦ୍ଧାରିତ ସମୟସୀମା ପରେ ସେମାନଙ୍କୁ କାର୍ଯ୍ୟ କରାଇବାକୁ ବାଧ୍ୟ କରୁଛି। ଆଇଏଏସ୍‌ ଅଧିକାରୀ ଅଭାବ ବିଷୟ ନୂଆ ନୁୂହେଁ। ବହୁ ପୂର୍ବରୁ ୧୯୫୧ରେ ଆବଶ୍ୟକ ୧୨୩୨ ଅଧିକାରୀଙ୍କ ତୁଳନାରେ ୩୩୬ ଜଣ କମ୍‌ ଥିଲେ। ଅନେକ ଦଶନ୍ଧି ଧରି ନିଯୁକ୍ତି ଅନ୍ତର କମିବା ବଦଳରେ ବଢିଚାଲିଛି। ପ୍ରଶ୍ନ ହେଉଛି, ସରକାର ପରେ ସରକାର ଆସିଛନ୍ତି, କିନ୍ତୁ ବାର୍ଷିକ କ୍ୟାଡର ସମୀକ୍ଷା ହେବା ଏବଂ ଅନେକ ପ୍ୟାନେଲର ସୁପାରିସ ସତ୍ତ୍ୱେ କାହିଁକି ଏହି ସମସ୍ୟା ସମାଧାନ କରିନାହାନ୍ତି? ଆଶା କରାଯାଏ, ମୋଦି ପ୍ୟାନେଲ ଦ୍ୱାରା କରାଯାଇଥିବା ଜରୁରୀ ସୁପାରିସ ଏଦିଗରେ ଦୃଢ ସଙ୍କଳ୍ପ ସହିତ କାର୍ଯ୍ୟ କରିବାକୁ ପ୍ରେରିତ ବା ଜାଗ୍ରତ କରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri