ଦୁର୍ଘଟଣା ପରେ ଦୁର୍ଘଟଣା

ଜୁଲାଇ ୩୦ ସକାଳେ ଝାଡ଼ଖଣ୍ଡର ଷଢ଼େଇକଳା-ଖରସୁଆଁ ଜିଲା ବାରାମାମ୍ବୋ ନିକଟରେ ହାଓଡା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଉପରେ ପୂର୍ବତନ ରେଳମନ୍ତ୍ରୀ ତଥା ଏବକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସବୁ ସପ୍ତାହରେ ଏମିତି ଘଟଣା ଘଟିଚାଲିଛି, ଏହା କ’ଣ ଶାସନ। ଦେଖିବାକୁ ଗଲେ ଗତ ବର୍ଷ ଜୁନ୍‌ ୨ରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବାହାନଗା ରେଳ ଦୁର୍ଘଟଣା ପରେ ନିୟମିତ ବ୍ୟବଧାନରେ ରେଳ ଦୁର୍ଘଟଣା ଘଟିଚାଲିଛି । ଏହା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ସରକାରୀ ସୂତ୍ର ଅନୁଯାୟୀ ବାହାନଗା ରେଳ ଦୁର୍ଘଟଣାରେ ୨୯୬ରୁ ଅଧିକ ଲୋକଙ୍କର ମୃତ୍ୟୁ, ୧୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହା ପରଠାରୁ ଯାତ୍ରୀବାହୀ ଟ୍ରେନ୍‌ ମୁହଁାମୁହିଁ ଧକ୍କାହେବା, ଲାଇନଚ୍ୟୁତ ହେବା ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରିକି ଚଳିତ ବର୍ଷ ଏଯାବତ୍‌ ଘଟିଥିବା ୫ଟି ଦୁର୍ଘଟଣା ମଧ୍ୟରୁ ଜୁନ୍‌ – ଜୁଲାଇ ମାସ ମଧ୍ୟରେ ଘଟିଥିବା ୪ଟି ଟ୍ରେନ୍‌ ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଛି ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବାରମ୍ବାର ମାଲବାହୀ ଟ୍ରେନ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଲାଇନଚ୍ୟୁତ ହେଉଛି। ଓଡ଼ିଶାରେ ଏହାର ଜ୍ୱଳନ୍ତ ପ୍ରମାଣ ମିଳିଛି। ଏଇ ନିକଟରେ ଜୁଲାଇ ୨୮ ତାରିଖରେ ମଞ୍ଚେଶ୍ୱର ରେଲଓ୍ବେ ଷ୍ଟେଶନରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଏହାର ୩ ଦିନ ପୂର୍ବରୁ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ସହ ମଙ୍ଗଳବାର ସମ୍ବଲପୁର ସରଲାରେ ମାଲଗାଡ଼ିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର ମୁଖ୍ୟ କାରଣ ବହୁ ସମୟରେ ସିଗ୍‌ନାଲ ମ୍ୟାନ୍‌ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ଲଦି ଦିଆଯିବା ଦେଖାଯାଏ। କିନ୍ତୁ କାରଣର ଗମ୍ଭୀର ଅନୁସନ୍ଧାନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ସୁରକ୍ଷା ‘କବଚ’ ବ୍ୟବସ୍ଥା ସମ୍ପର୍କରେ ଅନେକ କଥା କୁହାଯାଉଛି। ଟେଲିଭିଜନ ଆଲୋଚନାରେ ସରକାରଙ୍କୁ ସମର୍ଥନ ଜଣାଇବା ପାଇଁ ଧାଡ଼ି ଲଗାଇ ଲୋକେ ବକର ବକର ହେଉଛନ୍ତି। ଅନ୍ୟପଟେ ୨୦୨୪-୨୫ ବଜେଟରେ ରେଳପଥ ଦୁର୍ଘଟଣା ରୋକିବା ପାଇଁ ଏବଂ କବଚ ବ୍ୟବସ୍ଥା ବିସ୍ତାର କରାଯିବା ସକାଶେ କୌଣସି ବିଶେଷ ବ୍ୟୟ ବରାଦ କରାଯିବାର ଉଦାହରଣ ଦେଖାଯାଉନାହିଁ। ଯେଉଁ ୧ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ତାହା କେବେ ଖର୍ଚ୍ଚ ହୋଇ ସାଧାରଣ ଯାତ୍ରୀଙ୍କୁ ତାହାର ଜୀବନ ସୁରକ୍ଷିତ ରଖିବାରେ ସଫଳ ହେବ କେହି ଜାଣିନାହାନ୍ତି।
ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳସେବା ସମ୍ଭବତଃ ପୃଥିବୀର ସର୍ବବୃହତ୍‌। ଭାରତୀୟ ରେଳ ଏକ ସଫଳ ଏବଂ ଲାଭଦାୟକ ସଂସ୍ଥା, ଯାହାକୁ ବଞ୍ଚାଇ ରଖିବା ସବୁ ରାଜନୈତିକ ଦଳଙ୍କର ଦାୟିତ୍ୱ। କେବଳ କର୍ମଚାରୀଙ୍କ ଉପରେ ଦୋଷ ଲଦିଦେଇ ରାଜନୈତିକ ଲୋକ ଖସିଯିବା ଉଚିତ ନୁହେଁ। ଆଜି ଭାରତୀୟ ରେଳ ଯେଉଁ ସ୍ତରରେ ପହଞ୍ଚିଛି , ତାହା ରେଳ କର୍ମଚାରୀଙ୍କ ନିଷ୍ଠାପରତା ଯୋଗୁ ସମ୍ଭବ ହୋଇଛି। କିନ୍ତୁ ନୂତନ ବୈଷୟିକ ଜ୍ଞାନକୌଶଳ (ଟେକ୍ନୋଲୋଜି) ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଲାଣି । ରାଜନୈତିକ ଚାପରେ ବିଭିନ୍ନ ନୂତନ ରେଳଗାଡ଼ି ଆରମ୍ଭ କଲାବେଳେ କର୍ମଚାରୀମାନଙ୍କର ମତ ଲୋଡ଼ାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ହୁଏତ ସେଥିପାଇଁ ଓଡ଼ିଶା, ବଙ୍ଗଳା ଏବଂ ଆନ୍ଧ୍ର ଭଳି ରାଜ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। କାରଣ ଏହି ଅଞ୍ଚଳରେ କ୍ଷତି ଘଟାଉଥିବା ଯାତ୍ରୀବାହୀ ଗାଡ଼ି ତୁଳନାରେ ବିପୁଳ ଲାଭ କରୁଥିବା ମାଲବାହୀ ରେଳଗାଡ଼ି ଅଧିକ ଯାତାୟାତ କରୁଛି। ଅର୍ଥାତ୍‌ ଭାରତୀୟ ରେଳର ସର୍ବାଧିକ ଲାଭ ଏହି ଅଞ୍ଚଳରୁ ହେଉଥିବାବେଳେ ଏଠାରେ ଅର୍ଥ ବିନିଯୋଗ କରାଯାଉନାହିଁ। ଫଳସ୍ବରୂପ, ଏହି ଅଞ୍ଚଳରେ ଅଧିକ ଦୁର୍ଘଟଣା ହେବା ସହ ଅଧିକ ମୃତ୍ୟୁ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?