୨୦୨୨ରେ ୭.୬୦% ବଢ଼ିଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ବର,୧୭ା୩(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାଜ୍ୟର ସବୁ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର-କଟକ ଅତିରିକ୍ତ କମିଶନର ଏବଂ ସବୁ ଆର୍‌ଟିଓଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କିପରି ହ୍ରାସ କରାଯାଇପାରିବ ସେନେଇ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ ୨୦୨୧ ବର୍ଷ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୭.୬୦ ପ୍ରତିଶତ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ ଲେଖା ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା କଥା।
ସଡ଼କ ସୁରକ୍ଷା ଜରିଆରେ ଏହା କରିବା ପାଇଁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୨୦୨୨ ତଥ୍ୟ ଯାହା କହୁଛି, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, କୋରାପୁଟ, ଢେଙ୍କାନାଳ, ଭଦ୍ରକ, ବଲାଙ୍ଗୀର, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସୁବର୍ଣ୍ଣପୁର ଏବଂ ମାଲକାନଗିରିରେ ୧୦ ପ୍ରତିଶତ ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ଘଟିଛି। ସଡକ ସୁରକ୍ଷା ଜରିଆରେ ଦୁର୍ଘଟଣା ରୋକିବା ସହିତ ମୂଲ୍ୟବାନ୍‌ ମଣିଷ ଜୀବନ ବଞ୍ଚାଇବାକୁ ପଡିବ। ପ୍ରତ୍ୟେକ ମଙ୍ଗଳବାର ‘ଜିରୋ ଟଲରାନ୍ସ’ ଦିନ ଭାବେ ଗ୍ରହଣ କରାଯିବ। ଏହିଦିନ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଦ୍ୱାରା ସଡକ ସୁରକ୍ଷା ଦିଗରେ ଯେଉଁ ଉତ୍ତରଦାୟିତ୍ୱ ରହିଛି ତାହାର ଠିକ୍‌ ପ୍ରମାଣ ଦେବାକୁ ହେବ। ସେହିପରି ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ୭ ଦିନ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଶୂନ କରିବାକୁ ପଡିବ। ଏହି ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପ୍ରମାଣ କରିବାକୁ ପଡିବ। ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଯେଉଁ ସପ୍ତାହେ ପାଳନ କରାଯିବ ତାର ଏସ୍‌ଓପି ପରିବହନ କମିଶନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଜିଲାଗୁଡିକୁ ପଠାଇ ଦିଆଯାଇଛି। ଏହି ଲକ୍ଷ୍ୟକୁ ସଫଳତାର ସହିତ ପୂରଣ କରିବାକୁ ପଡିବ। ଏଥିଲାଗି ଜିଲାପାଳ ଏବଂ ଏସ୍‌ପି ସମସ୍ତେ ଧ୍ୟାନ ଦେବା ସହିତ ସବୁ ପ୍ରକାର ବ୍ୟବସ୍ଥା ଠିକ୍‌ ଭାବେ ହେବ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟସ୍ତରରୁ ଯଦି କିଛି ଆବଶ୍ୟକତା ପଡେ ତେବେ ସେନେଇ କ’ଣ କରାଯିବ ତାହା ଏସ୍‌ଓପିରେ ଉଲ୍ଲେଖ ରହିଛି।
ତେବେ ୨୦୨୨ ସଡ଼କ ଦୁର୍ଘଟଣାଜନିତ ତଥ୍ୟରେ ଯାହା ଉଲ୍ଲେଖ ରହିଛି ତାହା ସବୁଠାରୁ ଚିନ୍ତାଜନକ। ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁହାରରେ ୧୦ ପ୍ରତିଶତ ବଢିଥିବା ଉଲ୍ଲେଖ ଅଛି। ସେହିପରି ସୁନ୍ଦରଗଡ଼ରେ ମୃତ୍ୟୁହାର ୫ ପ୍ରତିଶତ ଏବଂ ଦୁର୍ଘଟଣା ହାର ୧୬ ପ୍ରତିଶତ ବଢିଛି। କେନ୍ଦୁଝରରେ ମୃତ୍ୟୁହାର ୧୦ ପ୍ରତିଶତ ବଢିଥିବା ବେଳେ ଦୁର୍ଘଟଣା ୩ ପ୍ରତିଶତ ହ୍ରାସ ପାଇଛି। ଖୋର୍ଦ୍ଧାରେ ମୃତ୍ୟୁହାର ୧୬ ପ୍ରତିଶତ ଏବଂ ଦୁର୍ଘଟଣା ହାର ୨୨ ପ୍ରତିଶତ ବୃଦ୍ଧି ଘଟିଛି। ମୟୂରଭଞ୍ଜରେ ମୃତ୍ୟୁହାର ୪ ଏବଂ ଦୁର୍ଘଟଣା ହାର ୧୫ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଦେଖିବାକୁ ଗଲେ, କଟକ, ଯାଜପୁର, ବାଲେଶ୍ୱର, ଅନୁଗୋଳ, ବରଗଡ, କଳାହାଣ୍ଡି, ରାୟଗଡା, ନୂଆପଡା, ବୌଦ୍ଧ ଏବଂ ଗଜପତିରେ ଦୁର୍ଘଟଣାଜନିତ ମୃତ୍ୟୁହାର କମିଛି। ଅନୁଗୋଳରେ ୨୦୨୧ ତୁଳନାରେ ୨୧ ପ୍ରତିଶତ ମୃତ୍ୟୁହାର କମିଛି, ଏହା ରାଜ୍ୟରେ ସର୍ବାଧିକ। ସେହିପରି ସୋନପୁରରେ ୨୦୨୧ ବର୍ଷ ତୁଳନାରେ ୨୦୨୨ରେ ସର୍ବାଧିକ ୫୩ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁହାରରେ ବୃଦ୍ଧି ଘଟିଛି, ଯାହା ରାଜ୍ୟରେ ସର୍ବାଧିକ। ଢେଙ୍କାନାଳରେ ୩୮ ପ୍ରତିଶତ ଏବଂ ଭଦ୍ରକରେ ୩୬ ପ୍ରତିଶତ ମୃତ୍ୟୁହାର ବଢିଛି। ଅନ୍ୟପଟେ ଦେବଗଡ ଏବଂ ମାଲକାନଗିରିରେ ସଡ଼କ ଦୁର୍ଘଟଣା ହାର ସର୍ବାଧିକ ୩୩ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri