ସମାଜସେବୀଙ୍କ ସହାୟତାରେ ଘରକୁ ପ୍ରବେଶ

ଛତ୍ରପୁର,୧୩।୫(ଡି.ଏନ.ଏ.): ୨ଟି କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା ହୋଇଛନ୍ତି । ସ୍ତ୍ରୀ ଓ ୨ ପିଲାଙ୍କୁ ଛାଡି ସ୍ବାମୀ କେରଳ ଚାଲି ଯାଇଛନ୍ତି । ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗଁାରେ ଏପରି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗଁାର ଜି.ଘନଶ୍ୟାମ ରେଡ୍ଡୀଙ୍କ ସହ ସେହି ଗଁାର ଜି. ବୁଲି ରେଡ୍ଡୀଙ୍କର ଗତ ୧୨ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ତାଙ୍କ ସ୍ତ୍ରୀ ୨ଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରଠାରୁ ତାଙ୍କ ସ୍ବାମୀ ଘନଶ୍ୟାମ ଏବଂ ତାଙ୍କ ଦେଢଶାଶୁ ଓ ଦିଅରଙ୍କ ପକ୍ଷରୁ ନିର୍ଯାତନା ଦିଆଯାଉଥିବା ବୁଲି ଅଭିଯୋଗ କରିଛନ୍ତି। ସ୍ବାମୀ ଅନ୍ୟ ଜଣଙ୍କୁ ବିବାହ କରିଥିବା ସ୍ତ୍ରୀ ବୁଲି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଘନଶ୍ୟାମ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ବୁଲିଙ୍କ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ଏଥିସହ ଗଞ୍ଜାମ ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ବୁଲି ଗୁହାରି କରିସାରିଛନ୍ତି। ଏହାପରେ ତାଙ୍କୁ ଘରୁ ମଧ୍ୟ ବାହାର କରି ଦିଆଯାଇଥିଲା ବୋଲି ବୁଲି କହିଛନ୍ତି । ପରେ ବ୍ରହ୍ମପୁରର ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଏ ସମ୍ପର୍କରେ ସହଯୋଗ କରି ନ୍ୟାୟ ଦେବାକୁ ବୁଲି ନିବେଦନ କରିଥିଲେ। ଗୁୁରୁବାର ତ୍ରିପାଠୀ ଉକ୍ତ ଗଁାକୁ ଆସି ବୁଲିଙ୍କୁ ତାଙ୍କ ଶାଶୁ ଘରକୁ ନେଇ ରଖିଥିଲେ। ଯଦି ଭବିଷ୍ୟତରେ ତାଙ୍କର କୌଣସି ଅସୁବିଧା ହୁଏ ତେବେ ଦେଢଶାଶୁ ଓ ଦିଅର ଦାୟୀ ରହିବେ ବୋଲି ପ୍ରମିଳା ଗଣମାଧ୍ୟମ ଆଗରେ କହିଛନ୍ତି । କେରଳରୁ ସ୍ବାମୀ ଘନଶ୍ୟାମ ଆସି ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଅପରପକ୍ଷରେ ମୋ ସ୍ବାମୀ ଦ୍ୱିତୀୟ ବିବାହ କରିଥିବାରୁ ମୋତେ ଏ ଘରେ ରହିବାର ଅଧିକାର ସହ ପିଲାମାନଙ୍କ ଭରଣ ପୋଷଣ ବ୍ୟବସ୍ଥା କରିବାକୁ ବୁଲି କହିଛନ୍ତି। ତେବେ ଏସବୁ ମିଥ୍ୟା ବୋଲି ଦେଢଶାଶୁ ଜି.ବବି ରେଡ୍ଡୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri