ଦୁର୍ଘଟଣା ଲାଗିରହିବ

ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ଭୟଙ୍କର ବସ୍‌ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ବାହାଘର ସ୍ଥାନରେ କନ୍ୟାକୁ ଛାଡ଼ି ଖଣ୍ଡଦେଉଳି ଗ୍ରାମର କନ୍ୟାଯାତ୍ରୀ ଦଳକୁ ନେଇ ଫେରୁଥିବା ଘରୋଇ ବସ୍‌ ବିପରୀତ ଦିଗରୁ ଆସୁଥିବା ଓଏସ୍‌ଆର୍‌ଟିସି ବସ୍‌ ସହ ଧକ୍କା ହୋଇଥିଲା। ଅତୀତରେ ମଧ୍ୟ ଏଭଳି ଅନେକ ଦୁଃଖଦ ଦୁର୍ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଦିଗପହଣ୍ଡି ଦୁର୍ଘଟଣାର ପ୍ରାଥମିକ ରିପୋର୍ଟରୁ ଯାହା ଜଣାପଡ଼ିଛି ତାହା ଅତ୍ୟନ୍ତ ଚିନ୍ତାଜନକ। କାରଣ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ ୨୫ ବର୍ଷର ପୁରୁଣା ଓ ଏହାର ପର୍‌ମିଟ କି ଇନ୍‌ସ୍ୟୁରାନ୍ସ ନ ଥିଲା। ଦେଖିବାକୁ ଗଲେ ଏବକାର ପରିବହନ ବ୍ୟବସ୍ଥାରେ ଏହା ଭାତ ହାଣ୍ଡିରୁ ଗୋଟିଏ। କୁହାଯାଉଛି, ଆହୁରି ଅନେକ ହଜାର ଗାଡ଼ି ବି ଏମିତି ରାସ୍ତାରେ ଚାଲୁଛି ଓ ଦୁର୍ଘଟଣାର କାରଣ ହେଉଛି। ଏହା ସଡ଼କ ଓ ପରିବହନ ବିଭାଗ ନା ବସ୍‌ ମାଲିକମାନଙ୍କ ଖାମଖିଆଲ ଯୋଗୁ ଘଟୁଛି ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପାରେ। କିନ୍ତୁ ମୂଳ ସମସ୍ୟା ରହୁଛି ସରକାରୀ ନୀତି ସହିତ ଜଡ଼ିତ। ସମଗ୍ର ଦେଶରେ ମୋଟରଗାଡ଼ି ନିର୍ମାତା କମ୍ପାନୀମାନଙ୍କ ଚାପର ବଶବର୍ତ୍ତୀ ହୋଇ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟ ସରକାର ଅବାଞ୍ଛିତ ଆଇନ ସୃଷ୍ଟି କରିବାରେ ଲାଗିଛନ୍ତି। ପ୍ରତ୍ୟେକ ଗାଡ଼ିର ରେଜିଷ୍ଟ୍ରେଶନ (ପଞ୍ଜୀକରଣ) ଦିନଠାରୁ ମିଟର ଚାଲିବା ଆରମ୍ଭ ହୋଇଯାଉଛି। ୧୦ ବର୍ଷ ଜୀବନକାଳ ଦିଆଯାଇ ଗାଡ଼ିଗୁଡ଼ିକୁ ରେଜିଷ୍ଟର କରାଯାଉଛି। ଓଡ଼ିଶା ଭଳି କେତୋଟି ରାଜ୍ୟରେ ପରିବହନ ବିଭାଗ ଅଫିସରଙ୍କ ଇଚ୍ଛା ଅନୁଯାୟୀ କେତୋଟି ଗାଡ଼ିକୁ ଅଧିକ ୫ ବର୍ଷ ରାସ୍ତାରେ ବ୍ୟବହାର ହେବା ପାଇଁ ଅନୁମତି ମିଳିପାରୁଛି। ଅନ୍ୟପଟେ ଦିଲ୍ଲୀ ଓ ହରିୟାଣା ଭଳି ରାଜ୍ୟରେ ଗାଡ଼ିମାଲିକକୁ ୧୦ ବର୍ଷ ପୁରୁଣା ଗାଡ଼ିରୁ ଓହ୍ଲାଇ ଦିଆଯାଇ ଗାଡ଼ିକୁ ଜବତ କରାଯାଉଛି। ସେଭଳି ରାଜ୍ୟଗୁଡ଼ିକରେ ୧୦ ବର୍ଷରୁ ଅଧିକ ଦିନର ଗାଡ଼ି ଚଳାଇବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଉଛି। ଏହା ଫଳରେ ମାଲିକମାନେ ଚୋରାରେ ଗାଡ଼ି ଚଳାଇବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଡିଜେଲ ଚାଳିତ ଗାଡ଼ି ଉପରେ ଅଧିକ କଟକଣା ଲଗାଯାଉଛି। ଯାହା ଫଳରେ ବିନା ପର୍‌ମିଟ ଏବଂ ଫିଟ୍‌ନେସ ସାର୍ଟିଫିକେଟରେ ଗାଡ଼ି ଚାଲୁଛି। ବାସ୍ତବରେ ଦେଖିବାକୁ ଗଲେ ଗାଡ଼ିଗୁଡ଼ିକର ଅବସ୍ଥା ସବୁବେଳେ ଖରାପ ହେଉଛି ବୋଲି କହିବା ଉଚିତ ହେବ ନାହିଁ। ଅନେକ ଗାଡ଼ି ବିନା ପର୍‌ମିଟରେ ଚାଲୁଥିଲେ ମଧ୍ୟ ତାହାର ଇଞ୍ଜିନ ଭଲ ପରିସ୍ଥିତିରେ ଥାଇପାରେ। ଯଦି ହଠାତ୍‌ ସବୁ ମାଲିକ ସରକାରୀ ଆଇନକୁ ମାନି ନିଜର ୧୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ବ୍ୟବହାର କରିବା ବନ୍ଦ କରିଦେବେ, ତେବେ ସେଗୁଡ଼ିକର ମଶାଣି କେଉଁଠି ହେବ ତାହା ସରକାର କୌଣସି ରାଜ୍ୟରେ ସ୍ପଷ୍ଟ କରିନାହାନ୍ତି। ଆମେରିକା ଭଳି ଦେଶରେ ପୁରୁଣା ଅକାମୀ ଗାଡ଼ିକୁ ନେଇ ଯନ୍ତ୍ରପାତି ସାହାଯ୍ୟରେ ଚାବି ଦିଆଯାଏ। ଏହା କରିବା ପୂର୍ବରୁ ଗାଡ଼ିର ଅନେକ ବ୍ୟବହାରଯୋଗ୍ୟ ଜିନିଷ ବାହାର କରି ଅନ୍ୟତ୍ର ଉପଯୋଗ କରାଯାଇଥାଏ। ହେଲେ ଭାରତବର୍ଷରେ ସେଭଳି କୌଣସି ସୁବିଧା ନାହିଁ। ବସ ମାଲିକର ରୋଜଗାର କରିବା ଆକର୍ଷଣ ପୁରୁଣା ଗାଡ଼ି ଚଳାଇବାର ଏକ ମୂଳ କାରଣ। ଯଦି ପୁରୁଣାଗାଡ଼ି ଛାଡ଼ିବ ତେବେ ତାକୁ କେଉଁଠି ରଖିବ। ଏଭଳି ମୌଳିକ ସମସ୍ୟା ସମାଧାନ କରିବା ପୂର୍ବରୁ ସରକାର ତାଙ୍କର ଆଇନ ତିଆରି କରିବାରେ ବ୍ୟସ୍ତ ରହୁଛନ୍ତି। ଏହା ହେଉଛି ଗୋଟିଏ ଦିଗ।
ଅନ୍ୟଦିଗଟି ହେଲା ଡ୍ରାଇଭର ବା ଚାଳକଙ୍କ ଦକ୍ଷତା। ଦିଗପହଣ୍ଡି ଦୁର୍ଘଟଣାରେ ଉଭୟ ଗାଡ଼ିର ବୟସ ଏବଂ ଫିଟ୍‌ନେସ ସମ୍ପର୍କରେ ଯଥେଷ୍ଟ କୁହାଗଲାଣି। ଅନ୍ୟପକ୍ଷରେ କୌଣସିଠାରୁ ସେହି ବସ୍‌ ଚାଳକର ବୟସ, ଚକ୍ଷୁର ଶକ୍ତି, କେଉଁ ପ୍ରକାର ଲାଇସେନ୍ସଧାରୀ ଏବଂ ସର୍ବୋଚ୍ଚରେ ଉଭୟ ଗାଡ଼ି ଚାଳକଙ୍କ ମଧ୍ୟରୁ କେହି ମଦ୍ୟପାନ କରିଥିଲେ କି ନାହିଁ ତାହା ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ ପାଉନାହିଁ। ସାଧାରଣରେ ଦେଖାଯାଏ ଯେ, ବିଭାଘର କାର୍ଯ୍ୟକ୍ରମରୁ ଫେରୁଥିବା ଗାଡ଼ି ଚାଳକଙ୍କୁ ସେହି ଗାଡ଼ିର ଯାତ୍ରୀମାନେ ମଦ ଯାଚି ପିଇବାକୁ ଉତ୍ସାହିତ କରିଥାନ୍ତି। ସରକାର ମଧ୍ୟ ରାସ୍ତାକଡ଼ରେ ମଦ ଦୋକାନ ଖୋଲି ଚାଳକଙ୍କୁୁ ମଦ୍ୟପାନ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଦେଉଛନ୍ତି।
କେଉଁ ନୀତି କଲେ ରାସ୍ତା ଦୁର୍ଘଟଣା ହ୍ରାସ ପାଇବ ତାହା ଭାରତରେ ଚିନ୍ତା କରିବାକୁ କେହି ନାହିଁ। କେବଳ ୧୦ ବଷିର୍ର୍ଆ ପୁରୁଣା ଗାଡ଼ିକୁ ବନ୍ଦ କରିବା ଆଇନ ସୃଷ୍ଟି କରି ନୂଆ ଗାଡ଼ି ବିକ୍ରି ହେବାର ପରିସ୍ଥିତି ସରକାର ତିଆରି କରୁଛନ୍ତି। କିନ୍ତୁ ଆଧୁନିକ ଗାଡ଼ି ଚଳାଇବା ପାଇଁ ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦେବାର କୌଣସି ବ୍ୟବସ୍ଥା ଘରୋଇ ଗାଡ଼ି କମ୍ପାନୀ କରୁନାହାନ୍ତି। ମଦ ଏକ ରାସ୍ତା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବାବେଳେ ଅନ୍ୟଟି ହେଉଛି ଥକି ଯାଇଥିବା ଚାଳକ ଗାଡ଼ି ଚଳାଇବାବେଳେ ଶୋଇପଡ଼ିବା। କେବଳ ୪ ଲେନ୍‌ କିମ୍ବା ୫ ଲେନ୍‌ର ବିରାଟକାୟ ରାସ୍ତା ତିଆରି କରିଦେଲେ ଗମନାଗମନର ସୁବିଧା ହୁଏନାହିଁ। ସେହିଭଳି ରାସ୍ତା ବା ସଡ଼କ ବ୍ୟବହାର କରିବା ପାଇଁ ଉପଯୁକ୍ତ ମାନବ ସମ୍ବଳ ସୃଷ୍ଟି କରିବାର ଦାୟିତ୍ୱ ଘରୋଇ ଗାଡ଼ି ନିର୍ମାତା କମ୍ପାନୀମାନଙ୍କର। ସେ ଦିଗରେ ସେହିସବୁ ଲାଭ ଉଠାଉଥିବା ବ୍ୟବସାୟୀ କିପରି ଦାୟିତ୍ୱ ବହନ କରିବେ ସେଥିଲାଗି ସରକାରଙ୍କ ତରଫରୁ କୌଣସି ଆଇନ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri