ରେଳଧାରଣା ପାର ବେଳେ ଅଘଟଣ

ବ୍ରହ୍ମପୁର ଅଫିସ,୨୭ା୩: ରେଳଧାରଣା ପାର ବେଳେ ଘଟିଛି ଅଘଟଣ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଉ ଜଣେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ବୟସ ଆନୁମାନିକ ୫୮ ବର୍ଷ ହେବ ବୋଲି ରେଳ ପୋଲିସ କହିଛି। ଅନ୍ୟପଟେ ରେଳ ସୁରକ୍ଷା ବଳ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ହଳଦିଆପଦର ନିକଟ ରେଳଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ନଂ.୨୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିଚୟ ମିଳି ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପରେ ସଂରକ୍ଷଣ ଗୃହରେ ରଖାଯାଇଛି ବୋଲି ପୋଲିସ କହିଛି। ସେହିପରି କନ୍ଧମାଳ ଜିଲା ସାରଙ୍ଗଗଡ଼଼ ଗ୍ରାମର ଦୁଇ ପରିବାର କାମ କରିବାକୁ ଚେନ୍ନାଇ ଯିବା ପାଇଁ ସୋମବାର ସକାଳେ ବ୍ରହ୍ମପୁର ଆସିଥିଲେ। ବାଳକୃଷ୍ଣ ବେହେରା(୩୫) ଓ ଚିତ୍ରସେନ ନାୟକ(୪୫)ଙ୍କ ପରିବାର ସଦସ୍ୟ ରେଳଷ୍ଟେଶନର ପ୍ଲାଟ୍‌ଫର୍ମ-୨ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ହେଲେ ବାଳକୃଷ୍ଣ ଓ ଚିତ୍ରସେନ କୌଣସି କାରଣରୁ ବାହାରକୁ ଯାଇଥିଲେ। କିଛି ସମୟ ପରେ ଶୁଣିବାକୁ ମିଳିଥିଲା, ରେଳଧାରଣା ପାର ହେଉଥିବା ଜଣେ ଲୋକ ଯଶୱନ୍ତପୁର-ହାୱଡା ସୁପରଫାଷ୍ଟ ଟ୍ରେନ୍‌ ଧକ୍କାରେ ଆହତ ହୋଇଛନ୍ତି। ବାଳକୃଷ୍ଣ ସେଠାକୁ ଯାଇ ଦେଖିବା ବେଳକୁ ଆହତ ଚିତ୍ରସେନଙ୍କୁ ପୋଲିସ ମେଡିକାଲ ନେଉଛି। ଫଳରେ ଉଭୟ ପରିବାରର ଚେନ୍ନାଇ ଯିବା ଯୋଜନା ଅଧାରେ ରହିଯାଇଥିଲା। ବାଳକୃଷ୍ଣ ନିଜ ପରିଚୟ ପୋଲିସକୁ ଦେବା ସହ ଚିତ୍ରସେନ ସୁସ୍ଥ ହେବା ପରେ ଆମେ ତାଙ୍କୁ ଗଁାଙ୍କୁ ନେଇଯିବୁ ବୋଲି ରେଳ ସୁରକ୍ଷା ବଳ(ଆରପିଏଫ) ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri