ଲକ୍ଷ୍ମୀନଗର ଡାଇଭର୍ସନରେ ବଢୁଛି ଦୁର୍ଘଟଣା

କୋରେଇ,୨୫ା୨(ଡି.ଏନ.ଏ.): ଯାଜପୁର ଜିଲା ପାଣିକୋଇଲିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୨୦ର କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକ ନିକଟ ଡାଇଭର୍ସନରେ ଦୁର୍ଘଟଣା ବଢ଼ି ଚାଲିଛି। ଏଠାରେ ପଥଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯିବା କାରଣରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି।
ଗୁରୁବାର କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଳତୀ ଗ୍ରାମର ବିଶ୍ବନାଥ ସେଠୀ ଓ ଶୁକଦେବ ରାଉଳ ଯାଜପୁର ରୋଡ୍‌ରୁ ବାଇକରେ ଘରକୁ ଫେରୁଥିଲେ। ଏତିକିବେଳେ ଡାଇଭର୍ସନଠାରେ ପଛରୁ ଆସୁଥିବା ଏକ ବୋଲର ଧକ୍କା ଦେବାରୁ ଉଭୟ ଛିଟିକି ପଡ଼ିଥିଲେ। ବିଶ୍ୱନାଥଙ୍କ ଗୋଡହାତ ଖଣ୍ଡିଆ ଖାବରା ହେବା ସହିତ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ବୋଲରଟି ଧକ୍କା ଦେଇ ଚାଲି ଯାଇଥିଲା। ରେଙ୍ଗାଲିରୁ କେନାଲ ଯୋଗେ ପାଣି ଆସିବା ପାଇଁ କେନାଲ କାର୍ଯ୍ୟ ଚାଲୁଛି। ସେହିପରି ୬ମାସରୁ ଅଧିକ ହେବ ଏହି ଛକର ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ ହେଉଛି। ତେଣୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତା ପାର୍ଶ୍ୱକୁ ବନ୍ଦ କରାଯାଇ ଅନ୍ୟ ପଟରେ ଗାଡି ଚଳାଚଳ କରୁଛି। ଗାଡ଼ିଗୁଡ଼ିକ ଏ ପଟରୁ ସେପଟକୁ ଯିବା ପାଇଁ ଡାଇଭର୍ସନ ନିର୍ମାଣ କରାଯାଇଛି। କିନ୍ତୁ ପରିତାପର ବିଷୟ ଏହି ଡାଇଭର୍ସନ ନିକଟରେ ପଥଚାରୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏଠାରେ କୌଣସି ଟ୍ରାଫିକ କି ଲାଇଟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଆଗରୁ ଟ୍ରାଫିକ ପାଇଁ ଦୁଇ ସ୍ଥାନୀୟ ପିଲା କାମ କରୁଥିଲା ବେଳେ ଏବେ ସେମାନଙ୍କ ଦେଖା ମିଳୁନାହିଁ। ଯେଉଁ ହମ୍ପସ କରାଯାଇଥିଲା ସେସବୁ ନଷ୍ଟ ହୋଇଗଲାଣି। ଚିପସ, ବାଲି, ଏଣେତେଣେ ପଡିଛି। ଫଳରେ ପୋଲ ନିର୍ମାଣ ଅଞ୍ଚଳରେ ପଥଚାରୀଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
୪ମାସ ତଳେ ଏହି ଡାଇଭର୍ସନ ନିକଟରେ ଏକ ଟ୍ରଲର ସହିତ କେନ୍ଦୁଝର ଜିଲା ଘଷିପୁରା ଥାନା ବସନ୍ତପୁରା ଗ୍ରାମର କାଳନ୍ଦୀ ଚରଣ ସାହୁ(୫୩)ଙ୍କ ବାଇକ୍‌ ଧକ୍କା ହେବାରୁ ତାଙ୍କର ମୃତ୍ୟୁହୋଇଥିବା ବେଳେ ସ୍ତ୍ରୀ ସାବିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ପ୍ରତିଦିନ ଏହି ସ୍ଥାନରେ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ କିମ୍ବା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ନ ଦେବା ବିଡମ୍ବନାର ବିଷୟ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ରାସ୍ତା ଦେଇ ଅନେକ ଉଚ୍ଚପଦସ୍ଥ ଅଧିକାରୀ ଯାଉଥିଲେ ମଧ୍ୟ ଏସବୁ ପ୍ରତି କାହାର ଧ୍ୟାନ ନାହିଁ। ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିର୍ମାଣାଧୀନ ଠିକାସଂସ୍ଥା କି ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେହିପରି ପୋଲ କାମରେ ନିୟୋଜିତ ଶ୍ରମିକମାନେ କୌଣସି ସେଫ୍ଟି କିଟ ବ୍ୟବହାର କରୁ ନ ଥିବା ଦେଖାଯାଉଛି। ତେଣୁ ଏଥିପ୍ରତି ଧ୍ୟାନ ଦିଆଯିବା ସହିତ ପଥଚାରୀଙ୍କ ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?