ଧକ୍କା ଦେଲା ପିକ୍‌ଅପ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୧୩ା୧- ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ନୂଆବର୍ଷର ପ୍ରଥମ ଦିନ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ରାସ୍ତାରେ ଟ୍ରକ ଧକ୍କାରେ କେଦାର ଚନ୍ଦ୍ର ପୋଲାଇଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଅର୍ଥାତ୍‌ ଗତ ୨ ତାରିଖରେ ଜାତୀୟ ରାଜପଥରେ ଏକ ଘରୋଇ କଲେଜ ବସ ଧକ୍କାରେ ସେହି କଲେଜର କର୍ମଚାରୀ ଦୁର୍ଯ୍ୟୋଧନ ବେହେରାଙ୍କ ଜୀବନ ଚାଲିଯାଇଥିଲା।

ଶୁକ୍ରବାର ସ୍ଥାନୀୟ ହରଡ଼ାଖଣ୍ଡି ଛକରେ ଏକ ପିକଅପ ୩ ଜଣଙ୍କୁ ଧକ୍କା ଦେଇଥିଲା। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଆଉ ଜଣେ ସ୍କୁଟି ଚାଳକ ଗାଡ଼ିରୁ ଡେଇଁ ପଡ଼ିଥିବାରୁ ରକ୍ଷା ପାଇଯାଇଛନ୍ତି। ତାଙ୍କ ଗାଡ଼ିଟି ଚୂରମାର ହୋଇଛି। ମୃତ ଶ୍ରମିକ ଜଣକ ହେଲେ ହରିଡ଼ାଖଣ୍ଡି ଧର୍ମନଗରର ବାବୁଲା ଗୌଡ଼(୪୨)। ଗୁରୁତର ଆହତ ସାଇକେଲ ଚାଳକ ହରିଡ଼ାଖଣ୍ଡିର କାଳୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ପିକ୍‌ଅପ ଚାଳକ ଲୋଚାପଡାର ଜଗନ୍ନାଥ ପୃଷ୍ଟିଙ୍କୁ ପୋଲିସ ଗିରଫ କରିଛି। ବେପରୁଆ ଗାଡ଼ିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ପ୍ରକାଶ ଯେ, ବାବୁଲା ସବୁଦିନ ଭଳି ଶୁକ୍ରବାର ବଡ ବଜାରକୁ ଶ୍ରମିକ ଭାବେ କାମ କରିବାକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ବାଲୁଙ୍କେଶ୍ୱର ମନ୍ଦିରପଟରୁ ହରିଡାଖଣ୍ଡି ଛକ ଅଭିମୁଖେ ଆସୁଥିବା ପିକଅପ ଭ୍ୟାନ (ଓଡ଼ି ୦୭ ଏଜି ୫୪୭୫) ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡି ଚାଳକ ଦୁର୍ଘଟଣା ଘଟାଇବା ପରେ ସାଇକେଲ ଚାଳକ କାଳୁ ଓ ପରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲେ। ପରେ ସ୍ଥାନୀୟ ଲୋକେ ପିକ୍‌ଅପ୍‌କୁ ଅଟକାଇ ଟ୍ରାଫିକ ପୋଲିସ ଜିମା ଦେଇଥିଲେ। ଏ ନେଇ ଥାନାରେ ଏକ ମାମଲା (ନଂ. ୧୦/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?