ସମାଜସେବୀଙ୍କ ସହାୟତାରେ ଘରକୁ ପ୍ରବେଶ

ଛତ୍ରପୁର,୧୩।୫(ଡି.ଏନ.ଏ.): ୨ଟି କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା ହୋଇଛନ୍ତି । ସ୍ତ୍ରୀ ଓ ୨ ପିଲାଙ୍କୁ ଛାଡି ସ୍ବାମୀ କେରଳ ଚାଲି ଯାଇଛନ୍ତି । ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗଁାରେ ଏପରି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗଁାର ଜି.ଘନଶ୍ୟାମ ରେଡ୍ଡୀଙ୍କ ସହ ସେହି ଗଁାର ଜି. ବୁଲି ରେଡ୍ଡୀଙ୍କର ଗତ ୧୨ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ତାଙ୍କ ସ୍ତ୍ରୀ ୨ଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରଠାରୁ ତାଙ୍କ ସ୍ବାମୀ ଘନଶ୍ୟାମ ଏବଂ ତାଙ୍କ ଦେଢଶାଶୁ ଓ ଦିଅରଙ୍କ ପକ୍ଷରୁ ନିର୍ଯାତନା ଦିଆଯାଉଥିବା ବୁଲି ଅଭିଯୋଗ କରିଛନ୍ତି। ସ୍ବାମୀ ଅନ୍ୟ ଜଣଙ୍କୁ ବିବାହ କରିଥିବା ସ୍ତ୍ରୀ ବୁଲି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଘନଶ୍ୟାମ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ବୁଲିଙ୍କ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ଏଥିସହ ଗଞ୍ଜାମ ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ବୁଲି ଗୁହାରି କରିସାରିଛନ୍ତି। ଏହାପରେ ତାଙ୍କୁ ଘରୁ ମଧ୍ୟ ବାହାର କରି ଦିଆଯାଇଥିଲା ବୋଲି ବୁଲି କହିଛନ୍ତି । ପରେ ବ୍ରହ୍ମପୁରର ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଏ ସମ୍ପର୍କରେ ସହଯୋଗ କରି ନ୍ୟାୟ ଦେବାକୁ ବୁଲି ନିବେଦନ କରିଥିଲେ। ଗୁୁରୁବାର ତ୍ରିପାଠୀ ଉକ୍ତ ଗଁାକୁ ଆସି ବୁଲିଙ୍କୁ ତାଙ୍କ ଶାଶୁ ଘରକୁ ନେଇ ରଖିଥିଲେ। ଯଦି ଭବିଷ୍ୟତରେ ତାଙ୍କର କୌଣସି ଅସୁବିଧା ହୁଏ ତେବେ ଦେଢଶାଶୁ ଓ ଦିଅର ଦାୟୀ ରହିବେ ବୋଲି ପ୍ରମିଳା ଗଣମାଧ୍ୟମ ଆଗରେ କହିଛନ୍ତି । କେରଳରୁ ସ୍ବାମୀ ଘନଶ୍ୟାମ ଆସି ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଅପରପକ୍ଷରେ ମୋ ସ୍ବାମୀ ଦ୍ୱିତୀୟ ବିବାହ କରିଥିବାରୁ ମୋତେ ଏ ଘରେ ରହିବାର ଅଧିକାର ସହ ପିଲାମାନଙ୍କ ଭରଣ ପୋଷଣ ବ୍ୟବସ୍ଥା କରିବାକୁ ବୁଲି କହିଛନ୍ତି। ତେବେ ଏସବୁ ମିଥ୍ୟା ବୋଲି ଦେଢଶାଶୁ ଜି.ବବି ରେଡ୍ଡୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri